ETV Bharat / city

କୋରୋନା ଲଢେଇର ସାଥୀ ସାଜିଛି ୟୁଥ ଫର ସୋସିଆଲ ଡେଭଲପମେଣ୍ଟ

author img

By

Published : May 13, 2021, 7:47 AM IST

ବିଭିନ୍ନ କୋଭିଡ ହସ୍ପିଟାଲରେ ସ୍ବାସ୍ଥ୍ୟ ଉପକରଣ ଯୋଗାଉଛି ୟୁଥ ଫର ସୋସିଆଲ ଡେଭଲପମେଣ୍ଟ ସ୍ବେଚ୍ଛାସେବୀ ସଙ୍ଗଠନ । ଅଧିକ ପଢନ୍ତୁ...

youth for social devlopment
youth for social devlopment

ବ୍ରହ୍ମପୁର: କୋରୋନା ଦ୍ବିତୀୟ ଲହରର ଭୟାବହତା ଦିନକୁ ଦିନ ବଢିବାରେ ଲାଗିଛି । ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏହାର ପ୍ରକୋପ ବୃଦ୍ଧି ପାଉଛି । ଏପରିସ୍ଥଳେ ସବୁଠୁ ବଡ ସମସ୍ୟା ସାଜିଛି ଆବଶ୍ୟକୀୟ ଚିକିତ୍ସା ସାମଗ୍ରୀର ଅଭାବ । ଯାହାକୁ ଦୃଷ୍ଟିରେ ରଖି ସହାୟତା ପାଇଁ ଆଗେଇ ଆସିଛି ୟୁଥ ଫର ସୋସିଆଲ ଡେଭଲପମେଣ୍ଟ ସ୍ବେଚ୍ଛାସେବୀ ସଙ୍ଗଠନ ।

ବ୍ରହ୍ମପୁର ସହରର ବିଭିନ୍ନ କୋଭିଡ ହସ୍ପିଟାଲରେ ସ୍ବାସ୍ଥ୍ୟ ଉପକରଣର ଅଭାବ ରହିଥିବା ନେଇ ଏହି ସଙ୍ଗଠନ ପକ୍ଷରୁ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକୁ ଅକ୍ସିଜେନ ଫ୍ଲୋ ମିଟର , କ୍ଲିନିକଲ ଗ୍ଲୋଭସ, ଏନ୍-୯୫ ମାସ୍କ ଭଳି ୪୪୦ଟି ସୁରକ୍ଷା ଓ ପରିଚ୍ଛନ୍ନତା କିଟ୍ ଓ ଚିକିତ୍ସା ଉପକରଣ ଯୋଗାଇ ଦିଆଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉସାହେବଙ୍କ ଉପସ୍ଥିତିରେ ଏସବୁ ପ୍ରଦାନ କରାଯାଇଛି ।

ଏଥିସହ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଳକ ଓ ବ୍ରହ୍ମପୁର ମୁନିସିପାଲ କର୍ପୋରେସନର ବିଭିନ୍ନ ବସ୍ତି ଅଞ୍ଚଳରେ ବାସ କରୁଥିବା ଅତ୍ୟନ୍ତ ଗରିବ ଓ ଅସହାୟ ଲୋକ, ଯେଉଁମାନେ ତାଲାବନ୍ଦ ଯୋଗୁଁ ନିଜର ଜୀବିକା ହରାଇଛନ୍ତି, ସେମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି । ଏପରିକି ସଙ୍ଗଠନ ପକ୍ଷରୁ 300 ଗରୀବ ପରିବାରକୁ ଚିହ୍ନଟ କରାଯାଇ ସେମାନଙ୍କୁ ଖାଦ୍ୟ ପ୍ୟାକେଟ ଦିଆଯାଉଛି ।

ଏହାବ୍ୟତୀତ ୟୁଥ ଫର ସୋସିଆଲ ଡେଭଲପମେଣ୍ଟର ସ୍ଵେଚ୍ଛାସେବୀମାନେ ବିଭିନ୍ନ ଗାଁ, ବସ୍ତି ଓ ସହରାଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ପାଳନ କରିବା, ଅନାବଶ୍ୟକ ଭାବେ ବାହାରକୁ ନଯିବା, ଜନଗହଳି ସ୍ଥାନକୁ ନଯିବା ଭଳି ସଚେତନତା ସୃଷ୍ଟି କରୁଛନ୍ତି । ଏହା ସଙ୍ଗେ ସଙ୍ଗେ ଓଡିଶା ସରକାର ଓ ଜିଲ୍ଲା ପ୍ରଶାସନକୁ କରୋନା ଲଢ଼େଇରେ ସହଯୋଗ କରିବା ପାଇଁ ଆହ୍ବାନ ଦେବା ସହ କୋରୋନା ଟିକା ନେଇ ଜନସାଧାରଣଙ୍କ ମନରେ ଥିବା ଭ୍ରାନ୍ତ ଧାରଣାକୁ ଦୂର କରିବାକୁ ପ୍ରୟାସ କରୁଛନ୍ତି । ତେବେ ପୂର୍ବରୁ ମଧ୍ୟ କୋରୋନାର ପ୍ରଥମ ଲହର ସମୟରେ ଏହି ସଙ୍ଗଠନ ବିଭିନ୍ନ ସହାୟତା ଯୋଗାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.