ETV Bharat / city

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ନ୍ୟାୟ ଦାବିରେ ଯାଜପୁର ଓ ଭଦ୍ରକରେ କ୍ୟାଣ୍ଡେଲ ଶୋଭାଯାତ୍ରା

author img

By

Published : Dec 4, 2019, 8:09 AM IST

ହାଇଦ୍ରାବାଦରେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୀଡିତାଙ୍କ ଆତ୍ମାର ସଦ୍‌ଗତି, ପରିବାରକୁ ନ୍ୟାୟ ଓ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ସର୍ବୋଚ୍ଚ ଦଣ୍ଡ ଦାବିର ଭଦ୍ରକ ଓ ଯାଜପୁରରେ କ୍ୟାଣ୍ଡେଲ ଶୋଭାଯାତ୍ରା ।

candle
candle

ଭଦ୍ରକ/ ଯାଜପୁର: ହାଇଦ୍ରାବାଦରେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ସାରା ଦେଶ ନିନ୍ଦା କରୁଛି । ତେବେ ଏହି ଘଟଣାର ପ୍ରତିବାଦ ଭଦ୍ରକରେ ମଧ୍ୟ ଦେଖିବାକୁ ମିଳିଛି । ମୃତ ଡାକ୍ତରାଣୀଙ୍କ ଆତ୍ମାର ସଦ୍‌ଗତି, ପରିବାରକୁ ନ୍ୟାୟ ଓ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ସର୍ବୋଚ୍ଚ ଦଣ୍ଡ ଦାବିରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାରେ ସ୍ଥାନୀୟ ଶତାଧିକ ଯୁବକ ଯୁବତୀ ମାନଙ୍କ ସହିତ ବହୁ ବୁଦ୍ଧିଜୀବୀ ସାମିଲ ହୋଇଥିଲେ ।

ଯାଜପୁର ଓ ଭଦ୍ରକରେ କ୍ୟାଣ୍ଡେଲ ଶୋଭାଯାତ୍ରା

ସେହିପରି ଯାଜପୁର ବ୍ୟାସନଗରରେ ସ୍ଥାନୀୟ କିନ୍ନର ସଂଘ ପକ୍ଷରୁ ମଧ୍ୟ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । କିନ୍ନର ମାନେ ହାତରେ କ୍ୟାଣ୍ଡେଲ ଧରି ବସଷ୍ଟାଣ୍ଡରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଗୋପବନ୍ଧୁ ଛକରେ ପହଞ୍ଚିଥିଲେ । ସେଠାରେ କିନ୍ନରମାନେ ହାଇଦ୍ରାବାଦରେ ଘଟଣାକୁ ନିନ୍ଦା କରିବା ସହ ପୀଡିତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ନୀରବ ପ୍ରାଥର୍ନା କରିଥିଲେ । ଏଥିସହ ପୀଡିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ କିନ୍ନର ମାନେ ଦାବି କରିଛନ୍ତି । ଏଥିସହ ପୁରୀରେ ଘଟିଥିବା ଦୁଷ୍କର୍ମ ଘଟଣାର ମଧ୍ୟ ନିନ୍ଦା କରାଯାଇଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର ଓ ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Slug – CANDLE RALLY
Format – AVB
Reporter – Gyanaranjan ojha
Place - JAJPUR
Date - 03.12.2019
Anchor – ହାଇଦ୍ରାବାଦର ଭେଟନାରୀ ଡାକ୍ତର ପ୍ରିୟଙ୍କା ରେଡ୍ଡୀ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା । ପ୍ରିୟଙ୍କା ଙ୍କୁ ନ୍ୟାୟ ପ୍ରଦାନ ଓ ତାଙ୍କ ଆତ୍ମାର ସଦଗତୀ ନିମନ୍ତେ ଯାଜପୁର ବ୍ୟାସନଗରରେ ସ୍ଥାନୀୟ କିନ୍ନର ସଂଘ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । କିନ୍ନର ମାନେ ହାତରେ କ୍ୟାଣ୍ଡେଲ ଧରି ବସ ଷ୍ଟାଣ୍ଡ ରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଗୋପବନ୍ଧୁ ଛକରେ ପହଂଚିଥିଲେ । ସେଠାରେ କିନ୍ନରମାନେ ଏହି ଘଟଣାକୁ ନିନ୍ଦା କରିବା ସହ ପ୍ରିୟଙ୍କା ଙ୍କ ଆତ୍ମାର ସଦଗତୀ ନିମନ୍ତେ ନିରବ ପ୍ରାଥର୍ନା କରିଥିଲେ । ପ୍ରିୟଙ୍କା ଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ କିନ୍ନର ମାନେ ଦାବୀ କରିଛନ୍ତି । ଏଥିସହ ପୁରୀରେ ଘଟିଥିବା ଦୁଷ୍କର୍ମ ଘଟଣାର ମଧ୍ୟ ନିନ୍ଦା କରାଯାଇଥିଲା ।
Bite-ଲୋଭଲି ସାହୁ,ଯାଜପୁର ରୋଡ କିନ୍ନର ସଙ୍ଘ ସମ୍ପାଦକ
Bite-2-କାଜଲ କିନ୍ନର, କିନ୍ନର ସଂଘ ସଭାପତି
Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.