ETV Bharat / city

77 ଶିକ୍ଷକଙ୍କୁ ମିଳିନି ବକେୟା ଦରମା, DEOଙ୍କୁ ଦାବି ଜଣାଇଲା ଶିକ୍ଷକ ସଙ୍ଘ

author img

By

Published : Jul 14, 2021, 6:55 AM IST

670 ଜଣ ଏକ୍ସ କ୍ୟାଡର ଶିକ୍ଷକ ମାନଙ୍କ ବକେୟା ଦରମା ପ୍ରଦାନକୁ ନେଇ ଜିଲ୍ଲା ଶିକ୍ଷକ ସଙ୍ଘ ପକ୍ଷରୁ ଅସନ୍ତୋଷ ପ୍ରକାଶ କରିବା ସହ ସଠିକ୍ ଭାବରେ ବକେୟା ଦରମା ଅର୍ଥ ମିଳିବା ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ କଲେ ଆବେଦନ । ଅଧିକ ପଢନ୍ତୁ...

ଶିକ୍ଷକଙ୍କ ବକେୟା ଦରମା ପ୍ରଦାନରେ ପାତରଅନ୍ତର ନେଇ ଅଭିଯୋଗ ଆଣିଛି ସଙ୍ଘ

ଭଦ୍ରକ: ଜିଲ୍ଲାର କାର୍ଯ୍ୟରତ ଏକ୍ସ କ୍ୟାଡର ଶିକ୍ଷକଙ୍କ ବକେୟା ଦରମା ପ୍ରଦାନରେ ପାତର ଅନ୍ତର ନୀତି ଅବଲମ୍ବନ କରାଯାଇଥିବା ନେଇ ଶିକ୍ଷକ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ଆଉ ଏହାର ପ୍ରତିବାଦରେ ଆଜି (ମଙ୍ଗଳବାର) ଜିଲ୍ଲା ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଏଥିସହ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଘେରିଥିଲା ଏହି ସଂଘ।

ସୂଚନାନୁଯାୟୀ ଭଦ୍ରକ ଜିଲ୍ଲାରେ 670 ଜଣ ଏକ୍ସ କ୍ୟାଡର ଶିକ୍ଷକ ଏକକାଳୀନ ଭାବେ ଗତ 1ମାର୍ଚ୍ଚ 2017 ମସିହାରୁ କାର୍ଯ୍ୟରେ ନିୟମିତ ହୋଇଥିଲେ । ମାତ୍ର ଏହି ଶିକ୍ଷକମାନେ 1 ମାର୍ଚ୍ଚ 2017 ରିଖ ଠାରୁ ଆରମ୍ଭ କରି 31 ଅଗଷ୍ଟ 2017 ପର୍ଯ୍ୟନ୍ତ ତାଙ୍କୁ ଦରମା ମିଳି ପାରିନଥିଲା । ପରବର୍ତ୍ତୀ ସମୟରେ ଶିକ୍ଷା ବିଭାଗର ତ୍ରୁଟି ବଶତଃ 670 ବଦଳରେ 619 ଜଣଙ୍କର ଏହି ବକେୟା ଦରମା ଅର୍ଥ ଆସିଥିଲା । ତେବେ ଆସିଥିବା ଏହି ଦରମାକୁ ସମସ୍ତ 670 ଜଣ ଶିକ୍ଷକଙ୍କ ମଧ୍ୟରେ ବାଣ୍ଟିଦେବାକୁ ଜିଲା ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଆବେଦନ କରାଯାଇଥିଲା ।

ମାତ୍ର ଏନେଇ ବିଭାଗ ଏଥିପ୍ରତି ଦୃଷ୍ଟି ନଦେଇ ବାକି ରହିଥିବା 41 ଜଣଙ୍କ ସମେତ ଆଉ 36 ଜଣଙ୍କୁ ବାଦ୍ ଦେଇ ମୋଟ 593 ଜଣଙ୍କୁ ବକେୟା ଦରମା ପ୍ରଦାନ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଫଳରେ ଜିଲ୍ଲାରେ ମୋଟ 77 ଜଣ ଶିକ୍ଷକ ବକେୟା ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି । ତୁରନ୍ତ ଅବଶିଷ୍ଟ ଶିକ୍ଷକଙ୍କ ଦରମା ପ୍ରଦାନ କରିବାକୁ ଏହି ଶିକ୍ଷକ ସଙ୍ଘ ପକ୍ଷରୁ ଦାବି କରାଯାଇଛି । ହେଲେ ଏନେଇ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭଇ ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.