ETV Bharat / city

ଆନ୍ଧ୍ରପ୍ରଦେଶରେ ପଥର ବ୍ଲାଷ୍ଟିଂ, ଦୁଇ ଓଡ଼ିଆ ଯୁବକ ମୃତ

author img

By

Published : Dec 18, 2021, 8:23 PM IST

ଆନ୍ଧ୍ରପ୍ରଦେଶର ମେଡିମିଷ୍ଟି କମ୍ପାନୀରେ ପଥର ବ୍ଲାଷ୍ଟିଂରେ ଅଘଟଣ । ଚାପି ହୋଇ ଦୁଇ ଓଡିଆ ଯୁବକ ମୃତ । ମୃତକ ହେଲେ ଦିଗପହଣ୍ଡି ବ୍ଲକ କୋଟିନଡା ପଞ୍ଚାୟତ ସିଦ୍ଧିଖଣ୍ଡି ଗ୍ରାମର ପବିତ୍ର ବିଷୋୟୀ ଓ ମୁନା ସ୍ବାଇଁ । ଅଧିକ ପଢନ୍ତୁ

_Two Odia Labour dies in Andhra Pradesh stone blasting
ଆନ୍ଧ୍ରପ୍ରଦେଶରେ ପଥର ବ୍ଲାଷ୍ଟିଂ, ଦୁଇ ଓଡ଼ିଆ ଯୁବକ ମୃତ

ବ୍ରହ୍ମପୁର: ଦାଦନ ଜୀବନର ଦୁଃଖଦ ଅନ୍ତ । ଯେଉଁ କାମ ଦିନେ ପରିବାରର ରୋଜଗାରିଆ ପୁଅର ପରିଚୟ ଦେଇଥିଲା ଶେଷରେ ସେଠାରେ ଜୀବନ ଚାଲିଗଲା । ଶେଷ ସମୟରେ ପରିବାର ଲୋକଙ୍କୁ ଆଖିପୁରେଇ ଦେଖିବା ମଧ୍ୟ ସମ୍ଭବ ହେଲାନି । ଆପଣାର ପ୍ରିୟଜନଙ୍କ ବିନା ପଡୋଶୀ ରାଜ୍ୟର ପଥର ଖାଦାନରେ ଜୀବନ ହରାଇବାକୁ ପଡିଲା । ଅଧାରହିଗଲା କଲେଜ ପଢା, ପଥରଖଣ୍ଡ ତଳେ ଚାପିହୋଇ ଚୁରମାର ହୋଇଗଲା ସବୁସ୍ବପ୍ନ ।

ନିଜ ରାଜ୍ୟରେ ରୋଜଗାର ନ ପାଇ ଦୁଇ ପଇସା କମାଇବାକୁ ପଡୋଶୀ ରାଜ୍ୟକୁ ବାଧ୍ୟ ହୋଇଯାଇଥିଲେ ଦିଗପହଣ୍ଡି ବ୍ଲକ କୋଟିନଡା ପଞ୍ଚାୟତ ସିଦ୍ଧିଖଣ୍ଡି ଗ୍ରାମର ପବିତ୍ର ବିଷୋୟୀ ଓ ମୁନା ସ୍ବାଇଁ । ପବିତ୍ରଙ୍କ ବୟସ ୨୦ ଓ ମୁନାଙ୍କ ବୟସ ୧୮ । ତେବେ ଗତକାଲି ରାତ୍ର ସମୟରେ କାର୍ଯ୍ୟ କରୁଥିବାବେଳେ ହଠାତ୍‌ ମେଡିମିଷ୍ଟି କମ୍ପାନୀରେ ପଥର ବ୍ଲାଷ୍ଟିଂ(stone blasting) ହୋଇ ଏକ ବଡ଼ ପଥର ଖସିଯିବା ଫଳରେ ଉଭୟ ପବିତ୍ର ଓ ମୁନା ସେଥିରେ ଚାପି ହୋଇଯାଇଥିଲେ । ଯାହାଫଳରେ ଉଭୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଘଟଣାସ୍ଥଳରେ କମ୍ପାନୀ ମାଲିକ ସମେତ କାମ କରୁଥିବା ଅନ୍ୟ ସାଥୀମାନେ ପଥର ଭିତରୁ ଦୁହିଁଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

ଏନେଇ ସେଠାରେ କାର୍ଯ୍ୟରତ କିଛି ଦିଗପହଣ୍ଡି ଅଞ୍ଚଳର ଅନ୍ୟ ସାଥୀମାନେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ସେମାନଙ୍କୁ କ୍ଷତିପୂରଣ ଦାବିରେ କମ୍ପାନୀରେ ଆନ୍ଦୋଳନ କରିଥିଲେ । ତେବେ କମ୍ପାନୀ କର୍ତ୍ତୃପକ୍ଷ ଓ ପ୍ରଶାସନ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ତେବେ ଉଭୟଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବା ବେଳେ ସେମାନଙ୍କ ମୃତଦେହ ଗ୍ରାମ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: Berhampur Couple Saga: ଆଜି ପିଟିସନର ଶୁଣାଣି, କୋର୍ଟରେ ପହଞ୍ଚିଲେ ତପସ୍ବିନୀ

ସିଦ୍ଧଖଣ୍ଡି ଗ୍ରାମର ପିତା ସୂର୍ଯ୍ୟ ବିଷୋୟୀ ଓ ମାଆ ସୁନୀତା ବିଷୋୟୀଙ୍କ ପରିବାର ଏକ ପ୍ରକାର ଗରିବ ଶ୍ରେଣୀର ହୋଇଥିବାବେଳେ ଏକମାତ୍ର ପୁତ୍ର ପବିତ୍ର ବିଷୋୟୀ ଭୀଷ୍ମଗିରି କଲେଜରେ ଜଣେ ଯୁକ୍ତ ତିନି ଦ୍ବିତୀୟ ବର୍ଷ ଛାତ୍ର ରହିଥିଲେ ।

ପରିବାର ପ୍ରତିପୋଷଣ ସହ ଟଙ୍କା ଯୋଗାଡ କରି ଦୁଇ ଭଉଣୀଙ୍କ ବାହାଘର କରିବା ପାଇଁ ସେ କିଛି ମାସ ତଳେ ଆନ୍ଧ୍ରପ୍ରଦେଶର ଉକ୍ତ କମ୍ପାନୀରେ ଜଣେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଏଥିସହ କିଛି ଅର୍ଥ ସଞ୍ଚୟ ପରେ ନିକଟରେ ବଡ଼ ଭଉଣୀର ବାହାଘର ମଧ୍ୟ କରିଥିଲେ। ତେବେ ଦେଢ଼ମାସ ତଳେ ପୁଣି କାର୍ଯ୍ୟରେ ଯୋଗଦାନ ପାଇଁ ସେହି କମ୍ପାନୀକୁ ଚାଲିଯାଇଥିଲେ । ସେହିପରି ଚିନ୍ତାମଣି ସ୍ବାଇଁଙ୍କ ପୁଅ ମୁନା ସ୍ବାଇଁ ୧୫ ଦିନ ତଳେ ସେହି କମ୍ପାନୀକୁ ଯାଇ ଦୁହେଁ ମିଳିତ ଭାବେ କାର୍ଯ୍ୟ କରି ଆସୁଥିଲେ । ଉଭୟଙ୍କ ମୃତ୍ୟୁ ଖବର ପରିବାର ଉପରେ ଦୁଃଖର ପାହାଡ ଖସିପଡିଥିବା ପରି ହୋଇଥିବାବେଳେ, ସ୍ଥାନୀୟ ଅଞ୍ଚଳରେ ଶୋକ ଲହରୀ ଖେଳାଇଦେଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.