ETV Bharat / city

ଖୁଦୁରୁକୁଣୀ ପୂଜାରେ ଅଘଟଣ ଘଟଣା, ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର - ଗିରିଆମଶାଣି ତୋଠ

ଗତକାଲି ଗଞ୍ଜାମ ଜିଲ୍ଲାର ହିଞ୍ଜିଳି କାଞ୍ଜିଆମା ଗ୍ରାମର 5 ଯୁବତୀ ଋଷିକୁଲ୍ୟା ନଦୀକୁ ଯାଇଥିବା ସମୟରେ ନଦୀରେ ଭାସି ଯାଇଥିଲେ । ତାଙ୍କ ମଧ୍ୟରୁ 4 ଜଣଙ୍କୁ ଉଦ୍ଧାର କରାଯାଇଥବା ବେଳେ ଜଣେ ନିଖୋଜ ଥିଲେ । ଆଜି ସକାଳୁ ଗିରିଆମଶାଣି ତୋଠରେ ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Aug 26, 2019, 2:10 PM IST

ବ୍ରହ୍ମପୁର: ଖୁଦୁରୁକୁଣୀ ଓଷା ପାଇଁ ଗତକାଲି ଋଷିକୁଲ୍ୟା ନଦୀରୁ ପାଣି ଆଣିବାକୁ ଯାଇ ଭାସି ଯାଇଥିବା ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣଙ୍କ ସିଲି ବେହେରା ବୋଲି ଜଣାପଡ଼ିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଗତକାଲି ଗଞ୍ଜାମ ଜିଲ୍ଲାର ହିଞ୍ଜିଳି କାଞ୍ଜିଆମା ଗ୍ରାମର 5 ଯୁବତୀ ଋଷିକୁଲ୍ୟା ନଦୀକୁ ଯାଇଥିବା ସମୟରେ ନଦୀରେ ଭାସି ଯାଇଥିଲେ । ତାଙ୍କ ମଧ୍ୟରୁ 4 ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଗତକାଲି ପୂଜା ପାଇଁ ନଦୀରୁ ପାଣି ଆଣୁଥିବା ବେଳେ ଜଣେ ଯୁବତୀ ନଦୀରେ ଫସି ଯାଇଥିଲେ । ତାଙ୍କୁ ବଞ୍ଚାଇ ବାକୁ ଯାଇ ଅନ୍ୟ 4 ଜଣ ନଦୀ ସ୍ରୋତରେ ଭାସିଯାଇଥିଲେ ।

ସ୍ଥାନୀୟ ଗ୍ରାମବାସୀ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି 4 ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପାଇ ନଥିଲେ । ଆଜି ସକାଳୁ ତାଙ୍କ ମୃତଦେହ ଗିରିଆମଶାଣି ତୋଠରେ ଭାସୁଥିବାର ଦେଖିବାକୁ ମିଳିଥିଲା । ପୋଲିସ ଖବର ପାଇ ପରିବାର ଲୋକଙ୍କୁ ଜଣାଇବା ସହ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଚଳାଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଖୁଦୁରୁକୁଣୀ ଭସାଣୀ ସମୟରେ ଗତକାଲି ଗଞ୍ଜାମ ଜିଲ୍ଲାର ହିଞ୍ଜିଳି କାଞ୍ଜିଆମା ଗ୍ରାମର କେତେକ ଯୁବତୀ ଋଷୁକୁଲ୍ୟ ନଦୀକୁ ଯାଇଥିବା ସମୟରେ ନଦୀରେ ଭାସିଯାଇ ନିଖୋଜ ରହିଥିବା ଯୁବତୀଙ୍କ ଶବ ଉର୍ଦ୍ଧାର ହୋଇଛି ।ମୃତ ଯୁବତୀ ଜଣଙ୍କ ସିଲି ବେହେରା ବୋଲି ଜଣାପଡ଼ିଛି ।ଗତକାଲି ଖୁଦୁରୁକୁଣୀ ଉଷା କରୁଥିବା ବେଳେ ନଦୀ ପାଣିରେ ଫସି ଯାଇଥିଲେ ଜଣେ ଯୁବତୀ ।ତାଙ୍କୁ ବଞ୍ଚାଇ ବାକୁ ଯାଇ ଅନ୍ୟ ପାଞ୍ଚ ଜଣ ଭାସିଯାଇଥିଲେ ନଦୀ ସ୍ରୋତରେ। ସ୍ଥାନୀୟ ଗ୍ରାମବାସୀ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ପାଞ୍ଚ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ନିଖୋଜ ଥିଲେ ସିଲି।ବହୁ ଖୋଜାଖୋଜି ପରେ ମଧ୍ୟ ଅଗ୍ନିଶମ ବିଭାଗ କର୍ମଚାରୀ
ମାନେ ପାଇନଥିଲେ । ଆଜି ସକାଳୁ ତାଙ୍କ ମୃତ ଦେହ ଗିରିଆମଶାଣି ତୋଠରେ ଭାସୁଥିବାର ଦେଖିବାକୁ ମିଳିଥିଲା।ପୋଲିସ ଖବର ପାଇ ପରିବାର ଲୋକଙ୍କୁ ଜଣାଇ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଉଦ୍ଧାର କରି ତଦନ୍ତ ଚଳାଇଛନ୍ତି।Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.