ବ୍ରହ୍ମପୁର: ଗୁରୁତର ମାଙ୍କଡ଼କୁ ଚିକିତ୍ସା କରାଇଲେ ପଶୁପ୍ରେମୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହରର ଭବାନୀ ନଗର ଅଞ୍ଚଳରେ । ଭବାନୀ ନଗର ଦ୍ବିତୀୟ ଲାଇନରେ ବିଦ୍ୟୁତ ଆଘାତରେ ଗୋଟିଏ ପାତି ମାଙ୍କଡ଼କୁ ଆହତ ହୋଇପଡ଼ିଥିବା ଦେଖି କେତେକ ପଶୁପ୍ରେମୀ ସ୍ଥାନୀୟ ଚିକିତ୍ସକଙ୍କ ସହାୟତାରେ ଚିକିତ୍ସା କରାଇଛନ୍ତି ।
![monkeys-in-berhampur](https://etvbharatimages.akamaized.net/etvbharat/prod-images/od-bam-local-people-treatment-to-injured-monkey-7205524_27102020202208_2710f_1603810328_984.jpg)
୧୧ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଙ୍କଡଟି ବହୁତ ସମୟ ଧରି ଛଟପଟ ହେଉଥିଲା । ଏହାଦେଖି ସ୍ଥାନୀୟ ଲୋକେ ପଶୁପ୍ରେମୀ ସନ୍ଦୀପ ସେଠୀଙ୍କୁ ଅବଗତ କରାଇଥିଲେ । ଏହାପରେ ସେ ତାଙ୍କ ସହଯୋଗୀଙ୍କ ସହ ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ମାଙ୍କଡଟିର ଅବସ୍ଥା ଗୁରୁତର ରହିଥିବାରୁ ସଙ୍ଗେସଙ୍ଗେ ଭ୍ରାମ୍ୟମାନ ପଶୁ ଚିକିତ୍ସା ଗାଡିକୁ ଫୋନ କରିଥିଲେ।
ଏହାପରେ ପଶୁ ଚିକିତ୍ସକ ସୌମିକ ସ୍ବାଇଁ, ସହଯୋଗୀ ସାଇରାମ ରେଡ୍ଡୀ ପହଞ୍ଚି ମାଙ୍କଡ଼ଟିର ଚିକିତ୍ସା କରାଯାଇଛି। ସେପଟେ ବିଦ୍ୟୁତ ଆଘାତରେ ଗୁରୁତର ମାଙ୍କଡ଼କୁ ଚିକିତ୍ସା କରାଇବାରେ ସ୍ନେକ ହେଲପ ଲାଇନ ସଦସ୍ୟ ସ୍ବାଧୀନ ସାହୁ, କାହ୍ନୁ ସାହୁଙ୍କ ସମେତ ସାହି ବାସିନ୍ଦା ଏଥିରେ ସହଯୋଗ କରିଥିଲେ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ , ଇଟିଭି ଭାରତ