ETV Bharat / city

କାଶ୍ମୀର ପଣ୍ଡିତଙ୍କୁ ହତ୍ୟା ଘଟଣା, ପାକିସ୍ତାନ ପିଏମଙ୍କ କୁଶପୁତ୍ତଳିକା ଦାହ କଲା ବଜରଙ୍ଗ ଦଳ

author img

By

Published : Oct 10, 2021, 10:45 PM IST

ଜମ୍ମୁ ଓ କାଶ୍ମୀରରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଓ ହତ୍ୟାକାଣ୍ଡ ବିରୋଧରେ ଭଦ୍ରକରେ ବଜରଙ୍ଗ ଦଳ ପକ୍ଷରୁ ପ୍ରତିବାଦ । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ । ଅଧିକ ପଢନ୍ତୁ...

କାଶ୍ମୀରରେ ସଂଖ୍ୟାଲଘୁ ହତ୍ୟାକାଣ୍ଡ ଘଟଣା, ଭଦ୍ରକରେ ପାକିସ୍ତାନ ପ୍ରଧାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବଜରଙ୍ଗ ଦଳ

ଭଦ୍ରକ: ଭାରତରୁ ଆତଙ୍କବାଦର ମୂଳପୋଛ ଦାବିରେ ଭଦ୍ରକ ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କୁଶପୁତଳିକା ଦାହ କରାଯାଇଛି। ଜମ୍ମୁ ଓ କାଶ୍ମୀରରେ ହିନ୍ଦୁମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଓ ବର୍ବରୋଚିତ ହତ୍ୟାକାଣ୍ଡ ପାଇଁ ବଜରଙ୍ଗ ଦଳ ପକ୍ଷରୁ ଜିଲ୍ଲା ବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି କ୍ରମରେ ବାସୁଦେବପୁର ବଜାର ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବା ସହ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କୁଶପୁତ୍ତଳିକା ଦାହ କରା ଯାଇଥିଲା। ଦଳ ପକ୍ଷରୁ ଅନୁଷ୍ଠିତ ବାଇକ୍ ରାଲିରେ ପାକିସ୍ତାନ ବିରୋଧୀ ନାରା ଦିଆ ଯାଇଥିଲା।

କାଶ୍ମୀରରେ ସଂଖ୍ୟାଲଘୁ ହତ୍ୟାକାଣ୍ଡ ଘଟଣା, ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବଜରଙ୍ଗ ଦଳ

ଏହି କାର୍ଯ୍ୟକ୍ରମରେ ବଜରଙ୍ଗ ଦଳର ପ୍ରାନ୍ତ ସଂଯୋଜକ ମାନସ ରଞ୍ଜନ ମହାନ୍ତି, ବିଶ୍ବ ହିନ୍ଦୁ ପରିଷଦ ଜିଲ୍ଲା ସଭାପତି ବିଜୟ କୁମାର ସିହ୍ନା, ଜିଲ୍ଲା ସଂଯୋଜକ ବିପିନ ବିହାରୀ ପଣ୍ଡା, ଜିଲ୍ଲା ଗୋରକ୍ଷା ପ୍ରମୁଖ ଦେବେନ୍ଦ୍ର ନାୟକ, ଜିଲ୍ଲା ଆଖଡ଼ା ପ୍ରମୁଖ ଦଶରଥ ସାହୁ, ଜିଲ୍ଲା ମହାବିଦ୍ୟାଳୟ ପ୍ରମୁଖ ଖିତିସ ରାଉତଙ୍କ ସମେତ ଶତାଧିକ ବଜରଙ୍ଗ ଦଳର କର୍ମୀମାନେ ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିବା ସହ ପାକିସ୍ତାନର ଆତଙ୍କବାଦ ପ୍ରୋତ୍ସାହନ ନୀତି ବିରୋଧରେ ନାରା ଦେଇଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.