ବ୍ରହ୍ମପୁର: ଡାକ୍ତର ସୁମିତ ସାହୁ ଏବଂ ତାଙ୍କ ପତ୍ନୀ ତପସ୍ୱିନୀ ବିବାଦ ମାମଲାର ଦୁଇଟି ପିଟିସନ୍ ଉପରେ ଆଜି ବ୍ରହ୍ମପୁର SDJM କୋର୍ଟରେ ଶୁଣାଣି ହୋଇଥିଲା । ତପସ୍ୱିନୀଙ୍କ ମୁଖ୍ୟ ପିଟିସନର ଉତ୍ତରରେ ବ୍ରହ୍ମପୁରର ଏସ୍.ଡି.ଜେ.ଏମ୍ କୋର୍ଟରେ ଜବାବ ରଖିଥିଲେ ସୁମିତଙ୍କ ଓକିଲ । ଯାହାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୯ ତାରିଖକୁ ସ୍ଥିର କରାଯାଇଛି ।
ସେହିପରି ଗତ ଡିସେମ୍ୱର ୨୩ ତାରିଖରେ ଡାକ୍ତର ସୁମିତଙ୍କ ମାଆ ସ୍ମିତାରାଣୀ ସାହୁ ଏବଂ ଜେଜେମା ବିବାସିନୀ ସାହୁଙ୍କ ତରଫରୁ SDJM କୋର୍ଟରେ ଦାଖଲ ହୋଇଥିଲା ଅନ୍ୟ ଏକ ପିଟିସନ । ଯେଉଁଥିରେ ଅନ୍ୟ କିଛି ମହିଳା ପ୍ରଥମେ ତାଙ୍କ ଘରର ଗେଟ ଭାଙ୍ଗିବା ଏବଂ ଘର ପିଣ୍ଡାକୁ ପ୍ରବେଶ କରିବା ନେଇ ପରିବାର ଲୋକେ ସୁରକ୍ଷିତ ନୁହଁନ୍ତି ବୋଲି ଉଲ୍ଲେଖ କରିଯାଇଥିଲା । ସେହି ମାମଲାରେ ତପସ୍ୱିନୀଙ୍କ ଓକିଲ କୋର୍ଟକୁ ସମୟ ମାଗିଥିଲେ । କିନ୍ତୁ କୋର୍ଟ ତାହାକୁ ଆଗ୍ରହ୍ୟ କରି ଦେଇଥିବା ବେଳେ ସେହି ମାମଲାରେ ଅନ୍ତରୀଣ ରାୟ ଆଜି ଆସିପାରେ ।
ଅନ୍ୟପଟେ ତପସ୍ୱିନୀ ଘର ଭିତରକୁ ପ୍ରବେଶ କରିବାକୁ ନେଇ ଆଜି ପୁଣି ଆଉ ଗୋଟିଏ ପିଟିସନ ଦାଖଲ କରିଛନ୍ତି ସୁମିତଙ୍କ ମାଆ ଏବଂ ଜେଜେମା । ଯାହାର ଶୁଣାଣି ଆସନ୍ତା ୧୯ ତାରିଖରେ ଧାର୍ଯ୍ୟ କରିଛନ୍ତି କୋର୍ଟ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ