ETV Bharat / city

ଧରାଧାମରେ ଅଗ୍ରପୂଜ୍ୟ, ଭଦ୍ରକରେ ମାସେ କାଳ ପୂଜା ପାଇବେ ବୁଢ଼ା ଟୋକା ପିଲା ଗଣେଶ

author img

By

Published : Sep 1, 2022, 3:02 PM IST

ବକ୍ରତୁଣ୍ଡଂ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭ । ନିର୍ବିଘ୍ନମ୍ କୁରମେ ଦେବ ସର୍ବ କାର୍ଯ୍ୟେଷୁ ସର୍ବଦା । ବିଦ୍ୟା ଓ ବୁଦ୍ଧିର ଦେବତା ହେଉଛନ୍ତି ଗଜାନନ । ସମସ୍ତ ବିଘ୍ନ ଓ ବିନାଶକାରୀ ପାର୍ବତୀ ନନ୍ଦନ । ବୁଧବାର ଠାରୁ ରାଜ୍ୟବ୍ୟାପି ଆରମ୍ଭ ହୋଇଛି ଗଜାନନଙ୍କ ପୂଜା । ଭଦ୍ରକରେ ପୂଜା ପାଉଛନ୍ତି ବୁଢ଼ା ଟୋକା ପିଲା ଗଣେଶ । ମାସେ କାଳ ଚାଲିବ ପୂଜା । ଅଧିକ ପଢନ୍ତୁ

ଧରାଧାମରେ ଅଗ୍ରପୂଜ୍ୟ, ଭଦ୍ରକରେ ମାସେ କାଳ ପୂଜା ପାଇବେ ବୁଢ଼ା ଟୋକା ପିଲା ଗଣେଶ
ଧରାଧାମରେ ଅଗ୍ରପୂଜ୍ୟ, ଭଦ୍ରକରେ ମାସେ କାଳ ପୂଜା ପାଇବେ ବୁଢ଼ା ଟୋକା ପିଲା ଗଣେଶ

ଭଦ୍ରକ: ବିଘ୍ନ ବିନାଶକ ସେ ଲମ୍ବୋଦର । ଗୌରୀ ନନ୍ଦନ ଗଜାନନଙ୍କ ଅନେକ ରୂପ । ଶିଶୁ ରୂପେ ସେ ପିଲା ଗଣେଶ, ଯୁବାବସ୍ଥାରେ ସେ ଟୋକା ଗଣେଶ ଓ ବୃଦ୍ଧାବସ୍ଥାରେ ସେ ବୁଢା ଗଣେଶ । ଦୀର୍ଘ 500 ବର୍ଷ ଧରି ଗଣପତିଙ୍କ ଏହି ନିଆରା ପରମ୍ପରାକୁ ପାଳି ଆସୁଛି ଭାଇଚାରାର ସହର ଭଦ୍ରକ । ତେବେ ଐତିହାସିକ ବାବା ବୁଢା ଗଣେଶଙ୍କ ମଣ୍ଡପ ବହୁ ପୁରାତନ । ମୋଗଲ ଯୁଗରୁ ବାବା ବୁଢା ଗଣେଶଙ୍କ ବିଷୟରେ ବର୍ଣ୍ଣନା ହୋଇଛି ।

ଉଭୟ ସମ୍ପ୍ରଦାୟର ଶ୍ରଦ୍ଧାଳୁ ଏ ପୂଜାକୁ ବେଶ ଜାକଜମକରେ ପାଳନ କରିଥାନ୍ତି । ପ୍ରତ୍ୟକ ବର୍ଷ ବୁଢା ଗଣେଶଙ୍କ ମୂର୍ତ୍ତି ସମାନ ଭାବେ ଗଢା ହେବା ମଣ୍ଡପର ସ୍ୱତନ୍ତ୍ରତା । ଏହାସହ ଏଠାରେ ମାନସିକ ନଡିଆ ପୂଜା କରାଯାଏ ଏହି ଐତିହାସିକ ଗଣେଷ ପିଠରେ । ମାନସିକ କରି ନଡିଆ ଅର୍ପଣ କଲେ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ବାବା ଗୋଟାଏ ମାସ ଧରି ମଣ୍ଡପରେ ବିରାଜିତ ହୁଅନ୍ତି । ଏହି ସମୟ ମଧ୍ୟରେ ହେବାକୁ ଥିବା ସମସ୍ତ ପର୍ବପର୍ବାଣୀ ଏଠାରେ ପାଳିତ ହୁଏ । ବନ୍ଧୁ ମିଳନ ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରେ ପୂଜା କମିଟି । ମାସେ ପରେ ଜାକଜମକରେ ହୋଇଥାଏ ବିସର୍ଜନ ଶୋଭାଯାତ୍ରା ।

ଏହାବି ପଢନ୍ତୁ : ରାଜଧାନୀରେ ଜମୁଛି ଗଣେଶ ପୂଜା, ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଖଚାଖଚ ଭିଡ଼

1970 ମସିହାରୁ ପୂଜା ପାଇ ଆସୁଛନ୍ତି ଟୋକା ଗଣେଶ । ଚାନ୍ଦି ମେଢରେ ସଜେଇ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି ଟୋକା ଗଣେଶ । ତେବେ ଆଗାମୀ ଦିନରେ ଏହି ମେଢ଼କୁ ଆହୁରି ଆକର୍ଷଣ କରିବା ପାଇଁ ପ୍ରୟାସ କରୁଛନ୍ତି କମିଟିର ସଦସ୍ୟ । ଏକ ମାସ ଧରି ଏଠାରେ ମଧ୍ୟ ବେଶ ଉତ୍ସାହ ମଧ୍ୟରେ ଟୋକା ଗଣେଶ ପୂଜା ପାଆନ୍ତି । ସେହିପରି କୁଆଁସରେ 1993 ରୁ ଆରମ୍ଭ ହୋଇଛି ପିଲା ଗଣେଶ ପୂଜା । ଏକ ମାସ ଧରି କେହି ଆମିଷ ନଖାଇ ପିଲା ଗଣେଶଙ୍କୁ ପୂଜି ଆସୁଛନ୍ତି ଏଠାକାର ବାସିନ୍ଦା । ପିଲା ଗଣେଶ କମିଟି ଏଥର ପୂଜା ପାଇଁ ତୋରଣକୁ ବେଶ ଆକର୍ଷଣୀୟ ଢଙ୍ଗରେ କରିଛନ୍ତି । କୁନିକୁନି ପିଲାଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଆୟୋଜନ କରିବ ପିଲା ଗଣେଶ ପୂଜା କମିଟି । ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁଯାୟୀ ପୂଜା ଆୟୋଜନ କରିଛନ୍ତି ପୂଜା କମିଟି ଗୁଡିକ । ମାସକ ପରେ ତିନି ଗଣେଶଙ୍କୁ ବିଦାୟ ଦେବ ଭାଇଚାରାର ସହର । ଆଉ ଭସାଣୀ ଉତ୍ସବରେ ବିଭିନ୍ନ ପାରମ୍ପରିକ ବାଦ୍ୟଯନ୍ତ୍ର ସହ ଆଦିବାସୀ ନାଚଗୀତରେ ଦୁଲୁକିବ ପୁରା ଭଦ୍ରକ ସହର ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.