ETV Bharat / city

‘ଚିତାବାଘ ନୁହଁ, ଫିସିଂ କ୍ୟାଟ୍’ - ଫିସିଂ କ୍ୟାଟ୍

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରୁ ଏକ ମୃତ ଜନ୍ତୁ ଫଟୋ ଭାଇରାଲ ହୋଇଥିଲା । ଏହା ଚିତାବାଘ ନୁହଁ ଫିସିଂ କ୍ୟାଟ କହିଲା ବ୍ରହ୍ମପୁର ବନ ବିଭାଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Aug 26, 2019, 11:33 PM IST

ବ୍ରହ୍ମପୁର: ଭାଇରାଲ ହୋଇଥିବା ଫଟୋ ମୃତ ଚିତାବାଘ ଫଟୋ ନୁହେଁ । ଏହା ଏକ ଫିସିଂ କ୍ୟାଟ । ଏହି ସୂଚନା ଦେଇଛି ବ୍ରହ୍ମପୁର ଜଙ୍ଗଲ ବିଭାଗ । ସୋମବାର ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗାଁ ନିକଟସ୍ଥ ଘୋଡାହାଡ କେନାଲରୁ ଏକ ଜନ୍ତୁର ମୃତଦେହ ମିଳିଥିଲା । ଯାହାକୁ ନେଇ ଗ୍ରାମବାସୀ ଫଟୋ ଉଠାଇ ଭାଇରାଲ କରିବା ସହ ବନ ବିଭାଗକୁ ଖବର ଦେଇଥିଲେ । ସେପଟେ, ମୃତ ଜନ୍ତୁ ମୃତଦେହକୁ ଖୋଜୁଛି ବନ ବିଭାଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଘୋଡାଦାଡ କେନାଲ କଡରେ ଚିତା ବାଘ ଭଳି ଦେଖାଯାଉଥିବା ଜନ୍ତୁର ମୃତ ଦେହ ଦେଖିବାକୁ ପାଇଥିଲେ ଗ୍ରାମବାସୀ । ଚିତାବାଘ ପରି ଚିହ୍ନ, ବର୍ଣ୍ଣ ଦେଖି ଫଟୋ ଉତ୍ତୋଳନ କରିବା ସହ ବନ ବିଭାଗକୁ ଖବର ଦେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ଭୟର ଆଶଙ୍କା କରି ପୁନଶ୍ଚ କେନାଲ ଜଳ ସ୍ରୋତରେ ଭସାଇଥିଲେ ।

ଏହା ପରେ ବନବିଭାଗ କର୍ମଚାରୀମାନେ କେନାଲ ପାର୍ଶ୍ବରେ ଦୀର୍ଘ ସମୟ ଧରି ପାଟ୍ରୋଲିଂ କରିଥିଲେ ମଧ୍ୟ ମୃତ ଜନ୍ତୁକୁ ଖୋଜି ପାଇନଥିବା କହିଛନ୍ତି ବ୍ରହ୍ମପୁରର ଏସ୍.ଇ.ଏଫ୍ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକ ଅଧିନସ୍ଥ କଇଠଖଣ୍ଡି ଗ୍ରାମ ନିକଟସ୍ଥ ଘୋଡାହାଡ କେନାଲରେ ଏକ ଚିତା ବାଘର ମୃତ ଦେହ ଭାସୁଥିବା ନେଇ ଫଟୋ ଭାଇରାଲ୍ ହେବା ଘଟଣାକୁ ନେଇ ବ୍ରହ୍ମପୁର ଜଙ୍ଗଲ ବିଭାଗ ଫଟୋ କୁ ଦେଖି ଏହାକୁ ଚିତା ବାଘ ନୁହେଁ ବରଂ ଏହା ବଡ ଫିସଙ୍ଗ୍ କେଟ୍ ବୋଲି କହିବା ସହ ମୃତ ପଶୁଟିର ଶବକୁ ଜଙ୍ଗଲ ବିଭାଗ ଖୋଜୁଥିବା ବେଳେ ତାହାର ମୃତଦେହ ମିଳିବା ପରେ ଅଧିକ ସ୍ପଷ୍ଟ ହେବ ବୋଲି କୁହାଯାଇଛି । ମୁଖ୍ୟତଃ ସୋମବାର ଏଭଳି ମୃତ ଦେହଟି ସ୍ଥାନୀୟ କେନାଲ କଡରେ ଲାଗିଥିବା ଦେଖି ସ୍ଥାନୀୟ କେତେକ ଗ୍ରାମବାସୀ ଙ୍କ ମଧ୍ୟରେ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ଚିହ୍ନ ଏବଂ ବର୍ଣ୍ଣକୁ ଗ୍ରାମବାସୀ ଦେଖି ଚିତାବାଘ ବୋଲି ସନ୍ଦେହ କରିବା ସହ ଦୀର୍ଘ ସମୟ ଧରି ପାଣିରେ ବୁଡି ମୃତଦେହ ଭାସି ଆସୁଥିବା ଦେଖି କେତେକ ଫଟୋ ଉତ୍ତୋଳନ କରିବା ପରେ ବନବିଭାଗକୁ ଖବର କରିଥିଲେ । ହେଲେ ପରବର୍ତ୍ତୀ ସମୟରେ କୌଣସି ପ୍ରକାର ଭୟର ଆଶଙ୍କା କରି ପୁନଶ୍ଚ କେନାଲ ଜଳ ସ୍ରୋତରେ ମୃତ ଦେହଟିକୁ ଭସାଇ ଦେଇଥିଲେ । ଖବରପାଇ ବନବିଭାଗ କର୍ମଚାରୀ ମାନେ କେନାଲ ପାଶ୍ୱର୍ରେ ଦୀର୍ଘ ସମୟ ଧରି ପାଟ୍ରୋଲିଂ କରିଥିଲେ ହେଁ ମୃତଦେହ କୁ ଖୋଜି ପାଇପାରିନଥିବା କୁହିଛନ୍ତି ବ୍ରହ୍ମପୁର ର ଏସ୍.ଇ.ଏଫ୍ ।

Body:ବାଇଟ୍-ଅଶୋକ କୁମାର ବେହେରା (ଏସ୍.ଇ.ଏଫ୍ ,ବ୍ରହ୍ମପୁର)
ବି.ଦ୍ର-ବାଇଟ୍ ମୋଜୋ ରେ ଯାଇଛିConclusion:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.