ETV Bharat / city

ଭଦ୍ରକରେ ସନ୍ଧ୍ୟା 7ଟାରୁ ସକାଳ 7ଟା କର୍ଫ୍ୟୁ - Bhadrak curfew

Bhadrak administration
ଭଦ୍ରକରେ ସନ୍ଧ୍ୟା 7ଟାରୁ ସକାଳ 7ଟା କର୍ଫ୍ୟୁ
author img

By

Published : May 5, 2020, 10:49 AM IST

Updated : May 5, 2020, 5:01 PM IST

10:42 May 05

ଭଦ୍ରକରେ ସନ୍ଧ୍ୟା 7ଟାରୁ ସକାଳ 7ଟା କର୍ଫ୍ୟୁ

ଭଦ୍ରକରେ ସନ୍ଧ୍ୟା 7ଟାରୁ ସକାଳ 7ଟା କର୍ଫ୍ୟୁ

ଭଦ୍ରକ: ଜିଲ୍ଲାରେ ଆଜିଠାରୁ ଲାଗୁହେଲା କର୍ଫ୍ୟୁ । ମେ 17 ତାରିଖ ପର୍ଯ୍ୟନ୍ତ ସନ୍ଧ୍ୟା 7ଟାରୁ ସକାଳ 7ଟା ପର୍ଯ୍ୟନ୍ତ ଜିଲ୍ଲାରେ ଏହି କର୍ଫ୍ୟୁ ବଳବତ୍ତର ରହିବ । ଜିଲ୍ଲାର 7 ବ୍ଲକ ଅନ୍ତର୍ଗତ 218 ଟି ପଞ୍ଚାୟତ, 2 ଟି ମ୍ୟୁନିସିପାଲଟି ଓ 2 ଟି ଏନଏସି ଅନ୍ତର୍ଗତ 79 ଟି ୱାର୍ଡରେ ଏହା କଡାକଡି ଭାବେ ପାଳନ କରାଯିବ । ଏନେଇ ଆଜି ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି ।  

ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରେଡ ଜୋନରେ ରହିଛି ଭଦ୍ରକ । ଏହି ସମୟରେ କେବଳ ଜରୁରୀ ପରିସ୍ଥିତିରେ ଲୋକମାନଙ୍କୁ ଛଡାଯିବ, ନହେଲେ ଏହି ନିୟମ ଭଙ୍ଗ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।  

ଜିଲ୍ଲାରେ ଗତକାଲି 2 ଟି ପଜେଟିଭ ବାସୁଦେବପୁର ଓ ଧାମନଗର ବ୍ଲକରେ ବାହାରିଥିଲା । ଅନ୍ୟପଟେ ବର୍ତ୍ତମାନ ବିଭିନ୍ନ ରାଜ୍ୟରୁ ଜିଲ୍ଲାକୁ ପ୍ରବାସୀ ଓଡିଆମାନେ ଆସୁଛନ୍ତି । କିପରି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ରୋକିବା ଏବଂ ଲୋକଙ୍କ ନିରାପଦ ପାଇଁ ଏହି କଟକଣା ଲାଗୁ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 21 ରେ ପହଞ୍ଚିଥିବା ବେଳେ ପ୍ରଶାସନ ପକ୍ଷରୁ 20 ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।  

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : May 5, 2020, 5:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.