ବ୍ରହ୍ମପୁର: ଗତ ୨୫ ତାରିଖ ଦିନ କଳିଙ୍ଗା ଘାଟିରେ ହୋଇଥିବା ବସ୍ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସା ହେଉଥିବା ୩ ବର୍ଷ ଶିଶୁର ସଫଳ ଅସ୍ତ୍ରୋପଚାର ପରେ ତାକୁ ତାର ପରିବାର ବର୍ଗଙ୍କ ସହିତ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ପଶ୍ଚିମବଙ୍ଗ ପଠାଇଛି ପ୍ରଶାସନ । ରବିବାର ଶିଶୁକୁ ବାପା ଦୀନବନ୍ଧୁଙ୍କ ସହ ପଶ୍ଚିମବଙ୍ଗର ସୁଲତାନପୁର ଗ୍ରାମକୁ ପଠାଯାଇଛି ।
ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରୁ ଦୁଇ ଦୁଇ ଥର ସ୍ୱତନ୍ତ୍ର ଗାଡି କରି ଭଞ୍ଜନଗର ଏବଂ ପରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରୁ ସମସ୍ତ ପ୍ରକାର ବ୍ୟବସ୍ଥା କରି ପଠାଇଥିବା ଦେଖିବାକୁ ମିଳିଥିଲା । ଉକ୍ତ ଦୁର୍ଘଟଣାରେ ଶିଶୁର ମା'ର ମୃତ୍ୟୁ ଘଟିଥିବା ବେଳେ ସେ ଗୁରୁତର ଆହତ ହୋଇଥିଲେ । ଓଡିଶା ସରକାର ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ଗତ ଦୁର୍ଘଟଣା ପରେ ପଡୋଶୀ ରାଜ୍ୟର ଆହତ ହୋଇଥିବା ସମସ୍ତ ଯାତ୍ରୀ କିପରି ଚିକିତ୍ସା ପରେ ସୁରକ୍ଷିତ ଭାବରେ ପଶ୍ଚିମବଙ୍ଗ ଫେରିବେ ସେ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଇଟିଭି ଭାରତ, ବ୍ରହ୍ମପୁର