ETV Bharat / city

ପାଣି ଟାଙ୍କିରେ ପଡି 9 ମାସର ଶିଶୁକନ୍ୟା ମୃତ

author img

By

Published : Jun 2, 2020, 9:01 PM IST

ଛାତ ପାଣିଟାଙ୍କିରେ ପଡି ଚାନ୍ଦବାଲି ଥାନା ଉତୁକୁଡା ପଞ୍ଚାୟତ ପୋତାପୋଖରୀ ଗ୍ରାମରେ ଜଣେ 9 ମାସର ଶିଶୁକନ୍ୟାର ମୃତ୍ୟୁ ହୋଇଛି । ମୃତ୍ୟୁ ଘଟଣାକୁ ନେଇ ଶିଶୁକନ୍ୟାର ମାମୁଁ ଚାନ୍ଦବାଲି ଥାନାରେ ଶିଶୁର ବଡମା ଓ ଜେଜେମାଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ପାଣି ଟାଙ୍କିରେ ପଡି 9 ମାସର ଶିଶୁକନ୍ୟା ମୃତ
ପାଣି ଟାଙ୍କିରେ ପଡି 9 ମାସର ଶିଶୁକନ୍ୟା ମୃତ

ଭଦ୍ରକ: ଘର ଛାତରେ ଥିବା ପାଣି ଟାଙ୍କିରେ ପଡି ଜଣେ 9 ମାସର ଶିଶୁକନ୍ୟାର ମୃତ୍ୟୁ ହୋଇଛି । ଏପରି ଅଭାବନୀୟ ଘଟଣା ଘଟିଛି ଚାନ୍ଦବାଲି ଥାନା ଉତୁକୁଡା ପଞ୍ଚାୟତ ପୋତାପୋଖରୀ ଗ୍ରାମରେ । ଗାଁର ରାଜେଶ ବେହେରାଙ୍କ 9 ମାସର ଝିଅ କୌଣସି କାରଣରୁ ଘର ଛାତରେ ଥିବା ପାଣି ଟାଙ୍କିରେ ପଡିଯାଇଥିଲା । ଘଟଣା ସ୍ଥଳରେ ଶିଶୁକନ୍ୟାର ଜେଜେମା ଓ ବଡ଼ମା ତାକୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ହେଲେ ଡାକ୍ତର ସେଠାରେ ଶିଶୁଟିକୁ ମୃତ ଘୋଷଣା କରିଛନ୍ତି ।

ପାଣି ଟାଙ୍କିରେ ପଡି 9 ମାସର ଶିଶୁକନ୍ୟା ମୃତ

ଏହି ମୃତ୍ୟୁ ଘଟଣାକୁ ନେଇ ଶିଶୁକନ୍ୟାର ମାମୁଁ ଚାନ୍ଦବାଲି ଥାନାରେ ଉଭୟ ବଡ଼ମା ଓ ଜେଜେମାଙ୍କ ନାଁରେ ହତ୍ୟା ଅଭିଯୋଗ କରିଥିବା ଜଣାପଡିଛି । ଚାନ୍ଦବାଲି ପୋଲିସ ଏନେଇ ଆରମ୍ଭ କରିଛି ତଦନ୍ତ । ହେଲେ ପୋଲିସ ପକ୍ଷରୁ ବର୍ତ୍ତମାନ ଯାଏଁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.