ETV Bharat / city

Vigilance Raid: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଚାରୋଟି ସ୍ଥାନରେ ଚଢାଉ

ଭିଜିଲାନ୍ସ ଜାଲରେ ଦିଗପହଣ୍ଡି ଅଞ୍ଚଳର ରୁରାଲ ୱାର୍କ ବିଭାଗର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ । ଆୟବର୍ହିଭୂତ ସମ୍ପର୍ତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଅଧିକ ପଢନ୍ତୁ

Vigilance Raid: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ
Vigilance Raid: ଭିଜିଲାନ୍ସVigilance Raid: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ ଜାଲରେ କନିଷ୍ଠ ଯନ୍ତ୍ରୀ
author img

By

Published : Dec 28, 2021, 10:04 AM IST

Updated : Dec 28, 2021, 12:55 PM IST

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଆୟବର୍ହିଭୂତ ସମ୍ପର୍ତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ (Vigilance Raid in Digapahandi Junior Engineer House)। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ରୁରାଲ ୱାର୍କ ବିଭାଗର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କ ଘରେ ବ୍ରହ୍ମପୁର ଭିଜିଲାନ୍ସ ରେଡ (Brahmapur Vigilance Raid) କରିଛି । କନିଷ୍ଠ ଯନ୍ତ୍ରୀ ହେଉଛନ୍ତି ବଂଶୀଧର ସେଠୀ ।

Vigilance Raid: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଚାରୋଟି ସ୍ଥାନରେ ଚଢାଉ

ତାଙ୍କ ବାସଭବନ ସମେତ ଚାରୋଟି ସ୍ଥାନରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରଖିଛି । ବଂଶୀଧର ସେଠୀଙ୍କ ଦିଗପହଣ୍ଡି କାର୍ଯ୍ୟାଳୟ ସମେତ ବ୍ରହ୍ମପୁର ସହର ଶକ୍ତିନଗର ଦ୍ବିତୀୟ ଲାଇନରେ ରହୁଥିବା ତିନି ମହଲା ବିଶିଷ୍ଟ କୋଠା, ପୋଲସରା ଚିରିକପଡା ଶାସନରେ ରହୁଥିବା ପୈତୃକ ବାସଭବନ ସମେତ ବ୍ରହ୍ମପୁର ସହରର ଲୋଚାପଡା ଠାରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଇଛି । ବ୍ରହ୍ମପୁରର ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ଠାରୁ ମିଳିଥିବା ସର୍ଚ୍ଚ ୱାରେଣ୍ଟକୁ ନେଇ ଏହି ଚାରୋଟି ଟିମ୍ ଆଜି ସକାଳୁ ଏହି ଯାଞ୍ଚ ଆରମ୍ଭ କରିଥିବା ବେଳେ ଏଥିରେ ଦୁଇ ଜଣ ଡିଏସପିଙ୍କ ସମେତ ଛଅ ଜଣ ପୋଲିସ ଇନସ୍ପେକ୍ଟର ରହିଥିବା ସୂଚନା ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Dec 28, 2021, 12:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.