ETV Bharat / city

ଆନ୍ଦୋଳନ ପରେ ଚେତିଲା ପ୍ରଶାସନ, ମିଳିଲା ରାସନକାର୍ଡ

author img

By

Published : Aug 14, 2020, 9:49 AM IST

ଖାଉଟି କାର୍ଡ ପାଇଁ ଆନ୍ଦୋଳନ । ଶେଷରେ ଲୋକଙ୍କ ଦୁଃଖ ବୁଝିଲା ପ୍ରଶାସନ । ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଅଧିକ ପଢନ୍ତୁ....

the beneficiaries got the ration card after protest
ଆନ୍ଦୋଳନ ପରେ ଚେତିଲା ପ୍ରଶାସନ, ମିଳିଲା ରାସନକାର୍ଡ

ବ୍ରହ୍ମପୁର: ଖାଉଟି କାର୍ଡ ପାଇଁ ଆନ୍ଦୋଳନ । ଶେଷରେ ଲୋକଙ୍କ ଦୁଃଖ ବୁଝିଲା ପ୍ରଶାସନ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକରେ । ଖାଉଟି କାର୍ଡ ଦାବିରେ ପଞ୍ଚାୟତ ସମିତି ପରିସରରେ ସୁନ୍ଦରପୁର ଗ୍ରାମ ପଞ୍ଚାୟତର ୫୪ଜଣ ହିତାଧିକାରୀ ବେଶ କିଛି ସମୟ ଧରି ଏପରି ଆନ୍ଦୋଳନ କରିଥିଲେ ।

ସେମାନଙ୍କୁ ତୁରନ୍ତ ସରକାରଙ୍କ ଖାଉଟି କାର୍ଡ ଓ ରାସନ୍ ସାମଗ୍ରୀ ପ୍ରଦାନ ଦାବିରେ ହୋହାଲ୍ଲା ମଧ୍ୟ କରିଥିଲେ । ଏହି ଖବର ପାଇ ଛତ୍ରପୁର ବ୍ଲକ୍ ଯୋଗାଣ ଅଧିକାରୀ ରୀନା ରାଣୀ ମହାପାତ୍ର ହିତାଧିକାରୀ ମାନଙ୍କୁ ବୁଝାସୁଝା କରି ସେମାନଙ୍କୁ ସରକାରଙ୍କ ଖାଉଟି କାର୍ଡ ତୁରନ୍ତ ପ୍ରଦାନ କରାଯିବା ସହ ସେମାନଙ୍କ ରାସନ ସାମଗ୍ରୀ ମଧ୍ୟ ମିଳିବ ବୋଲି ପ୍ରତିଶ୍ରୃତି ଦେଇଥିଲେ । ଫଳରେ ଆନ୍ଦୋଳନ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଅପରପକ୍ଷେ ଯୁବ ନେତା ସୁବାସ ଚନ୍ଦ୍ର ନାହାକ ଓ ଗଗନ ବେହେରା କହିବା ଅନୁଯାୟୀ, ବ୍ଲକ୍ ପ୍ରଶାସନ ଓ ଯୋଗାଣ ବିଭାଗ ପକ୍ଷରୁ ହିତାଧିକାରୀ ମାନଙ୍କ ବିପିଏଲ୍ ତାଲିକା ପଞ୍ଚାୟତକୁ ପଠାଯାଇଥିଲେ ସୁଦ୍ଧା ପଞ୍ଚାୟତର ଭିଏଲଡବ୍ଲୁ ଓ ସରପଞ୍ଚ ଜାଣି ଶୁଣି ହିତାଧିକାରୀ ମାନଙ୍କୁ ହଇରାଣ କରି ସେମାନଙ୍କ କାର୍ଡ ପ୍ରଦାନ କରୁନଥିଲେ । ତେଣୁ ଶେଷରେ ବାଧ୍ୟ ହୋଇ ଆନ୍ଦୋଳନ କରିବାରୁ ହିତାଧିକାରୀ ମାନଙ୍କୁ ସେମାନଙ୍କ ଅଧିକାର ମିଳିଛି ।ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.