ETV Bharat / city

ପ୍ରଥମ ଥର କଟକଣାରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ବୁଢୀ ଠାକୁରାଣୀଙ୍କ ଯାତ୍ରା

ବର୍ଷେ ପରେ ପୁଣି ଫେରିଛି ହସଖୁସିର ମାହୋଲ । ଗତବର୍ଷ ସବୁ ପୂଜାପାର୍ବଣକୁ ଚୋରାଇ ନେଇଥିଲା ମହାମାରୀ କୋରୋନା । ଚଳିତ ବର୍ଷ କଟକଣା ମଧ୍ୟରେ ଆୟୋଜିତ ହେବାକୁ ଯାଉଛି ବ୍ରହ୍ମପରରୁ ପ୍ରସିଦ୍ଧ ବୁଢୀ ଠାକୁରାଣୀଙ୍କ ଯାତ୍ରା । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ...

ପ୍ରଥମ ଥର କଟକଣାରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ବୁଢୀ ଠାକୁରାଣୀଙ୍କ ଯାତ୍ରା
ପ୍ରଥମ ଥର କଟକଣାରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ବୁଢୀ ଠାକୁରାଣୀଙ୍କ ଯାତ୍ରା
author img

By

Published : Mar 16, 2021, 4:57 PM IST

ବ୍ରହ୍ମପୁର: ଫେରିଛି ହସଖୁସିର ମାହୋଲ । ମନ୍ଦିର ଖୋଲିବା ପରେ ଭକ୍ତଙ୍କୁ ପାଖରେ ପାଇ ଉତଫୁଲିତ ଜଗତ ଜନନୀ ମା’ ବୁଢୀ ଠାକୁରାଣୀ । ଏବେ ଏହି ଖୁସିକୁ ଦ୍ବିଗୁଣିତ କରିଛି ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀଙ୍କ ଯାତ୍ରା । ପ୍ରଶାସନ ପକ୍ଷରୁ ମିଳିଛି ଗ୍ରୀନ ସିଗନାଲ । କୋଭିଡ କଟକଣା ମଧ୍ୟରେ ଚଳିତ ବର୍ଷ୍ ଆୟୋଜିତ ହେବ ଯାତ୍ରାର ସମସ୍ତ ରୀତିନୀତି । ମାସେ ବଦଳରେ କମ ଦିନରେ ସରିବ ଯାତ୍ରା । ଭିଡ ନ ହେବାକୁ ରଥ, କଳାକୁଞ୍ଜ ଓ ବେଶ ପକାଇ ପରିକ୍ରମାରେ ଲାଗିଛି ରୋକ୍‌ । ପ୍ରସାଦ ବଣ୍ଟନକୁ ବି କରାଯାଇଛି ବାରଣ । ଜିଲ୍ଲା ତଥା ରାଜ୍ୟ ବାହାର ଲୋକଙ୍କ ଉପରେ ମଧ୍ୟ ଜାରି ହୋଇଛି କଟକଣା ।

ପ୍ରଥମ ଥର କଟକଣାରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ବୁଢୀ ଠାକୁରାଣୀଙ୍କ ଯାତ୍ରା

ପ୍ରତି ଦୁଇ ବର୍ଷରେ ଥରେ ପାଳନ ହୁଏ ପାରମ୍ପାରିକ ମାଆ ବୁଢୀ ଠାକୁରାଣୀ ଯାତ୍ରା । ଏହି ଯାତ୍ରାରେ ମା’ ବୁଢୀ ଠାକୁରାଣୀ ନିଜ ବାପ ଘର ଯାଇଥାନ୍ତି । ବ୍ରହ୍ମପୁର ସହରର ଦେଶୀ ବେହେରା ସାହି ହେଉଛି ମାଆଙ୍କ ବାପ ଘର । ଚୈତ୍ର ମାସରେ ମା’ଙ୍କ ଯାତ୍ରା ପୂର୍ବରୁ ଶୁଭଖୁଣ୍ଟି ସ୍ଥାପନ ପାଇଁ ସ୍ଥିର ହୋଇଥାଏ ତିଥି । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ଚଳିତ ବର୍ଷ କଟକଣା ମଧ୍ୟରେ କିପରି ଆୟୋଜନ କରାଯିବ, ସେନେଇ ବୈଠକ ସରିଛି । ମାଆଙ୍କ ତିଥୀ ଚୂଡାନ୍ତ, ଶୁଭଖୁଣ୍ଟି ସ୍ଥାପନ, ଘଟ ପରିକ୍ରମା, ମାଙ୍କ ଦର୍ଶନ, ସୁରକ୍ଷା ବ୍ୟବସ୍ଥା ବିଷୟରେ ଆଲୋଚନା ହୋଇଛି । ସେପଟେ, ଦଣ୍ଡଯାତ୍ରାକୁ ଏଥର ଅନୁମତି ମିଳିଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ନିଷ୍ପତ୍ତି ନେବ ପ୍ରଶାସନ ।

ଗତ ବର୍ଷ କୋରୋନା କବଳରେ ବନ୍ଧା ପଡିଥିଲା ସମସ୍ତ ପର୍ବପର୍ବାଣୀ । ହସଖୁସିର ମୁହୂର୍ତ୍ତକୁ ଚୋରାଇ ନେଇଥିଲା ଅଦୃଶ୍ୟ ଭାଇରସ । ତେବେ ଏବେ ବି ବିପଦ ଟଳି ନାହିଁ । ତେଣୁ କଟକଣା ମଧ୍ୟରେ ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରାକୁ ମିଳିଛି ଅନୁମତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.