ETV Bharat / city

ବିଶ୍ବର ସବୁଠୁ ଛୋଟ ଶିବ ମୂର୍ତ୍ତି କରି ରେକର୍ଡ କଲେ ସତ୍ୟ ! - Shiva Idol

ମହାଶିବରାତ୍ରୀ ଅବସରରେ ବିଶ୍ବର ସବୁଠୁ ଛୋଟ ଶିବ ମୂର୍ତ୍ତି କରି ରେକର୍ଡ କଲେ ଶିଳ୍ପୀ ସତ୍ୟ ନାରାୟଣ ମହାରଣା । ଅଧିକ ପଢନ୍ତୁ...

ଶିବ ମୂର୍ତ୍ତି
ଶିବ ମୂର୍ତ୍ତି
author img

By

Published : Mar 11, 2021, 9:36 AM IST

ବ୍ରହ୍ମପୁର: ଆଜି ପବିତ୍ର ମହାଶିବରାତ୍ରୀ । ଜାଗରକୁ ନେଇ ସାରା ଦେଶର ଶୈବପୀଠ ଉତ୍ସବ ମୁଖର । ଏହି ଅବସରରେ ବ୍ରହ୍ମପୁରର ଯୁବ ବାଲୁକାଶିଳ୍ପୀ ସତ୍ୟ ନାରାୟଣ ମହାରଣା ପ୍ରସ୍ତୁତ କରିଛନ୍ତି ବିଶ୍ବର ସବୁଠାରୁ ଛୋଟ ଶିବ ମୂର୍ତ୍ତି ।

ଶିବ ମୂର୍ତ୍ତି

ପୂର୍ବରୁ ଅନେକ ରେକର୍ଡର ଅଧିକାରୀ ସତ୍ୟ ନିଜର ରେକର୍ଡକୁ ନିଜେ ହିଁ ଭାଙ୍ଗୁଥିବାର ନଜର ରହିଛି । 2017 ମସିହାରେ ୱାଲ୍ଡ ରେକର୍ଡ ସେଟର୍ ଏବଂ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ଛୋଟ ଶିବ ମୂର୍ତ୍ତି କରିଥିବା ସତ୍ୟ ପୁଣିଥରେ ଛୋଟ ଶିବ ମୂର୍ତ୍ତି କରି ନିଜ ରେକର୍ଡ ଭାଙ୍ଗିଛନ୍ତି।

ଏଥର କାଠରେ 3ଟି, ଚକ୍ ରେ 4ଟି, ପଥର ଓ କାଠରେ ଗୋଟିଏ ଲେଖାଏଁ ଶିବଲିଙ୍ଗ ପ୍ରସ୍ତୁତ କରିଛନ୍ତି ସେ । ଯାହାକି ବିଶ୍ଵର ସବୁଠାରୁ ଛୋଟ ଶିବ ମୂର୍ତ୍ତି । ଏଥିମଧ୍ୟରୁ ଚକ୍ ମୂର୍ତ୍ତିର ଉଚ୍ଚତା ଯଥାକ୍ରମେ 1.2 ସି.ଏମ୍ , 2.7 ସି.ଏମ୍ , 3 ସି.ଏମ୍ ଓ ଏକ ଇଞ୍ଚ ରହିଥିବା ବେଳେ ସେହିପରି କାଠ ମୂର୍ତ୍ତିର ଉଚ୍ଚତା 5 ଏମ୍.ଏମ୍ , 1.3 ସି.ଏମ୍ ଏବଂ 4.2 ସି.ଏମ୍ ରହିଛି । ଅନ୍ୟପଟେ ପଥର ମୂର୍ତ୍ତିର ଉଚ୍ଚତା 1.4 ସି.ଏମ୍ , ପଥର ଶିବଲିଙ୍ଗ ଉଚ୍ଚତା 7 ଏମ୍.ଏମ୍ ଓ କାଠ ଶିବଲିଙ୍ଗର ଉଚ୍ଚତା 3 ଏମ୍.ଏମ୍ ରହିଛି ।

ତେବେ କୋରୋନା କବଳରୁ ବିଶ୍ଵକୁ ରକ୍ଷା କରିବା ପାଇଁ ସମସ୍ତେ ମହାଦେବଙ୍କୁ ପ୍ରାର୍ଥନା କରିବାକୁ ଏହାରି ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ଏହି ଯୁବ ଶିଳ୍ପୀ ଜଣଙ୍କ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.