ETV Bharat / city

ସ୍କୁଲ ସଜାଡିବାକୁ ତତ୍ପର ଗଞ୍ଜାମ ଜିଲ୍ଲାପାଳ, ଭିତ୍ତିଭୂମି ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ - ଦ୍ୟାଳୟ ଡିକରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ବ୍ୟବସ୍ଥା

ଗଞ୍ଜାମ ଜିଲ୍ଲାରେ କୋଭିଡ ପରିଚାଳନା ନିମନ୍ତେ ବିଦ୍ୟାଳୟ ଗୁଡିକରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଓ କୋଭିଡ କେୟାର ହସ୍ପିଟାଲ କରାଯାଇ ସଂକ୍ରମିତ ବ୍ୟକ୍ତି ତଥା କ୍ବାରେଣ୍ଟାଇନ ସେଣ୍ଟର ରୂପେ ବ୍ୟବହୃତ ହେଉଥିଲା ।

district collector instructed
ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ
author img

By

Published : Oct 12, 2020, 6:31 PM IST

ବ୍ରହ୍ମପୁର: ବିଦ୍ୟାଳୟର ଭିତ୍ତିଭୂମି ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଗଞ୍ଜାମ ଜିଲ୍ଲାରେ କୋଭିଡ ପରିଚାଳନା ନିମନ୍ତେ ବିଦ୍ୟାଳୟ ଗୁଡିକରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଓ କୋଭିଡ କେୟାର ହସ୍ପିଟାଲ କରାଯାଇ ସଂକ୍ରମିତ ବ୍ୟକ୍ତି ତଥା କ୍ବାରେଣ୍ଟାଇନ ସେଣ୍ଟର ରୂପେ ବ୍ୟବହୃତ ହେଉଥିଲା । ମାତ୍ର ଏବେ ଉକ୍ତ ସେଣ୍ଟର ଗୁଡିକ ଅନେକ ଦିନହେଲା ବନ୍ଦ ହୋଇସାରିଛି । ସରକାରଙ୍କ ନିର୍ଦ୍ଦେଶ ପାଇବା ମାତ୍ରେ କେଉଁ ସମୟରେ ମଧ୍ୟ ବିଦ୍ୟାଳୟ ଗୁଡିକ ଖୋଲାଯିବ । ଏଣୁ ବିଦ୍ୟାଳୟ ଗୁଡିକୁ ପୂର୍ବ ପ୍ରସ୍ତୁତ କରି ରଖିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି ।

ବିଦ୍ୟାଳୟ ଗୁଡିକରେ ପରିବେଶ ସଫେଇ, ଆବଶ୍ୟକୀୟ ସରଞ୍ଜାମର ମରାମତି, ବୃକ୍ଷରୋପଣ ଓ ରଙ୍ଗ ଦେବାକୁ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ବ୍ଲକ ଶିକ୍ଷାଧିକାରୀ ଓ ସହକାରୀ ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଣୁ ବିଦ୍ୟାଳୟ ଖୋଲିବା ପୂର୍ବରୁ ସେହି ସବୁକୁ ସଜାଡିବାର ଆବଶ୍ୟକତା ଉପରେ ଗୁରୁତ୍ବ ଦେଇ ଜିଲ୍ଲାପାଳ ଜହିଛନ୍ତି ଯେ, ପରିଶ୍ରାଗାର ଓ ବିଦ୍ୟାଳୟ ପରିସର ସଫେଇ କରି ଏହାର ପରିବେଶକୁ ସୌନ୍ଦର୍ଯ୍ୟକରଣ, ବିଦ୍ୟାଳୟରେ ବୃକ୍ଷରୋପଣ ସୃଷ୍ଟି କରାନ୍ତୁ ।

ବିଦ୍ୟାଳୟରେ ଆବଶ୍ୟକ ପଡୁଥିବା ମରାମତି କାର୍ଯ୍ୟକୁ ସର୍ବଶିକ୍ଷା ଅଭିଯାନରେ ବୈଷୟିକ କର୍ମକର୍ତ୍ତାଙ୍କୁ ନେଇ ତୁରନ୍ତ ମରାମତି କରାଯାଉ । ଓଡିଶା ଆଦର୍ଶ ବିଦ୍ୟାଳୟ ଗୁଡିକ ମଧ୍ୟ ଏଥିରୁ ଯେମିତି ବାଦ ପଡିବ ନାହିଁ । ସମ୍ପ୍ରତି ଶିକ୍ଷକଗଣ ନିଜ ହେଡକ୍ବାର୍ଟରରେ ରହୁ ନଥିବା ନଜରକୁ ଆସୁଛି । ଏ ଦିଗରେ ସତର୍କ ରୁହନ୍ତୁ । ପୂଜା ଛୁଟିରେ କୌଣସି ଶିକ୍ଷକ ନିଜ ହେଡକ୍ବାର୍ଟର ଛାଡି ଯିବେନାହିଁ ସେମାନେ ଏହିସବୁ କାର୍ଯ୍ୟ ପରିଚାଳନା କରିବେ ।

ବିଦ୍ୟାଳୟକୁ କୋଭିଡ ପରିଚାଳନା ପାଇଁ ଅନେକ ଉପକରଣ ଖଞ୍ଜା ଯାଇଥିଲା । ସେଗୁଡିକ ସେହି ବିଦ୍ୟାଳୟରେ ହିଁ ବ୍ୟବହୃତ ହେବ । ବିଦ୍ୟାଳୟକୁ ସଂଯୁକ୍ତ କରୁଥିବା ରାସ୍ତା ଯଦି ଠିକ ନାହିଁ ତେବେ ଲିଖିତ ଜଣାନ୍ତୁ, ସେହି ରାସ୍ତା ଗୁଡିକୁ ନରେଗା ଯୋଜନାରେ ଉନ୍ନତି କରଣ କରାଯିବ ।

ଏହାସହ ଶିକ୍ଷକ ଶିକ୍ଷୟିତ୍ରୀଗଣ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ । ବିଦ୍ୟାଳୟ ପରିସର ସଫା ଓ ସୁନ୍ଦର ନରହିଲେ ସଂପୃକ୍ତ ବିଦ୍ୟାଳୟର ଶିକ୍ଷକ ଦାୟୀ ରହିବେ । କୌଣସି ଶିକ୍ଷକ ଯଦି କୋରୋନା ସଂକ୍ରମିତ ହୁଅନ୍ତି, ତେବେ ତାଙ୍କ ଗସ୍ତ ଇତିହାସ ବାହାର କରି ସଂପୃକ୍ତ ଶିକ୍ଷକଙ୍କୁ ଦାୟୀ କରାଯିବ । ନିଜେ ସଂକ୍ରମିତ ହୋଇ ବିପଦକୁ ଟାଣି ଆଣନ୍ତୁ ନାହିଁ ବୋଲି ଜିଲ୍ଲାପାଳ ସମସ୍ତ ଶିକ୍ଷକ ସମାଜକୁ ଜଣାଇଛନ୍ତି । ବୈଠକରେ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାଶ , ଶିକ୍ଷା ଜିଲ୍ଲା ସଂଯୋଜକ ବନୀତା ସେନାପତି ଏବଂ ସର୍ବଶିକ୍ଷା ଅଭିଯାନର ସଂଯୋଜକ ଗଣ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.