ETV Bharat / city

ବାଘଛାଲ ବିକ୍ରି ପାଇଁ ହେଉଥିଲା ଡିଲ୍, ଅଭିଯୁକ୍ତକୁ କାବୁ କଲା ବନ ବିଭାଗ - ବାଘଛାଲ

ବାଘଛାଲ ବିକ୍ରି ପାଇଁ ହେଉଥିଲା ଡିଲ୍, ଅଭିଯୁକ୍ତକୁ କାବୁ କଲା ବନ ବିଭାଗ ,ଦେଖନ୍ତୁ ଇଟିଭି ଭାରତର Exclusive ରିପୋର୍ଟ...

ବାଘଛାଲ ବିକ୍ରି ପାଇଁହେଉଥିଲା ଡିଲ୍, ଅଭିଯୁକ୍ତକୁ କାବୁ କଲା ବନ ବିଭାଗ

author img

By

Published : Sep 14, 2020, 10:27 PM IST

Updated : Sep 14, 2020, 11:06 PM IST

ବ୍ରହ୍ମପୁର: ରାଜ୍ୟରେ ଗୋଟିଏ ପରେ ଗୋଟିଏ ବାଘଛାଲ କାରବାରକୁ ଧରିବାରେ କ୍ରାଇମବ୍ରାଞ୍ଚ ଠାରୁ ଆରମ୍ଭ କରି ବନ ବିଭାଗ ସଫଳ ହେଉଥିବା ଦେଖାଯାଇଛି । ଇତି ମଧ୍ୟରେ ବ୍ରହ୍ମପୁର ସହରକୁ ଆଣି ବାଘଛାଲକୁ ବିକ୍ରି କରିବା ପାଇଁ ଏକ ନାଟକୀୟ ଡିଲ କରି ଛଦ୍ମବେଶରେ ଯାଇ ଏଭଳି କାରବାର କୁ ଖୁଲାସା କରିବାରେ ସକ୍ଷମ ହୋଇଛି ବନ ବିଭାଗର ବ୍ରହ୍ମପୁର ରେଞ୍ଜ ।

ବାଘଛାଲ ବିକ୍ରି ପାଇଁହେଉଥିଲା ଡିଲ୍, ଅଭିଯୁକ୍ତକୁ କାବୁ କଲା ବନ ବିଭାଗ

ମୁଖ୍ୟତଃ ଚନ୍ଦ୍ରଗିରି–ଲଖାରୀର ଘଞ୍ଚ ଜଙ୍ଗଲରେ ରହୁଥିବା ବାଘକୁ ମାରିବା ପରେ କୁଆଡେ ତାର ଚମଡାକୁ ଆଣି ବହୁ ଦାମ୍ ରେ ବିକ୍ରି କରାଯାଉଥିଲା । ଯେଉଁଥିରେ ମଧ୍ୟସ୍ଥି ମାନେ ବ୍ରହ୍ମପୁର ସହର ସମେତ ରାଜ୍ୟର ବିଭିନ୍ନ ପ୍ରମୁଖ ଅଞ୍ଚଳରେ ଏହାକୁ ନେଇ ବିକ୍ରି କରୁଥିବା ଖବର ପାଇ ବନ ବିଭାଗର ଟିମ୍ ଏହି କାରବାରକୁ ଧରିବା ସହ ଏହି କାରବାରରେ ସଂପୃକ୍ତ ଜଣେ ଅଭିଯୁକ୍ତ ଯୁବକକୁ କାବୁ କରିବା ସହ ବାଘ ଛାଲକୁ ଜବତ କରାଯାଇଛି ।

କିଭଳି ହେଉଥିଲା ଏହି ବାଘ ଛାଲ କାରବାର, ସେ ନେଇ ଇଟିଭି ଭାରତ କ୍ୟାମେରା ସମୁଖରେ ଗିରଫ ଅଭିଯୁକ୍ତ ଜଣଙ୍କ ସମସ୍ତ ଘଟଣାକୁ ବର୍ଣ୍ଣନା କରିଛି । ଗିରଫ ଅଭିଯୁକ୍ତ ଟି.ସୁଶାନ୍ତ ରେଡି କହିବା ପ୍ରକାରେ ସେ ବିଭିନ୍ନ ପ୍ରକାର ବନ୍ୟଜାତ ସାମଗ୍ରୀକୁ ବିକ୍ରି କରି ଆସୁଥିବା ବେଳେ ବାଘଛାଲ ପାଇଁ ଅର୍ଡର ପାଇବା ପରେ ସେ ନେଇ କୃଷ୍ଣ ପାତ୍ର ନାମକ ବ୍ୟକ୍ତି ଙ୍କୁ ଯୋଗାଯୋଗ କରି ଏହାକୁ ୧୧ ହଜାର ଟଙ୍କା ରେ କ୍ରୟ କରିଥିଲେ ଏବଂ ଉକ୍ତ ବାଘଛାଲକୁ ୧୫ ହଜାର ଟଙ୍କାରେ ବିକ୍ରି କରିଥାନ୍ତା । ହେଲେ ବନ ବିଭାଗ ଛଦ୍ମବେଶରେ ଆସି ଡିଲ କରି ଏହାକୁ କାବୁ କରିବାରେ ସକ୍ଷମ ହୋଇଛି ।

ବ୍ରହ୍ମପୁର ଉପକଣ୍ଠ ଗୋକର୍ଣ୍ଣପୁର ଅଞ୍ଚଳରୁ ଏହି ବାଘ ଛାଲ ଆଣିଥିବା ବେଳେ ବାଲିପଡା ନିକଟରେ ଏହାକୁ କାବୁ କରିଥିଲେ । ସେପଟେ ଏହି ଘଟଣାରେ ଜଣେ ମଧ୍ୟସ୍ଥି ରହିଥିବା ଜଣାପଡିବା ପରେ ଏହାର ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ବ୍ରହ୍ମପୁର ରେଞ୍ଜର ଦିଲ୍ଲିପ କୁମାର ମାର୍ଥା । ପ୍ରାଥମିକ ତଦନ୍ତରେ ଚନ୍ଦ୍ରଗିରି ଓ ଲଖାରୀ ଅଞ୍ଚଳରୁ ଏହି ବାଘ ଛାଲ ଆସୁଥିବା ଅନୁମାନ କରାଯାଉଥିବା ବେଳେ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛନ୍ତି ବନ ବିଭାଗ ।

ଏନେଇ କିଭଳି ଏହି ବାଘଛାଲ କାରବାର ହେଉଥିଲା ସେ ନେଇ ଗିରଫ ଅଭିଯୁକ୍ତ ଏବଂ ବନ ବିଭାଗର ଅଧିକାରୀ ଙ୍କ ସହିତ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ୱାଦଦାତା ସମୀର ଆଚାର୍ଯ୍ୟ ।

Last Updated : Sep 14, 2020, 11:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.