ବ୍ରହ୍ମପୁର: କୋଭିଡ-୧୯ର ପ୍ରଥମ ପର୍ଯ୍ୟାୟ ସଂକ୍ରମଣ ସମୟରେ ଗଞ୍ଜାମ ଜିଲ୍ଲାରେ ଜନସାଧାରଣଙ୍କ ସହଯୋଗ ଯୋଗୁଁ ଏହାର ସଫଳ ମୁକାବିଲା କରାଯାଇପାରିଥିଲା । ବର୍ତ୍ତମାନ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ମୁକାବିଲା କରିବା ପାଇଁ ଉଦ୍ୟମ ଜାରି ରହିଛି ।
ବର୍ତ୍ତମାନ ଦୋକାନ ଠାରୁ ବିଭିନ୍ନ ବ୍ୟବସାୟୀ, ମାଚେଣ୍ଟ ଆସୋସିଏସନ୍, ଚାମ୍ୱର ଅଫ୍ କମ୍ପର୍ସ ଏବଂ ବିଭିନ୍ନ ପ୍ରତିଷ୍ଠାନ ଦିନ ଦୁଇଟା ପର ଠାରୁ ଦୋକାନ ବଜାର ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ବ୍ରହ୍ମପୁର ଠାରୁ ଆରମ୍ଭ କରି ଆସ୍କା ଭଳି ବିଭିନ୍ନ ସହରରେ ଏପରି ବ୍ୟବସାୟୀମାନେ ନିଷ୍ପତ୍ତି ନେଇଥିବାରୁ ସମସ୍ତେ ଦିନ ୨ ଟା ପର ଠାରୁ ସକାଳ ୫ ଟା ପର୍ଯ୍ୟନ୍ତ ଏହାକୁ ମାନିବା ସହିତ କୋଭିଡ ମୁକାବିଲା ପାଇଁ ଦୋକାନ ବଜାର ବନ୍ଦ ରଖିବା ସହିତ ଦିନ ଦୁଇଟା ପରେ ଆଉ କିଏ ଘରୁ ନବାହାରିବା ପାଇଁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ।
ଏଣୁ ସମସ୍ତେ ନିଜର ଅନୁଶାସନ ରଖିବା, ଦିନ ଦୁଇଟା ପରେ ସକାଳ ପର୍ଯ୍ୟନ୍ତ ଘରୁ ନବାହାରିବା ପାଇଁ ସମସ୍ତେ ସହଯୋଗ କରିବାକୁ ଆହ୍ୱାନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ,ଇଟିଭି ଭାରତ