ETV Bharat / city

ଗଞ୍ଜାମରେ ଆଜି ଠାରୁ ଘର ଘର ବୁଲି କୋଭିଡ ଟେଷ୍ଟ ଆରମ୍ଭ - covid-19

ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଘର ଘର ବୁଲି କୋରୋନା ଟେଷ୍ଟ କରିବାକୁ ଯାଉଛି ଗଞ୍ଜାମ । ମେଗା ୱେଲଥ ସ୍କେନିଙ୍ଗ ମାଧ୍ୟମରେ 5 ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

ଗଞ୍ଜାମରେ ଆଜି ଠାରୁ ଘର ଘର ବୁଲି କୋଭିଡ ଟେଷ୍ଟ ଆରମ୍ଭ

author img

By

Published : Jun 8, 2020, 1:03 PM IST

ବ୍ରହ୍ମପୁର: ଘର ଘର ବୁଲି କୋରୋନା ପରୀକ୍ଷା କରିବ ଗଞ୍ଜାମ । ମେଗା ୱେଲଥ ସ୍କେନିଙ୍ଗ ମାଧ୍ୟମରେ 5 ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ । ଆଜି ଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି ।

ଗଞ୍ଜାମରେ ଆଜି ଠାରୁ ଘର ଘର ବୁଲି କୋଭିଡ ଟେଷ୍ଟ ଆରମ୍ଭ

ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ ପ୍ରବାସୀ ଫେରିଛନ୍ତି । ଅନେକ ପ୍ରବାସୀଙ୍କୁ ସରକାରୀ କ୍ବାରେଣ୍ଟାଇନରେ ଭର୍ତ୍ତି କରାଯାଇଛି । ଆଉ କେତେକ ହୋମ କ୍ବାରେଣ୍ଟାଇନରେ ରହିଛନ୍ତି । ଆଗକୁ ପୁଣି ବର୍ଷା ଆରମ୍ଭ ହେବାକୁ ଯାଉଛି । ଏପରି ସ୍ଥିତିରେ ଜିଲ୍ଲାରେ କୋରୋନା ସଂକ୍ରମଣ ବଢିବା ଆଶଙ୍କା କରାଯାଉଛି । ଯାହାକୁ ନଜରରେ ରଖି ଜିଲ୍ଲାପାଳ ମେଗା ୱେଲଥ ସ୍କେନିଙ୍ଗ ମାଧ୍ୟମରେ ଘର ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରିବେ ।

ଏଥିରେ ଜିଲ୍ଲାରେ ରହିଥିବା ପ୍ରାୟ ସାଢେ ତିନି ଲକ୍ଷ ପରିବାରକୁ ଯାଇ ଗଠିତ ହୋଇଥିବା ଟିମ ସ୍ବାସ୍ଥ୍ୟ ପରୀକ୍ଷା କରିବେ । ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବସବାସ କରୁଥିବା ପରିବାରଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ମେଗା ୱେଲଥ୍ ସ୍କେନିଙ୍ଗ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ମଧ୍ୟରୁ କେଉଁ ବ୍ୟକ୍ତିଙ୍କ ଜ୍ୱର ରହିଛି , କେଉଁ ବ୍ୟକ୍ତି ବିଶେଷ ଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଛନ୍ତି ଏବଂ କାହା ପାଖରେ ଡାଇରିଆ ରହିଛି ତାହାକୁ ଅନୁଧ୍ୟାନ କରିବେ । ଏହା ସହ କେଉଁ ବ୍ୟକ୍ତିବିଶେଷଙ୍କ ନିକଟରେ କୋରୋନା ଲକ୍ଷଣ ରହିଛି ତାହାକୁ ଏହି ଟିମ୍ ଅନୁଧ୍ୟାନ କରିବ ।

ସେପଟେ ଜିଲ୍ଲାପ୍ରଶାସନର ଏହି କାର୍ଯ୍ୟକ୍ରମକୁ ଜିଲ୍ଲାର ସମସ୍ତ ଜନସାଧାରଣ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.