ETV Bharat / city

ଘରୋଇ ହସପିଟାଲ ବିକ୍ରି ନାମରେ ଠକେଇ, ୩ ଗିରଫ - omm arogya hospital

ବ୍ରହ୍ମପୁରରେ ଘରୋଇ ହସପିଟାଲକୁ ବିକ୍ରି ନାମରେ ଠକେଇ ଅଭିଯୋଗରେ ୩ ଗିରଫ । ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଥିବା ଏକ ଆପୋଲୋ କ୍ଲିନିକ କୋଠାକୁ ଜାଲ ଲିଜ ଏଗ୍ରିମେଣ୍ଟ କରି ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା । ଅଧିକ ପଢ଼ନ୍ତୁ

ଘରୋଇ ହସପିଟାଲ ବିକ୍ରି ନାମରେ ଠକେଇ, ୩ ଗିରଫ
ଘରୋଇ ହସପିଟାଲ ବିକ୍ରି ନାମରେ ଠକେଇ, ୩ ଗିରଫ
author img

By

Published : Aug 14, 2022, 8:17 AM IST

ବ୍ରହ୍ମପୁର: ଘରୋଇ ହସପିଟାଲକୁ ବିକ୍ରି କରିବା ନାମରେ ଠକେଇ ହୋଇଥିବା ଘଟଣାରେ ୩ ଗିରଫ । ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଭାବାନଗର ଠାରେ ରହିଥିବା ଆପୋଲୋ କ୍ଲିନିକ କୋଠାକୁ ଜାଲ ଲିଜ ଏଗ୍ରିମେଣ୍ଟ କରି ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା । ତେବେ ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି ତାହାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

ଘରୋଇ ହସପିଟାଲ ବିକ୍ରି ନାମରେ ଠକେଇ, ୩ ଗିରଫ

ସୂଚନା ଅନୁସାରେ, ଗତ ଜୁନ ୧୨ ତାରିଖରେ ଡାକ୍ତର ରମେଶ ଚନ୍ଦ୍ର ବାରତା ଏନେଇ ଥାନାରେ ଅଭିଯୋଗ କରିଥିଲେ । ସେ ସ୍ପେସିମେନ ହୋଲଡିଂ ଲିମିଟେଡ ନାମକ ଏକ କମ୍ପାନୀରୁ ପ୍ରାୟ ୫ କୋଟି ଟଙ୍କା ଦେଇ ଆପୋଲୋ କ୍ଲିନିକ କ୍ରୟ କରିବା ପରେ ତାଙ୍କୁ ସେଠାରେ ଅନୁମତି ଦିଆଯାଉନଥିବା ଅଭିଯୋଗ କରିଥିଲେ । ତେବେ ସେ ଏହାକୁ କିଣିବା ପରେ ତାଙ୍କ ଅଜାଣତରେ ଏହି କୋଠାକୁ ଲିଜ୍ ଆକାରରେ ଦିଆଯାଇଥିବା ଜାଣିବାକୁ ପାଇଥିଲେ । ପରେ ଡାକ୍ତର ବାରତାଙ୍କୁ ଜଣେ ବ୍ୟକ୍ତିଙ୍କ ସହିତ ମିଶି ବ୍ୟବସାୟ କରିବାକୁ କମ୍ପାନୀ ପକ୍ଷରୁ ବାଧ୍ୟ କରାଯାଇଥିଲା ।

ଏହାପରେ ଓମ୍ ଆରୋଗ୍ୟ ହସପିଟାଲ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶିକା ନିଶି ପ୍ରିୟଦର୍ଶନୀଙ୍କ ସହିତ ଏକ ଜଏଣ୍ଟ କମ୍ପାନୀ କରି ଆପୋଲୋ ହସ୍ପିଟାଲ କିଣିଥିଲେ ଡାକ୍ତର ବାରତା । ତେବେ ସେମାନେ ଏହାକୁ ନିଜ ଅକ୍ତିଆରକୁ ନେବା ପାଇଁ ଉଦ୍ୟମ କରୁଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିବା ବ୍ରହ୍ମପୁର ଏସପି ପ୍ରକାଶ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ନିଶି ପ୍ରିୟଦର୍ଶନୀଙ୍କ ସମେତ ସ୍ପେସିମେନ୍ ହୋଲଡିଂ ଲିମିଟେଡର ପରିଚାଳକ ସଂଗ୍ରାମ କେଶରୀ ମହାନ୍ତି ଓ ବେଲଗୁଣ୍ଠା କଂସାରୀ ସାହିର ବଦ୍ରିନାରାୟଣ ପାତ୍ରଙ୍କୁ ପୋଲିସ ଏହି ଘଟଣାରେ ଗିରଫ କରିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.