ETV Bharat / city

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି ବିଜେଡି

author img

By

Published : Dec 20, 2021, 7:13 PM IST

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶାସକ ବିଜେଡି ବଳ ଗୋଟାଇବାରେ ଲାଗିଛି । ଦଳକୁ ଆହୁରି ସଶକ୍ତ କରିବା ପାଇଁ ପ୍ରତିଦିନ ଆୟୋଜିତ ହେଉଛି ମିଶ୍ରଣ ପର୍ବ । ଅଧିକ ପଢ଼ନ୍ତୁ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି ବିଜେଡି
ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି ବିଜେଡି

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶାସକ ବିଜେଡି ବଳ ଗୋଟାଇବାରେ ଲାଗିଛି । ଦଳକୁ ଆହୁରି ସଶକ୍ତ କରିବା ପାଇଁ ପ୍ରତିଦିନ ଆୟୋଜିତ ହେଉଛି ମିଶ୍ରଣ ପର୍ବ । ତୃଣମୂଳ ସ୍ଥରରେ ସଂଗଠନ ସୁଦୃଢ କରିବା ଲକ୍ଷ୍ୟ ନେଇ ଆଗଉଛି ବିଜେଡି । ସୋନପୁରର ଟାଣୁଆ ବିଜେପି ନେତା ତଥା ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି କରମଚାନ୍ଦ ମହାନ୍ତିଙ୍କୁ ଦଳରେ ସାମିଲ କରାଇଛି ବିଜେଡି ।

ଯୁବ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ କରମଚାନ୍ଦଙ୍କ ନେତୃତ୍ୱରେ ୫୦ରୁ ଊର୍ଦ୍ଧ୍ବ ନେତା ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥିତିରେ ଦଳରେ ମିଶିଛନ୍ତି କରମଚାନ୍ଦ ।

ପୂର୍ବରୁ ସେ କଂଗ୍ରେସର ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇ ହାରିଥିଲେ । ଏହାପରେ ବିଜେପିରେ ମିଶିଥିଲେ । ଆଜି କରମଚାନ୍ଦ ମହାନ୍ତି ତାଙ୍କ ସମର୍ଥକଙ୍କ ସହ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି । କରମଚାନ୍ଦ ମହାନ୍ତି ଦଳ ପାଇଁ ଭଲ କାମ କରିବେ ବୋଲି ପ୍ରଣବ ପ୍ରକାଶ ଦାସ ଆଶା ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.