ETV Bharat / city

ରକ୍ତଦାନ ସଚେତନ ବାର୍ତ୍ତା ନେଇ ସାଇକେଲରେ ଭାରତ ଭ୍ରମଣ - blood donation awareness message

ଭଦ୍ରକ ଜିଲ୍ଲାର ଧୂସୁରୀ ଅଞ୍ଚଳର ବାସିନ୍ଦା ଜୟଦେବ ରାଉତ ନାମକ ବ୍ୟକ୍ତି ସାଇକେଲରେ ଯାତ୍ରା କରି ଲୋକଙ୍କୁ ସଚେତନ କରୁଛନ୍ତି । ସେ ବ୍ରହ୍ମପୁରରେ ପହଞ୍ଚିବା ପରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

Traveling India on a bicycle with a blood donation awareness message
ରକ୍ତଦାନ ସଚେତନା ବାର୍ତ୍ତା ନେଇ ସାଇକେଲରେ ଭାରତ ଭ୍ରମଣ
author img

By

Published : Mar 3, 2020, 3:24 PM IST

ବ୍ରହ୍ମପୁର: ସାଇକେଲରେ ଭାରତ ଭ୍ରମଣ କରି ରକ୍ତଦାନ ଭଳି ମହତକାର୍ଯ୍ୟରେ ସାମିଲ ହେବାକୁ ଆହ୍ବାନ କରି ଆସୁଛନ୍ତି ଜଣେ ଓଡିଆ ଯୁବକ । ଭଦ୍ରକ ଜିଲ୍ଲାର ଧୂସୁରୀ ଅଞ୍ଚଳର ବାସିନ୍ଦା ଜୟଦେବ ରାଉତ ସାଇକେଲରେ ପଶ୍ଚିମବଙ୍ଗ, ଓଡିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, କେରଳ, ତାମିଲନାଡୁ ଦେଇ ପୁନଃର୍ବାର ଆନ୍ଧ୍ରପ୍ରଦେଶ ଭ୍ରମଣ କରି ଓଡିଶାରେ ପହଞ୍ଚିଛନ୍ତି ।

ରକ୍ତଦାନ ସଚେତନା ବାର୍ତ୍ତା ନେଇ ସାଇକେଲରେ ଭାରତ ଭ୍ରମଣ

ନିୟମିତ ୬୦ ରୁ ୭୦ କିଲୋମିଟର ସାଇକେଲ ଯୋଗେ ଜୟଦେବ ଯାତ୍ରା କରୁଥିବା ବେଳେ ରକ୍ତର ଅଭାବ ଯେପରି ନରହିବ ସେ ନେଇ ସମସ୍ତେ ସ୍ବେଚ୍ଛାକୃତ ଭାବରେ ରକ୍ତଦାନ କରିବାକୁ ଆହ୍ବାନ କରୁଛନ୍ତି । ସେ ପ୍ରତ୍ୟେକ ଦିନ ସ୍କୁଲ ଓ କଲେଜ ଠାରୁ ଆରମ୍ଭ କରି ଯୁବବର୍ଗ ଏବଂ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ସଚେତନତା କରୁଛନ୍ତି ।

ଏହି ସାଇକେଲ ଯାତ୍ରା ଆସନ୍ତା ଦ୍ବିତୀୟ ସପ୍ତାହରେ କଲିକତାରେ ଶେଷ ହେବ ବୋଲି ବ୍ରହ୍ମପୁର ଠାରେ ସୂଚନା ଦେଇଛନ୍ତି ସେ । ତେବେ ସେ ବ୍ରହ୍ମପୁର ଠାରେ ପହଞ୍ଚିବା ପରେ ଓଡ଼ିଶା ଏସୋସିଏସନ୍ ଅଫ୍ ଭଲ୍ୟୁଣ୍ଟାର ବ୍ଲଡ ଡୋନର ତରଫରୁ ଖଲ୍ଲିକୋଟ କଲେଜ ଖେଳପଡ଼ିଆ ଠାରେ ସମ୍ବର୍ଦ୍ଧିତ କରାଯାଇଛି ।

ଏହି ଅବସରରେ ରକ୍ତଦାନ ସଂଘ ସଭାପତି ରମାକାନ୍ତ ରଥ, ସମ୍ପାଦକ ସୁଶାନ୍ତ ଘୋଷ, ଇଟି ରାଓ ପ୍ରମୁଖ ଉପସ୍ଥିତ ରହି ଏଭଳି ମହାନ କାର୍ଯ୍ୟରେ ସାମିଲ ହୋଇଥିବା ନେଇ ପ୍ରଶଂସା କରିଥିଲେ । ସେମିଆ ଓ ସିକଲ ସେଲ ରୋଗୀ, ଦୁର୍ଘଟଣା ଗ୍ରସ୍ତଙ୍କୁ ଓ ବିଭିନ୍ନ ଅସ୍ତ୍ରପଚାର ରୋଗୀଙ୍କ ଜୀବନ ରକ୍ଷା କରିପାରିବାକୁ ଆହ୍ବାନ କରୁଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.