ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଏକକାଳୀନ ୩ଟି ସ୍ଥାନରେ ରେଡ ମାରିଛି ଭିଜିଲାନ୍ସ ।
ଡିଭିଜନ୍ -୧ ରେ କାର୍ଯ୍ୟରତ ରହିଥିବା ଏଲ୍.କାମରାଜୁ ଦାଶଙ୍କ ଘର ସମେତ ମୋଟ ତିନୋଟି ସ୍ଥାନରେ ଏକ ସଙ୍ଗେ ଚଢାଉ କରିଛି ଭିଜିଲାନ୍ସ। ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଦୁଇ ଜଣେ ଡିଏସପିଙ୍କ ସମେତ ପାଞ୍ଚ ଜଣ ଇନ୍ସପେକ୍ଟର ଓ ବହୁ କର୍ମଚାରୀ ଏହି ଚଢାଉରେ ସାମିଲ ହୋଇଛନ୍ତି । ଭିଜିଲାନ୍ସ ବିଭାଗର ଏହି ଚଢାଉ ସମୟରେ କନିଷ୍ଠ କିରାଣୀ ଏଲ କୁମାର ଦାଶଙ୍କ ବ୍ରହ୍ମପୁର ସହରର ଆଙ୍କୁଲି ଖାଲା ସାହିର ଦୁଇ ମହଲା କୋଠା ସମେତ ଆଙ୍କୁଲି ଠାରେ ରହିଥିବା ତିନୋଟି ସ୍ଥାନ ଏବଂ ତାଙ୍କ ସରକାରୀ କାର୍ଯ୍ୟାଳୟରେ ଏହି ଚଢାଉ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ