ETV Bharat / city

ମନରେଗାରେ ଦୁର୍ନୀତି, ଗାଁ ସାଥୀର ବିକ୍ଷୋଭ ପ୍ରଦର୍ଶନ

author img

By

Published : Aug 5, 2022, 11:00 PM IST

ଭଦ୍ରକ ଜିଲ୍ଲାରେ ଘଟୁଥିବା ମନରେଗା ଦୁର୍ନୀତିର ସମାଧାନ ନେଇ ଗାଁ ସାଥୀ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢ଼ନ୍ତୁ

ଗାଁ ସାଥୀର ବିକ୍ଷୋଭ ପ୍ରଦର୍ଶନ
ଗାଁ ସାଥୀର ବିକ୍ଷୋଭ ପ୍ରଦର୍ଶନ

ଭଦ୍ରକ: ଜିଲ୍ଲାର ବିଭିନ୍ନ ବ୍ଲକରେ ମନରେଗା ଯୋଜନାରେ ଦୁର୍ନୀତି ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି । ଏନେଇ ଗାଁ ସାଥୀମାନେ ଗତ ଜୁଲାଇ ୨୮ ତାରିଖରେ ଆନ୍ଦୋଳନ କରିବା ପରେ ପ୍ରଶାସନ ସେମାନଙ୍କ ସହ ଆଲୋଚନା କରିଥିଲା । ଏଥିରେ ଯାହାସବୁ ନିଷ୍ପତ୍ତି ହୋଇଥିଲା ତାର ପ୍ରୋସିଡିଂ ମଧ୍ୟ ଗାଁ ସାଥୀଙ୍କୁ ପ୍ରଦାନ କରାଯାଇଥିଲା । ତେବେ ଏହି ପ୍ରୋସିଡିଂରେ ପ୍ରମୁଖ ଆଲୋଚ୍ୟ ବିଷୟକୁ ଚଞ୍ଚକତାର ସହିତ ବାଦ ଦିଆଯାଇଥିବା ଅଭିଯୋଗ କରି ଗାଁ ସାଥୀ ପକ୍ଷରୁ ପ୍ରତିବାଦ କରାଯାଇଛି ।

ଗାଁ ସାଥୀର ବିକ୍ଷୋଭ ପ୍ରଦର୍ଶନ

ଭଦ୍ରକ ପିଡି ଡିଆର୍‌ଡିଏଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାଁ ସାଥୀ ସଦସ୍ୟମାନେ ଗଣଧାରଣା ଦେଇଛନ୍ତି । ପିଡି ଡିଆରଡିଏ ଚଞ୍ଚକତା କରିଥିବା ଅଭିଯୋଗ କରି ଆନ୍ଦୋଳନକାରୀମାନେ ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦକୁ ଅବଗତ କରାଇଛନ୍ତି । ଗାଁ ସାଥୀ ମିଳିତ କ୍ରିୟାନୁଷ୍ଠାନ କମିଟି(ମେଟ୍)ର ରାଜ୍ୟ ସଂଯୋଜକ ଲକ୍ଷ୍ମୀଧର ବିଶ୍ବାଳଙ୍କ ଅଭିଯୋଗ ମୁତାବକ "ଯେଉଁ ପଞ୍ଚାୟତ ଓ ବ୍ଲକ ସ୍ତରର ଅଧିକାରୀମାନେ ମନରେଗାରେ କାର୍ଯ୍ୟରତ ଗାଁ ସାଥୀମାନଙ୍କ ପ୍ରାପ୍ୟ ପ୍ରଦାନ କରୁନାହାନ୍ତି, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏଥିସହ ଖୁବଶୀଘ୍ର ସମସ୍ତ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ।" ନଚେତ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଲକ୍ଷ୍ମୀଧର ବିଶ୍ବାଳ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଭଦ୍ରକ ପିଡି ଡିଆରଡିଏ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.