ETV Bharat / city

ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ମହିଳା

ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ମହିଳା । ଅଧିକ ପଢନ୍ତୁ...

author img

By

Published : Dec 15, 2020, 12:32 PM IST

ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ମହିଳା
ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ମହିଳା

ବ୍ରହ୍ମପୁର: ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ମହିଳା । ନିଜ ଝିଅ ସମେତ ବିଭିନ୍ନ ଯୁବକକୁ ଟାଟାରେ ଚାକିରୀ କରାଇଦେବା ନେଇ ଗୋପାଳପୁର ବିଧାୟକ ଟଙ୍କା ନେଇଥିବା ଅଭିଯୋଗ କରି ଏସପିଙ୍କୁ ସାକ୍ଷାତ କରିଛନ୍ତି ଜଣେ ମହିଳା ।

ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗିରଫ ପରେ ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ବିଷୟକୁ ନେଇ ବୟାନ ରଖିଥିବା ସହରର ଗାନ୍ଧୀନଗର ଅଞ୍ଚଳର ସ୍ବପ୍ନାରାଣୀ ପାଣିଗ୍ରାହୀ ସୋମବାର ବ୍ରହ୍ମପୁର ଏସପିଙ୍କୁ ସାକ୍ଷାତ କରିଥିଲେ ।

ନିଜ ଝିଅ ସମେତ ଆଖପାଖ ଅଞ୍ଚଳର କିଛି ଯୁବକ /ଯୁବତୀଙ୍କୁ ଟାଟା କମ୍ପାନୀ ସମେତ ବିଭିନ୍ନ ସ୍ଥାନରେ ନିଯୁକ୍ତି କରାଇଦେବା କହି ତାଙ୍କ ସହାୟତାରେ ଲକ୍ଷାଧିକ ଟଙ୍କା ନେଇଥିବା ଅଭିଯୋଗ ଆଣିବା ସହ ନେଇଥିବା ଟଙ୍କା ଫେରସ୍ତ କରିବା ଦାବି କରିଥିଲେ ।

ପୂର୍ବରୁ ଏହି ମହିଳା ଜଣଙ୍କ ଜିଲ୍ଲାର ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ବେଳେ ଗୋପାଳପୁର ବିଧାୟକଙ୍କ ଚାପର ବଶବର୍ତ୍ତୀ ହୋଇ ଏପରି କରିଥିବା କହିଥିଲେ ।

ଏହି ମାମଲା ଏବେ ବିଚାରାଧୀନ ରହିଥିବା ବେଳେ ଏବେ ମହିଳା ଜଣକ ବିଧାୟକ ରମେଶଙ୍କ ବିରୋଧରେ ମିଥ୍ୟା ମାମଲା ରୁଜ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ କହିବା ପରେ ଚର୍ଚ୍ଚା ଜୋର ଧରିଛି ।

ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଏସପି ପିନାକ୍ ମିଶ୍ରଙ୍କୁ ସାକ୍ଷାତ କରିବା ପରେ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି । ତେଣୁ କଟକ କ୍ରାଇମବ୍ରାଞ୍ଚ ବ୍ରାଞ୍ଚ ସହ ଯୋଗାଯୋଗ କରିବାକୁ ଏସପି ପରାମର୍ଶ ଦେଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.