ETV Bharat / city

ଅବିଶ୍ରାନ୍ତ ବର୍ଷାରେ ଭାସୁଛି ଭଦ୍ରକ, ନିସ୍ତବ୍ଧ ଜଗତସିଂହପୁର - ଭଦ୍ରକ

ଓଡିଶାରେ ଲାଗିରହିଛି ଲଘୁଚାପ ଜନିତ ବର୍ଷା । ଫଳରେ ଏହା ଜିଲ୍ଲାରେ ଡ୍ରେନେଜ ଅସୁବିଧା ଦେଖାଯିବ ସହ କୃତିମ ବନ୍ୟାର ଅନୁଭୁତି ଦେଉଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Aug 7, 2019, 8:59 PM IST

ଭଦ୍ରକ/ଜଗତସିଂହପୁର: ମଙ୍ଗଳବାର ରାତିଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । 11ଟି ଜିଲ୍ଲାକୁ ରେଡ ଆଲର୍ଟ ଦିଆଯାଇଛି । ରାଜ୍ୟର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଲାଣି । ତେବେ ଉଭୟ ଭଦ୍ରକ ଓ ଜଗତସିଂହପୁର ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଭଦ୍ରକରେ ଜଳ ନିଷ୍କାସନ ହୋଇପାରୁ ନଥିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ସମାନ ପରିସ୍ଥିତି ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ଭଦ୍ରକର କୋର୍ଟ ପରିସର ସମେତ ବିଭିନ୍ନ ମୁଖ୍ୟ ସ୍ଥାନ ମାନଙ୍କରେ ବର୍ଷା ଜଳ ନିସ୍କାସନ ହୋଇପାରୁ ନଥିବାରୁ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପକ୍ଷେ ନିସ୍ତବ୍ଧ ପାଲଟିଛି ଜଗତସିଂହପୁର । ଦୋକାନ ବଜାର ବନ୍ଦ ସହ ସ୍କୁଲ କଲେଜରେ ମଧ୍ୟ ଉପସ୍ଥାପନ କମ୍ ରହିଛି ।

ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି କାରଣରୁ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି କାଟ କରାଯାଇଛି । ଫଳରେ ସରକାରୀ ଓ ବିଭିନ୍ନ ବେସରକାରୀ କାର୍ଯ୍ୟାଳୟ ଅଫିସ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ପାଣିପାଗ ସୂଚନାନୁସାରେ, ଆଗାମୀ 48 ଘଣ୍ଟା ମଧ୍ୟରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ତଳିଆ ଅଞ୍ଚଳର ସମସ୍ୟା ବିଗିଡି ପାରେ ବୋଲି ଅନୁମାନ କରାଯାଉଛି । ଲଘୁଚାପ କାରଣରୁ ସାରା ଓଡିଶା ଏକ ପ୍ରକାର ଭାସୁଥିବା ଚର୍ଚ୍ଚା ଚାଲିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର/ ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଗତକାଲି ରାତିଠାରୁ ଭଦ୍ରକ ରେ ଅବିଶ୍ରାନ୍ତ ବର୍ଷା ଜାରି ରହିଛି। ଫଳରେ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।Body:ଗତକାଲି ରାତିଠାରୁ ଭଦ୍ରକ ରେ ଅବିଶ୍ରାନ୍ତ ବର୍ଷା ଜାରି ରହିଛି। ଫଳରେ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜଳ ନିଷ୍କାସନ ହୋଇପାରୁ ନଥିବାରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଲହଡି ଭାଙ୍ଗୁଛି ବର୍ଷା ପାଣି। ଏଥିସହ କୋର୍ଟ ପରିସର ସମେତ ବିଭିନ୍ନ ମୁଖ୍ୟ ସ୍ଥାନ ମାନଙ୍କରେ ବର୍ଷା ଜଳ ନିଷ୍କାସନ ହୋଇପାରୁ ନଥିବାରୁ ଏକ ପ୍ରକାର କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହରର ବିଭିନ୍ନ ତଳିଆ ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି। ମୋଟାମୋଟି ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇ ପଡିଛି ସମ୍ପୂର୍ଣ୍ଣ ଭଦ୍ରକ ସହର।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.