ETV Bharat / city

ଜୋର ଧରିଲା ସରକାରୀ ପରିବହନ ଠିକାଦାରଙ୍କୁ କୋରୋନା ଯୋଦ୍ଧା ଘୋଷଣା ଦାବି - ସରକାରୀ ପରିବହନ ଠିକାଦାରଙ୍କ ମୃତ୍ୟୁକୁ କୋରୋନା ଯୋଦ୍ଧା ଘୋଷଣା ପାଇଁ ଦାବି

ସରକାରୀ ପରିବହନ ଠିକାଦାରଙ୍କ ମୃତ୍ୟୁକୁ କୋରୋନା ଯୋଦ୍ଧା ଘୋଷଣା ପାଇଁ ଦାବି । ଜିଲ୍ଲା ସରକାରୀ ଠିକାଦାର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଅଧିକ ପଢନ୍ତୁ....

The death of a government transport contractor has claimed the corona warriors
ସରକାରୀ ପରିବହନ ଠିକାଦାରଙ୍କ ମୃତ୍ୟୁକୁ କୋରୋନା ଯୋଦ୍ଧା ଘୋଷଣା ପାଇଁ ଦାବି
author img

By

Published : Aug 8, 2020, 7:26 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କୋରୋନା ସଙ୍କ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ମୃତ ସରକାରୀ ପରିବହନ ଠିକାଦାରଙ୍କୁ କୋଭିଡ ଯୋଦ୍ଧା ଘୋଷଣା ସହ ମୃତଙ୍କ ପରିବାରକୁ ସରକାରୀ ସହାୟତା ପାଇଁ ଦାବି କରିଛି ଜିଲ୍ଲା ସରକାରୀ ଠିକାଦାର ସଂଘ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଲକ୍ଷ୍ମୀ ନାରାୟଣ ପାତ୍ର ସହରର ଯୁବ ସମାଜସେବୀ ଓ ଯୁବ ଉଦ୍ୟୋଗୀ ଭାବେ କାର୍ଯ୍ୟ କରିଥିଲେ । କୋରୋନାରେ ଆକ୍ରାନ୍ତ ହୋଇ ଟାଟା କୋଭିଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ହେଲେ ଗତ 2 ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲେ ।

ସରକାରୀ ପରିବହନ ଠିକାଦାରଙ୍କ ମୃତ୍ୟୁକୁ କୋରୋନା ଯୋଦ୍ଧା ଘୋଷଣା ପାଇଁ ଦାବି

ଲକ୍ଷ୍ମୀ ନାରାୟଣ ସରକାରୀ ଠିକାଦାର ରୂପେ କାର୍ଯ୍ୟ କରି ଆସୁଥିବା ବେଳେ କୋରୋନା ସମୟରେ ସରକାରଙ୍କ ପକ୍ଷରୁ ମାଗଣା ଚାଉଳ, ଟଙ୍କାକିଆ ଚାଉଳ, ଅଙ୍ଗନାବାଡି କେନ୍ଦ୍ରକୁ ଗହମ, ଚାଉଳ ବଣ୍ଟନ କରି କୋରୋନାରେ ଆକ୍ରାନ୍ତ ହୋଇଥିଲେ ବୋଲି ସଂଘର କର୍ମକର୍ତ୍ତା କହିଛନ୍ତି । ତେଣୁ ତାଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କରିବା ପାଇଁ ଦାବି ହୋଇଛି । ଏନେଇ ବିଚାର କରିବେ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.