ETV Bharat / city

ଗଞ୍ଜାମରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ, ଜିନପିଙ୍ଗଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି - ଗଞ୍ଜାମରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ,

ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ବ୍ରହ୍ମପୁର ସହରର ଗାନ୍ଧୀନଗର ଛକରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଶହୀଦ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ଏଥିସହ 2 ମିନିଟ୍ ନୀରବ ପ୍ରାର୍ଥନା କରାଯିବା ସହ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।

Tribute to martyr Jawan in Ganjam, BJP burns Jinping's coffin
ଗଞ୍ଜାମରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ, ଜିନପିଙ୍ଗଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି
author img

By

Published : Jun 22, 2020, 7:07 PM IST

Updated : Jun 22, 2020, 8:25 PM IST

ବ୍ରହ୍ମପୁର: ବିଶ୍ବବ୍ୟାପୀ କୋରୋନା ପ୍ରଳୟ ଜାରି ରହିଛି । ଏମିତି ସ୍ଥିତିରେ ଚୀନ ସବୁ ଦେଶର ଟାର୍ଗେଟରେ ରହିଥିବାବେଳେ ଗଲୱାନ ଘାଟିରେ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ବ୍ରହ୍ମପୁର ସହରର ଗାନ୍ଧୀନଗର ଛକରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଶହୀଦ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ଏଥିସହ 2 ମିନିଟ୍ ନୀରବ ପ୍ରାର୍ଥନା କରାଯାଇଛି ।

ଗଞ୍ଜାମରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ, ଜିନପିଙ୍ଗଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି

ପରେ ଏକ ପଦଯାତ୍ରାରେ ସହରର ପୁରୁଣା ବସଷ୍ଟାଣ୍ଡଠାରେ ପହଞ୍ଚି ସମସ୍ତେ ଏଭଳି ପରିସ୍ଥିତିରେ ଚାଇନା ସାମଗ୍ରୀ ବର୍ଜନ କରିବା ପାଇଁ ଶପଥ ନେବା ସହ ଚାଇନାର ରାଷ୍ଟ୍ରପତି ଜିନପିଙ୍ଗଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଏହାସହିତ ଦୈନଦିନ ଜୀବନରେ ବ୍ୟବହାର ହେଉଥିବା ଚାଇନା ସାମଗ୍ରୀକୁ ମଧ୍ୟ ପୋଡାଯାଇଥିଲା । ତେବେ ପ୍ରତ୍ୟେକ ଦେଶବାସୀ ଚାଇନା ସାମଗ୍ରୀ ବର୍ଜନ କରିବାକୁ ଆହ୍ବାନ ମଧ୍ୟ କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jun 22, 2020, 8:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.