ETV Bharat / city

ଗୁଣିଗାରେଡି ସନ୍ଦେହରେ ଆକ୍ରମଣ; ଜଣେ ମୃତ, ଦୁଇ ଆହତ

ଗୁଣିଗାରେଡି ସନ୍ଦେହରେ ଜଣକୁ ପିଟିପିଟି ହତ୍ୟା କଲେ ଗ୍ରାମବାସୀ । ତେବେ ଏହି ଘଟଣାରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଚମାଖଣ୍ଡି ଥାନା ଅନ୍ତର୍ଗତ ରାମେୟାପଲ୍ଲୀ ଗ୍ରାମରେ । ଅଧିକ ପଢନ୍ତୁ...

ଗୁଣିଗାରେଡି ସନ୍ଦେହରେ ଆକ୍ରମଣ; ଜଣେ ମୃତ, ଦୁଇ ଆହତ
ଗୁଣିଗାରେଡି ସନ୍ଦେହରେ ଆକ୍ରମଣ; ଜଣେ ମୃତ, ଦୁଇ ଆହତ
author img

By

Published : Jun 20, 2021, 7:07 AM IST

ବ୍ରହ୍ମପୁର: ଗୁଣିଗାରେଡି ସନ୍ଦେହରେ ଜଣକୁ ପିଟିପିଟି ହତ୍ୟା କଲେ ଗ୍ରାମବାସୀ । ଶନିବାର ରାତ୍ରରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଚମାଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ରାମେୟାପଲ୍ଲୀ ଗ୍ରାମରେ । ମୃତକ ଜଣକ ବ୍ରହ୍ମପୁର ଅଞ୍ଚଳର ୫୦ ବର୍ଷୀୟ ଏନ୍.ଭେଙ୍କଟ ରମଣ । ସେହିପରି ଘଟଣାରେ ଆହତ ହୋଇଛନ୍ତି ରାମେୟାପଲ୍ଲୀ ଗ୍ରାମର ପି.ଭୀମରାଜୁ ରେଡ୍ଡୀ ଏବଂ ବ୍ରହ୍ମପୁରର ପି.ଧବଳେଶ୍ବର ରେଡ୍ଡି ।

ଗୁଣିଗାରେଡି ସନ୍ଦେହରେ ଆକ୍ରମଣ; ଜଣେ ମୃତ, ଦୁଇ ଆହତ

ଗୁରୁତର ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ, ରାମେୟାପଲ୍ଲୀ ଗ୍ରାମର ପି.ଭୀମରାଜୁ ରେଡ୍ଡି ନାମକ ଜଣେ ବ୍ୟକ୍ତି କୌଣସି କାରଣରୁ ପୂଜାପାଠ କରିବା ଲାଗି ଏନ୍.ଭେଙ୍କଟରମଣ ଏବଂ ପି.ଧବଳେଶ୍ବରକୁ ଗ୍ରାମକୁ ଡାକିଥିଲେ । ହେଲେ ଗ୍ରାମବାସୀ ପୂର୍ବରୁ ଭୀମରାଜୁ ତାନ୍ତ୍ରିକ ଶିକ୍ଷା କରୁଛି ବୋଲି ସନ୍ଦେହ କରି ଆସୁଥିଲେ । ଗ୍ରାମରେ ଅନ୍ୟ ଦୁଇ ଜଣଙ୍କୁ ଦେଖି ଗ୍ରାମବାସୀଙ୍କ ଆହୁରି ସନ୍ଦେହ ଜାତ ହୋଇଥିଲା । ଗ୍ରାମରେ ଦୁଇ ଜଣ ଅପରିଚିତ ବ୍ୟକ୍ତି ପୂଜାପାଠ କରୁଥିବା ବେଳେ ଗ୍ରାମରେ ତାନ୍ତ୍ରିକ ପୂଜା ହେଉଥିବା ନେଇ ଗ୍ରାମବାସୀ ସେମାନଙ୍କ ସହ ବଚାସା ହେବା ସହ ହାତହାତି ହୋଇଥିଲେ । ଶେଷରେ ସେମାନେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଥିଲେ । ତେବେ ଗୁରୁତର ଅବସ୍ଥାରେ ସେମାନଙ୍କୁ ବ୍ରହ୍ମପୁର ନିଆଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଏନ୍.ଭେଙ୍କଟଙ୍କ ମୃତ୍ୟୁ ହୋଇଥିଲା ।

ସୂଚନା ପାଇ ଘଟଣାସ୍ଥଳରେ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଛତ୍ରପୁର ଏସଡିପିଓ ଗୌତମ କିଷାନଙ୍କ ସମେତ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳ ରେ ଉପସ୍ଥିତ ରହି ତଦନ୍ତ ଜାରି ରଖିଛନ୍ତି । ତେବେ ଘଟଣାଟି କେଉଁ କାରଣରୁ ହୋଇଛି ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି କହିଛନ୍ତି ଛତ୍ରପୁର ଏସଡିପିଓ ଗୌତମ କିଶାନ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.