ETV Bharat / city

ସ୍ଥାୟୀ ନିଯୁକ୍ତି ଦାବି କରି ଗ୍ରାମବାସୀଙ୍କ ବିକ୍ଷୋଭ

ସ୍ଥାୟୀ ନିଯୁକ୍ତି ଦାବି କରି ଟାଟାର ଫଟିଲାଇଜର୍ ପ୍ରକଳ୍ପ ନିର୍ମାଣକୁ ବିରୋଧ କଲେ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

author img

By

Published : Jun 13, 2022, 7:59 PM IST

ସ୍ଥାୟୀ ନିଯୁକ୍ତି ଦାବି କରି ଗ୍ରାମବାସୀଙ୍କ ବିକ୍ଷୋଭ
ସ୍ଥାୟୀ ନିଯୁକ୍ତି ଦାବି କରି ଗ୍ରାମବାସୀଙ୍କ ବିକ୍ଷୋଭ

ବ୍ରହ୍ମପୁର : ସ୍ଥାୟୀ ନିଯୁକ୍ତି ଦାବି କରି ଟାଟାର ଫଟିଲାଇଜର୍ ପ୍ରକଳ୍ପ ନିର୍ମାଣକୁ ବିରୋଧ କଲେ ଗ୍ରାମବାସୀ । ଦୀର୍ଘ ୨୫ ବର୍ଷ ଧରି ଗଞ୍ଜାମ ଜିଲ୍ଲା ଗୋପାଳପୁର ଅଞ୍ଚଳରେ ହଜାର ହଜାର ଏକର ଜମି ନେଇଥିବା ଟାଟା କମ୍ପାନୀ ପକ୍ଷରୁ କ୍ଷତିଗ୍ରସ୍ତ ବିସ୍ତାପିତ ପରିବାରକୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ସହ ଡି-ନୋଟିଫିକେସନ୍ କରି ମୂଳ ପଟ୍ଟାଧାରୀଙ୍କୁ ହସ୍ତାନ୍ତର କରିବା ଭଳି ଦାବିକୁ ନେଇ ଟାଟାର ଫଟିଲାଇଜର୍ ପ୍ରକଳ୍ପ ନିର୍ମାଣକୁ ବିରୋଧ କରାଯାଇଛି ।

ଏ ନେଇ ଜିଲ୍ଲାର ଛତ୍ରପୁର ବ୍ଲକର କାଳୀପଲ୍ଲୀ ଗ୍ରାମବାସୀ ସାମୂହିକ ଭାବରେ ପ୍ରକଳ୍ପ କାର୍ଯ୍ୟ ହେଉଥିବା ସ୍ଥଳ ନିକଟରେ ପ୍ରତିବାଦ କରିବା ସହ ଟାଟାର ଦୀପକ ଫଟିଲାଇଜର୍ ପ୍ରକଳ୍ପ ପାଇଁ ଚାଲିଥିବା କାର୍ଯ୍ୟକୁ ପ୍ରଥମେ ଆଲୋଚନା କରାଯାଉ ପରେ ପ୍ରକଳ୍ପ କାର୍ଯ୍ୟ କରାଯିବା ବୋଲି ଦାବି ଧରି ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯାଇ ଧାରଣାରେ ବସି ରହିଛନ୍ତି ।

ଗ୍ରାମବାସୀଙ୍କ କହିବା କଥା ହେଲା ଟାଟା ଷ୍ଟିଲର ବୃହତ୍ତ ପ୍ରକଳ୍ପ ପାଇଁ ଅଞ୍ଚଳବାସୀ ଶାଗମାଛ ଦରରେ ନିଜର ଚାଷ ଜମି ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସ୍ଥାନ ଯୋଗାଇଦେଇଥିଲେ । ହେଲେ ଇତି ମଧ୍ୟରେ ଟାଟା ଷ୍ଟିଲର ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ (ଏସ୍.ଇ.ଜେଡ୍ ) ଅଞ୍ଚଳରେ ଇତି ମଧ୍ୟରେ କେତେକ କମ୍ପାନୀ ଆରମ୍ଭ ହୋଇଥିଲେ ମଧ୍ୟ ସେମାନଙ୍କୁ ନିଯୁକ୍ତି ମିଳିନଥିବା ବେଳେ ଗତ ଡିସେମ୍ୱର ମାସରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ଦୀପକ ଫଟିଲାଇଜର୍ ପ୍ରକଳ୍ପ ନିର୍ମାଣ ହେଲେ କାଳିପଲ୍ଲୀ ଗ୍ରାମ ଠାରୁ ବହୁ କମ୍ ଦୂରରେ ରହିଥିବାରୁ ଏହା ଅଧିକ ପ୍ରଭାବିତ ହେବ ।

ଏଣୁ ତୁରନ୍ତ ଦାବି ପୂରଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏପରିକି ଗ୍ରାମବାସୀ ଏହି ଆନ୍ଦେୋଳନ କରିବା ପୂର୍ବରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ଟାଟା କର୍ତ୍ତୃପକ୍ଷଙ୍କ ସହ ଏନେଇ ବାରମ୍ୱାର ଆଲୋଚନା କରିବା ପରେ ମଧ୍ୟ କୌଣସି ସୁଫଳ ମିଳିପାରିନଥିବାରୁ ବାଧ୍ୟ ହୋଇ ଏପରି ପଦକ୍ଷେପ ନିଆଯାଇଥିବା ବେଳେ ଏଥିରେ କୌଣସି ନେତା କିମ୍ୱା ଜନପ୍ରତିନିଧିଙ୍କୁ ସାମିଲ ନକରି ଗ୍ରାମ୍ୟ କମିଟି ଏବଂ ଗ୍ରାମବାସୀ ମିଳିତ ଭାବରେ ଅଞ୍ଚଳର ବେକାର ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ପାଇଁ ଦାବି କରାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.