ETV Bharat / city

ମନ୍ଦିରରେ ପୂଜା କରିବାରୁ ଗୁଣିଗାରେଡି ସନ୍ଦେହ ! ମାଡ଼ମାରି ଦାନ୍ତ ଭାଙ୍ଗି ଦେଇଥିବା ଅଭିଯୋଗ

author img

By

Published : May 15, 2022, 3:45 PM IST

ଗୁଣିଗାରେଡି ସନ୍ଦେହରେ ମାଡମାରି ଦାନ୍ତ ଭାଙ୍ଗିଦେଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ମନ୍ଦିରରେ ପୂଜା କରିବାରୁ ଗୁଣିଗାରେଡି ସନ୍ଦେହ ! ମାଡ଼ମାରି ଦାନ୍ତ ଭାଙ୍ଗି ଦେଇଥିବା ଅଭିଯୋଗ
ମନ୍ଦିରରେ ପୂଜା କରିବାରୁ ଗୁଣିଗାରେଡି ସନ୍ଦେହ ! ମାଡ଼ମାରି ଦାନ୍ତ ଭାଙ୍ଗି ଦେଇଥିବା ଅଭିଯୋଗ

ବ୍ରହ୍ମପୁର: ଗୁଣିଗାରେଡିକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅନ୍ତର୍ଗତ ଗଡ଼ହୁମ୍ମା ଗ୍ରାମରେ ଉତ୍ତୋଜନା । ଗୁଣିଗାରେଡି ସନ୍ଦେହରେ ଗ୍ରାମବାସୀ ଜଣେ ପୁରୁଷ ଏବଂ ଜଣେ ମହିଳାଙ୍କୁ ମାଡ଼ ମାରିବା ସହ ଦାନ୍ତ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଖବର ପାଇ ପୋଲିସ ଓ ସ୍ଥାନୀୟ ନେତୃବୃନ୍ଦ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଛନ୍ତି ।

ସୂଚନା ଅନୁଯାୟୀ, ରମ୍ଭା ଥାନା ଅନ୍ତର୍ଗତ ଗଡ଼ହୁମ୍ମା ଗ୍ରାମରେ କିଛି ଶିଶୁ ଏବଂ ଯୁବକଙ୍କୁ ମୃତ୍ୟୁ ଘଟୁଥିବାରୁ ଗ୍ରାମବାସୀଙ୍କ ସନ୍ଦେହ ଉପୁଜିଖିଲା । ଗତକାଲି(ଶନିବାର) ରାତିରେ କିଶୋର ଦାସ ଓ ମଞ୍ଜୁଳା ଦାସ ଗ୍ରାମର ନିକଟବର୍ତ୍ତୀ ମନ୍ଦିରରେ ପୂଜାର୍ଚ୍ଚନା କରୁଥିବା ଦେଖି ଗ୍ରାମବାସୀ ଗୁଣିଗାରେଡି ସନ୍ଦେହ କରିଥିଲେ । ଏହାପରେ କିଶୋର ଏବଂ ମଞ୍ଜୁଳାଙ୍କୁ ମାଡ ମାରିବା, ଦାନ୍ତ ଭାଙ୍ଗିବା ପରେ ଅଟକ ରଖିଥିଲେ । ଏନେଇ ଖବର ପାଇ ପୋଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଥାନାକୁ ନେଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.