ETV Bharat / city

ଚତୁର୍ଥ ସେମିଷ୍ଟାର ପରୀକ୍ଷା ଦେବାକୁ ଦୁଇ ଛାତ୍ରଙ୍କୁ ମିଳିଲାନି ଅନୁମତି - ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଛାତ୍ର ଅଶାନ୍ତି

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଚତୁର୍ଥ ସେମିଷ୍ଟାର ପରୀକ୍ଷା ଦେବାକୁ ଦୁଇ ଛାତ୍ରଙ୍କୁ ମିଳିଲାନି ଅନୁମତି । ଯାହାକୁ ନେଇ ଭଞ୍ଜବିହାରରେ ଦେଖିବାକୁ ମିଳିଛି ଛାତ୍ର ଅସନ୍ତୋଷ । ଅଧିକ ପଢନ୍ତୁ

Berhampur University:ଚତୁର୍ଥ ସେମିଷ୍ଟାର ପରୀକ୍ଷା ଦେବାକୁ ଦୁଇ ଛାତ୍ରଙ୍କୁ ମିଳିଲାନି ଅନୁମତି

author img

By

Published : Jul 18, 2022, 5:50 PM IST

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଚତୁର୍ଥ ସେମିଷ୍ଟାର ପରୀକ୍ଷା ଦେବାକୁ ଦୁଇ ଛାତ୍ରଙ୍କୁ ମିଳିଲାନି ଅନୁମତି । ଯାହାକୁ ନେଇ ଭଞ୍ଜବିହାରରେ ଦେଖିବାକୁ ମିଳିଛି ଛାତ୍ର ଅସନ୍ତୋଷ । ଓଡ଼ିଆ ବିଭାଗର ପ୍ରଫେସରଙ୍କୁ ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଦୁଇ ଛାତ୍ର ଆକ୍ରମଣ କରିବା ନେଇ ଅଭିଯୋଗ ରହିଥିଲା ।

Berhampur University:ଚତୁର୍ଥ ସେମିଷ୍ଟାର ପରୀକ୍ଷା ଦେବାକୁ ଦୁଇ ଛାତ୍ରଙ୍କୁ ମିଳିଲାନି ଅନୁମତି

ଏଭଳି ପଦକ୍ଷେପକୁ ବିରୋଧ କରିବା ସହିତ ଆଲୋଚନା କରିବା ପାଇଁ କିଛି ଛାତ୍ର ଯାଇଥିଲେ । ମାତ୍ର ପିଜି କାଉନସିଲ ମୁଖ୍ୟ ଫାଟକରେ ତାଲା ପକାଇଲେ ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ । ଯାହାକୁ ନେଇ ଛାତ୍ରଛାତ୍ରୀ ପାଟି ତୁଣ୍ଡ କରିବା ପରେ ଆଲୋଚନା କରିଥିଲେ କର୍ତ୍ତୃପକ୍ଷ । ବିଶ୍ବବିଦ୍ୟାଳୟର କୂଳପତିଙ୍କ ସହ ଆଲୋଚନା ପରେ ପରୀକ୍ଷା ଦେବେ ଦୁଇ ଛାତ୍ର ବୋଲି କୁହାଯାଇଛି ।

ସୂଚନାନୁସାରେ ଗତ ଜୁନ ୧୦ରେ ଓଡ଼ିଆ ପ୍ରଫେସରଙ୍କୁ ସମ୍ପୃକ୍ତ ଦୁଇ ଛାତ୍ର ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଓଡିଆ ପ୍ରଫେସର ଜଣେ ଛାତ୍ରୀଙ୍କୁ ଅସଦାଚରଣ ନେଇ ପାଲଟା ଅଭିଯୋଗ କରିଥିଲେ ୨ ଛାତ୍ର । ଏନେଇ ଦୁଇଟି ମାମଲା ଗୋପାଳପୁର ଥାନାରେ ରୁଜୁ ହୋଇଥିଲା । ଏହି ଘଟଣାରେ ଦୁଇ ଛାତ୍ର ଓ ପ୍ରଫେସର ସଦାନନ୍ଦ ନାୟକ ଗିରଫ ହୋଇଥିଲେ । ଏହି ଘଟଣାକୁ ନେଇ ବିଶ୍ବ ବିଦ୍ୟାଳୟ ଶୃଙ୍ଖଳାଗତ କମିଟି ବୈଠକ କରି ଦୁଇ ଛାତ୍ରଙ୍କୁ କ୍ୟାମ୍ପସ ମନା କରିଥିଲା । କିନ୍ତୁ ପ୍ରଫେସରଙ୍କ ଵିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା । ପ୍ରଫେସର ବିଶ୍ବ ବିଦ୍ୟାଳୟ ଆସୁଥିବା ବେଳେ ଛାତ୍ରଙ୍କୁ କାହିଁକି ଅନୁମତି ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ ।

ଇଟିଭି ଭାରତ,ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.