ETV Bharat / city

ପୋଲିସ-ପବ୍ଲିକ ମୁହାଁମୁହିଁ ଘଟଣା; ଏଏସଆଇ ଓ କନେଷ୍ଟବଳ ନିଲମ୍ବିତ - BHADRAK

ପୋଲିସର ମାତ୍ରଧିକ କାର୍ଯ୍ୟାନୁଷ୍ଠାନ ପରେ ଜିଲ୍ଲା ମୁଖ୍ୟାଳୟକୁ ବଦଳିଲେ ଆଇଆଇସି । ନିଲମ୍ବିତ ହେଲେ ଏଏସଆଇ ଏବଂ କନେଷ୍ଟବଳ ।

ବଦଳିଲେ ଆଇଆଇସି, ନିଲମ୍ବିତ ହେଲେ ଏଏସଆଇ ଓ କନେଷ୍ଟବଳ
author img

By

Published : Sep 17, 2019, 11:57 PM IST

ଭଦ୍ରକ: ପୁରୁଣା ବଜାର ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଘଟଣା । ଜିଲ୍ଲା ମୁଖ୍ୟାଳୟକୁ ଆଇଆଇସିଙ୍କୁ ବଦଳି କରାଯାଇଥିବା ବେଳେ ନିଲମ୍ବିତ ହୋଇଛନ୍ତି ଏଏସଆଇ ଏବଂ କନେଷ୍ଟବଳ । ଏଏସଆଇ ଦିଲ୍ଲୀପ ପାତ୍ର ଏବଂ କନେଷ୍ଟବଳ ରୂପ ରଞ୍ଜନ ସାହୁଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତ ।

ବଦଳିଲେ ଆଇଆଇସି, ନିଲମ୍ବିତ ହେଲେ ଏଏସଆଇ ଓ କନେଷ୍ଟବଳ

ପ୍ରକାଶ ଥାଉକି, ଗତକାଲି (ସୋମବାର) ପୁରୁଣାବଜାର ଥାନା ଅନ୍ତର୍ଗତ ପୁରୁଣାବଜାର ଛକ ନିକଟରେ ଟ୍ରାଫିକ ନିୟନ୍ତ୍ରଣ ସମୟରେ ସ୍ଥାନୀୟ ଜଣେ ଲୁଗା ବ୍ୟବସାୟୀଙ୍କୁ ଥାନା ଅଧିକାରୀ ପ୍ରଜ୍ଞା ମହାନ୍ତି ର୍ଦୁବ୍ୟବହାର କରିବା ସହ ତାଙ୍କ ଦୋକାନରେ ଥିବା ଲୁଗା ଗୁଡିକୁ ଫୋପାଡ଼ି ଦେଇଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଥିଲା ଉତ୍ତେଜନା ।

ଆଇଆଇସିଙ୍କ ମାତ୍ରାଧିକ କାର୍ଯ୍ୟକଳାପକୁ ବିରୋଧ କରି ସ୍ଥାନୀୟ ଲୋକେ ପ୍ରତିବାଦ କରିଥିଲେ । ପ୍ରତିବାଦ ଧୀରେଧୀରେ ଉଗ୍ରରୂପ ଧାରଣ କରିବାକୁ ଲାଗିଲା । ଫଳରେ ଉତ୍ତେଜିତ ଲୋକେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀରେ ରାସ୍ତା ଅବରୋଧ କରି ପୋଲିସକୁ ଢେଲା ପଥର ମାଡ କରିଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:od_bha_04_police_public_visual_7203442Body:od_bha_04_police_public_visual_7203442Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.