ETV Bharat / city

Tapaswini-Sumit Marital Discord: ତପସ୍ବିନୀ କହିଲେ ସୁମିତ୍ ଫେରାର୍, ଖଣ୍ଡନ କଲେ ଓକିଲ

ରାଜ୍ୟର ବହୁଚର୍ଚ୍ଚିତ ସୁମିତ-ତପସ୍ବିନୀ ମାମଲାରେ ଭିନ୍ନ ମୋଡ । ସୁମିତ୍ ଛାଡି କୁଆଡେ ପଳାଇଥିବା କହିଲେ ତପସ୍ବିନୀ । ସେପଟେ ଅଭିଯୋଗକୁ ଖଣ୍ଡନ କଲେ ସୁମିତଙ୍କ ଓକିଲ । ଅଧିକ ପଢନ୍ତୁ

author img

By

Published : Dec 11, 2021, 7:39 AM IST

Updated : Dec 11, 2021, 1:48 PM IST

Sumit-Tapaswini case: ତପସ୍ବିନୀ କହିଲେ ସୁମିତ୍ ଫେରାର୍, ଖଣ୍ଡନ କଲେ ଓକିଲ

ବ୍ରହ୍ମପୁର: ରାଜ୍ୟର ଚର୍ଚ୍ଚିତ ସୁମିତ-ତପସ୍ବିନୀ ମାମଲାରେ ନୂଆ ଟ୍ବିଷ୍ଟ । ଉଭୟ ଦମ୍ପତି ଭଡାଘରେ ଏକାଠି ରହିବା ନେଇ ବ୍ରହ୍ମପୁର ଏସଡିଜେଏମ୍(SDJM) କୋର୍ଟ ନିର୍ଦ୍ଦେଶ ଦେବାପରେ ଗତକାଲି(ଶୁକ୍ରବାର) ଡାକ୍ତର ସୁମିତ୍ କୁଆଡେ ଗାଏବ ହୋଇଯାଇଥିବା ତପସ୍ବିନୀ ଅଭିଯୋଗ କରିଛନ୍ତି । ଗତ ୭ ଦିନ ଭଲ ଭାବରେ ସୁମିତଙ୍କ ସହ ରହିଥିଲି । ସବୁକିଛି ସ୍ବାଭାବିକ ଥିଲା । ହେଲେ ପରେ ତାଙ୍କ ବ୍ୟବହାର ବଦଳିଥିଲା ଏବଂ କୋର୍ଟଙ୍କ ନିର୍ଦ୍ଦେଶ ପରେ ସେ ଶୁକ୍ରବାର କୁଆଡେ ଚାଲିଯାଇଥିବା ତପସ୍ବିନୀ ସୋସିଆଲ ମିଡିଆରେ ଏକ ଭିଡିଓ ଜରିଆରେ କହିଛନ୍ତି ।

Tapaswini-Sumit Marital Discord: ତପସ୍ବିନୀ କହିଲେ ସୁମିତ୍ ଫେରାର୍, ଖଣ୍ଡନ କଲେ ଓକିଲ

ସେପଟେ କିନ୍ତୁ ତପସ୍ବିନୀକୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରତିପକ୍ଷଙ୍କ ଓକିଲ ସୁରେନ୍ଦ୍ର ବେହେରା । ଡାକ୍ତର ସୁମିତ୍ କୁଆଡେ ଯାଇନାହାନ୍ତି । ବର୍ତ୍ତମାନ ସେ ଅସୁସ୍ଥ । ଅସୁସ୍ଥତା କାରଣରୁ ଛୁଟି ନେଇ ସୁମିତ୍ ଆସିକା ନିକଟବର୍ତ୍ତୀ ବାଲିସିରା ଅଞ୍ଚଳରେ ଅଛନ୍ତି । ତପସ୍ବିନୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ସୁମିତ୍ ଛାଡି ପଳାଇବା ନେଇ ତପସ୍ବିନୀଙ୍କ ଅଭିଯୋଗ ପରେ ଏହା କହିଛନ୍ତି ସୁମିତଙ୍କ ପାଇଁ ଭଡାଘର ଖୋଜୁଥିବା ତାଙ୍କ ଓକିଲ ।

ଉଲ୍ଲେଖଯୋଗ୍ୟ, ପୋଲିସର ସୁରକ୍ଷା ବଳୟରେ ଗେଷ୍ଟହାଉସରେ ୭ ଦିନ ରହିବା ପରେ ଗୁରୁବାର ସୁମିତ୍-ତପସ୍ବିନୀଙ୍କୁ ଏକାକି ଭଡାଘରେ ରହିବା ପାଇଁ ବ୍ରହ୍ମପୁର ଏସଡିଜେଏମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଶୁକ୍ରବାର ଠାରୁ କୋର୍ଟଙ୍କ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଥିବାବେଳେ ଡାକ୍ତର ସୁମିତ୍ କେଉଁଆଡେ ପଳାଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Dec 11, 2021, 1:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.