ETV Bharat / city

Cameraman Manas Murder Case: ୫ ଦିନିଆ ରିମାଣ୍ଡରେ ଗଲେ ଶର୍ମିଷ୍ଠାଙ୍କ ସମେତ ୪ ଅଭିଯୁକ୍ତ

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାର ଧିରେ ଧିରେ ଗୁମର ଫିଟିବ । ଚାନ୍ଦବାଲି JMFC କୋର୍ଟରେ ହଜାର କରାଯିବାପରେ 4 ଅଭିଯୁକ୍ତଙ୍କୁ 5 ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ

୫ ଦିନିଆ ରିମାଣ୍ଡରେ ଗଲେ ଶର୍ମିଷ୍ଠାଙ୍କ ସମେତ ୪ ଅଭିଯୁକ୍ତ

author img

By

Published : Mar 29, 2022, 12:10 PM IST

ଭଦ୍ରକ: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାର ଧିରେ ଧିରେ ଗୁମର ଫିଟିବ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ତାର ସହଯୋଗୀ ଝୁନା ଭୋଇଙ୍କୁ ଗତକାଲି କ୍ରାଇମବ୍ରାଞ୍ଚ ଟିମ ଓ ଭଦ୍ରକ ପୋଲିସର ମିଳିତ ଉଦ୍ୟମରେ ଗିରଫ କରାଯାଇଥିଲା । ଚାନ୍ଦବାଲି JMFC କୋର୍ଟରେ ହଜାର କରାଯିବାପରେ 4 ଅଭିଯୁକ୍ତଙ୍କୁ 5 ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ପହଞ୍ଚିଛନ୍ତି ଶର୍ମିଷ୍ଠା ରାଉତ । ଶର୍ମିଷ୍ଠାଙ୍କ ସମେତ ୪ ଅଭିଯୁକ୍ତ ମଧ୍ୟ ହାଜର ।

୫ ଦିନିଆ ରିମାଣ୍ଡରେ ଗଲେ ଶର୍ମିଷ୍ଠାଙ୍କ ସମେତ ୪ ଅଭିଯୁକ୍ତ

ସୂଚନାଅନୁସାରେ, ଗତକାଲି ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥ ନଳାଙ୍ଗ ଠାରେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯାଇଥିଲା। ପରେ ତିହିଡି଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୁଇ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହାବାଦ ତିହିଡି଼ ଥାନାରେ ଜେରା କରାଯାଇଥିଲା । ପରେ ଚାନ୍ଦବାଲି ଥାନାରେ ଜେରା କରାଯିବା ପରେ ଚାନ୍ଦବାଲି JMFC କୋର୍ଟରେ ହଜାର କରାଯାଇଥିଲା।

କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ 7ଜଣ ଅଭିଯୁକ୍ତଙ୍କୁ 10 ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିବା ବେଳେ JMFC କୋର୍ଟ କ୍ରାଇମବ୍ରାଞ୍ଚକୁ 4 ଜଣ ଅଭିଯୁକ୍ତଙ୍କୁ 5 ଦିନିଆ ରିମାଣ୍ଡ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତକାଲି ଏହି ଅଭିଯୁକ୍ତଙ୍କୁ କୋର୍ଟରୁ ଆଣି ଭଦ୍ରକ ଜେଲକୁ ପଠାଇ ଦିଆଯାଇଥିଲା । ତେବେ ଆଜି ସକାଳୁ କ୍ରାଇମବ୍ରାଞ୍ଚ ଟିମ ଭଦ୍ରକ ସ୍ୱତନ୍ତ୍ର ଜେଲରେ ପହଞ୍ଚି ଶର୍ମିଷ୍ଠାଙ୍କ ସହ ତାର 3 ଜଣ ସହଯୋଗୀ ଝୁନା ଭୋଇ, ନିରଞ୍ଜନ ସେଠୀ, ରଞ୍ଜନ ନାୟକଙ୍କୁ ରିମାଣ୍ଡରେ ନେଇଛି । କ୍ରାଇମବ୍ରାଞ୍ଚ ଟିମ ସେମାନଙ୍କୁ କଟକ କ୍ରାଇମବ୍ରାଞ୍ଚ ଅଫିସକୁ ନେଇ ଯାଉଥିବାର ସୂଚନା ମିଳିଛି । ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.