ETV Bharat / city

Berhampur Marital Dispute: ଡିଭୋର୍ସ ପାଇଁ 8 ଲକ୍ଷ ଡିମାଣ୍ଡ ଭିଡିଓ ଭାଇରାଲ, ଏମିତି କହିଲେ ତପସ୍ୱିନୀ

author img

By

Published : Dec 20, 2021, 8:21 AM IST

Updated : Dec 20, 2021, 8:32 AM IST

ଦିନ ଯେତେ ଗଡୁଛି ତପସ୍ୱିନୀ ଓ ସୁମିତଙ୍କ ବିବାଦ ସେତେ ବଢୁଛି । ସୋସିଆଲ ମିଡିଆରେ ଭାଇରାଲ ହେଲେ ସୁମିତ ଓ ତପସ୍ବିନୀ ବାର୍ତ୍ତାଳାପ । ଅଧିକ ପଢନ୍ତୁ

ତପସ୍ୱିନୀଙ୍କ ୮ ଲକ୍ଷ ଟଙ୍କା ଦାବି  କରୁଥିବା ଭିଡିଓ ଭାଇରାଲ , ପ୍ରତିକ୍ରିୟା ରଖିଲେ ତପସ୍ୱିନୀ

ବ୍ରହ୍ମପୁର: ଦିନ ଯେତେ ଗଡୁଛି ତପସ୍ୱିନୀ ଓ ସୁମିତଙ୍କ ବିବାଦ ସେତେ ବଢୁଛି । ନିଜର ହକ ପାଇଁ ଧାରଣା ଦେଇଥିବା ତପସ୍ବିନୀଙ୍କ ଆଜି କୋର୍ଟରେ ପିଟିସନ ଶୁଣାଣି ଥିବା ବେଳେ ଗତକାଲି ଏକ ଭିଡିଓ ଭାଇରାଲ ହୋଇଛି (Tapaswini and Sumit video viral) । ଯେଉଁଥିକେ କି ସୁମିତ ଓ ତପସ୍ବିନୀ ବାର୍ତ୍ତାଳାପ କରୁଛନ୍ତି ଏବଂ ତପସ୍ବିନୀ ସୁମିତଙ୍କୁ ୮ଲକ୍ଷ ଟଙ୍କା ଦାବି କରୁଥିବାର ଦେଖିବାକୁ ମିଳିଛି । ଏଥି ସହ ଉଭୟଙ୍କ ମଧ୍ୟରେ ତିକ୍ତତା ଓ ତପସ୍ବିନୀ ଚାଟିଂ କରୁଥିବାବେଳେ ସଞ୍ଜିତ ବାରିକ ନାମକ ଜଣେ ଯୁବକ କିଏ ବୋଲି ସୁମିତ ପ୍ରଶ୍ନ କରୁଛନ୍ତି । ମୋତେ ୮ଲକ୍ଷ ଟଙ୍କା ଦେ ନ ଦେ, ବାସ ମୋତେ ଡିଭୋସ ଦେ ବୋଲି ତପସ୍ବିନୀ ସୁମିତଙ୍କୁ କହୁଥିବାର ଶୁଣିବାକୁ ମିଳିଛି ।

Berhampur Marital Dispute: ଡିଭୋର୍ସ ପାଇଁ 8 ଲକ୍ଷ ଡିମାଣ୍ଡ ଭିଡିଓ ଭାଇରାଲ, ଏମିତି କହିଲେ ତପସ୍ୱିନୀ

ଏବେ ଏହି ଭିଡିଓ ବାର୍ତ୍ତାଳାପ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ତପସ୍ବିନୀ । ସେ କହିଛନ୍ତି କୋଉ ପୁଅ ସହ ଚାଟ କରିଛି ମୁଁ ଜାଣି ନାହିଁ । ଯଦି ସେ ପୁଅ ସହ ମୋର କୌଣସି ରିଲେସନ ଥାଏ ତେବେ ସେ ମୋ ପାଖକୁ ଆସିଥାଆନ୍ତା । ହେଲେ ଏପର୍ଯ୍ୟନ୍ତ ସେମିତି କେହିବି ଆସିନାହାନ୍ତି । ଏଥି ସହ ଦାବି କରିଥିବା ୮ଲକ୍ଷ ଟଙ୍କାକୁ ନେଇ ସେ କହିଛନ୍ତି ସୁମିତଙ୍କ ପରିବାର ଲୋକେ ଆମଠାରୁ ୧୫ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ । ମୋର ଏମବିବିଏସ କୋର୍ସ ପାଇଁ ମୋ ବାପା ସୁମିତଙ୍କୁ ୮ ଲକ୍ଷଟଙ୍କା ଦେଇଥିଲେ । କିନ୍ତୁ ସେ ଟଙ୍କା ମୋର ଜଏନ କରିବାର କୌଣସି ପଦକ୍ଷପ ନିଆଯାଇନାହିଁ । ସେମାନେ ବାରମ୍ବାର ଡିଭୋସ କଥା କହୁଥିବାରୁ ମୁଁ କହିଥିଲି ମୋତେ ୮ ଲକ୍ଷ ଦିଅ ଓ ଡିଭୋସ ନିଅ । ତା ଛଡା ଯଦି ମୋତେ ୮ କୋଟି ଟଙ୍କା ଦେଲେବି ମୁଁ ଡିଭୋର୍ସ ଦେବି ନାହିଁ ।

ସେ ବାରମ୍ବାର ଡିଭୋର୍ସ କଥା କହିବାରୁ ମୋ ବାପା ଗାଈ ବିକ୍ରି କରି ୮ଲକ୍ଷ ଟଙ୍କା ଦେଇଥିଲେ । ଯେତେବେଳେ ସେ ମୋତେ ଡିଭୋର୍ସ କଥା କହିଲେ ସେତେବେଳେ ମୁଁ କହିଥିଲି ୮ଲକ୍ଷ ଟଙ୍କା ଦେବାକୁ । ଏହି ଭିଡିଓ ଗତ ୨୦୨୦ ମସିହା ନଭେମ୍ୱର ମାସର ଭିଡିଓ ଏବଂ ଏହା ଲୋଚାପଡା ଅଞ୍ଚଳର ବୋଲି ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟାରେ ରଖିଛନ୍ତି ତପସ୍ୱିନୀ । ତପସ୍ବିନୀ ଓ ସୁମିତଙ୍କ ଭିଡିଓ ଭାଇରାଲ ପରେ ଏହି ଘଟଣା କଣ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Dec 20, 2021, 8:32 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.