ETV Bharat / city

ସାଧାରଣ ଜନତାଙ୍କ କାମରେ ଆସୁନି ପରିଶ୍ରାଗାର ଓ ଶୌଚାଳୟ - ପରିଶ୍ରାଗାର ଓ ଶୈଚାଳୟ ଅସୁବିଧା

ବ୍ରହ୍ମପୁର ସହରରେ ସାଧାରଣ ଜନତାଙ୍କ କାମରେ ଆସିପାରୁନାହିଁ ଶୌଚାଳୟ ଠାରୁ ଆରମ୍ଭ କରି ରାସ୍ତା ପାର୍ଶ୍ବରେ ଥିବା ଅନେକ ପରିଶ୍ରାଗାର। ପରିତ୍ୟକ୍ତ ଅବସ୍ଥାରେ ଶୌଚାଳୟ ଗୁଡିକ ଥିବାବେଳେ ବାହ୍ୟ ମଳତ୍ୟାଗ ଯୋଗୁଁ ସହରର ସ୍ବଚ୍ଛତାରେ ପ୍ରଶ୍ନ ଉଠିଛି । ଅଧିକ ପଢନ୍ତୁ...

ସାଧାରଣ ଜନତାଙ୍କ କାର୍ଯ୍ୟରେ ଆସୁନାହିଁ ପରିଶ୍ରାଗାର ଓ ଶୈଚାଳୟ

author img

By

Published : Feb 16, 2021, 8:31 PM IST

ବ୍ରହ୍ମପୁର: ରେଶମ ସହରକୁ ସବୁଜ ସୁନ୍ଦର କରିବା ପାଇଁ ପ୍ରଶାସନ ପକ୍ଷରୁ ଦିଆଯାଉଛି ପ୍ରାଧାନ୍ୟ । ସଭାସମିତି ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଜନସାଧାରଣ କିପରି ନିଜର ପରିବେଶକୁ ସ୍ବଚ୍ଛ ରଖିବେ ଦିଆଯାଉଛି ଆହ୍ବାନ। ହେଲେ ବ୍ରହ୍ମପୁର ସହରରେ ସାଧାରଣ ଜନତାଙ୍କ କାର୍ଯ୍ୟରେ ଆସିପାରୁନାହିଁ ଶୌଚାଳୟ ଠାରୁ ଆରମ୍ଭ କରି ରାସ୍ତା ପାର୍ଶ୍ବରେ ଥିବା ଅନେକ ପରିଶ୍ରାଗାର।

ସାଧାରଣ ଜନତାଙ୍କ କାର୍ଯ୍ୟରେ ଆସୁନାହିଁ ପରିଶ୍ରାଗାର ଓ ଶୈଚାଳୟ

ଦକ୍ଷିଣ ଓଡିଶାର ଏହି ପ୍ରମୁଖ ସହରକୁ ବ୍ୟବସାୟିକ ଉଦ୍ଧେଶ୍ୟ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟଗତ କାରଣ ଏବଂ ଅନେକ କାର୍ଯ୍ୟରେ ବହୁ ବ୍ୟକ୍ତିବିଶେଷ ନିୟମିତ ଭାବରେ ଆସୁଛନ୍ତି। ହେଲେ ରାସ୍ତା ପାର୍ଶ୍ବରେ ରହିଥିବା ଏଭଳି ପରିଶ୍ରାଗାର ଏବଂ ଶୌଚାଳୟର ନାହିଁନଥିବା ଅବସ୍ଥା। ପରିତ୍ୟକ୍ତ ଅବସ୍ଥାରେ ଶୌଚାଳୟ ଗୁଡିକ ଥିବାବେଳେ ବାହ୍ୟ ମଳତ୍ୟାଗ ଯୋଗୁଁ ସହରର ସ୍ବଚ୍ଛତାରେ ପ୍ରଶ୍ନ ଉଠିଛି ।

ମୁଖ୍ୟତଃ ବ୍ରହ୍ମପୁର ସହରର ଇଂଞ୍ଜିନିୟରିଙ୍ଗ୍ ସ୍କୁଲ ଛକ , ସେଲଟ୍ୟାକ୍ସ ଛକ , ଗିରି ରୋଡ ଛକ , ପୁରୁଣା ବସଷ୍ଟାଣ୍ଟ ଛକ , ଆସିକା ରୋଡ , ବିଜିପୁର ଛକ ଭଳି ପ୍ରମୁଖ ସ୍ଥାନର ରାସ୍ତା ପାର୍ଶ୍ବରେ ଗତ କିଛି ବର୍ଷ ମଧ୍ୟରେ ନିର୍ମାଣ ହୋଇଛି ଅନେକ ପରିଶ୍ରାଗାର । ସେପଟେ ଅନେକ ସ୍ଥାନରେ ରହିଥିବା ସୁଲଭ ଶୌଚାଳୟ ମଧ୍ୟରୁ କେତେକ ବ୍ୟବହାର ଉପଯୋଗୀ ରହିଥିବା ବେଳେ ଅନେକ ଭାଙ୍ଗିରୁଜି ପଡିଥିବା ଦେଖାଯାଇଛି । କେବଳ ପ୍ରଶାସନ ପକ୍ଷରୁ ଜନସାଧାରଣ ବ୍ୟବହାର କରିବାକୁ ବିଭିନ୍ନ ସ୍ଥାନରେ କେବଳ ସୂଚନା ଦିଆଯାଉଥିଲେ ମଧ୍ୟ ଏହାକୁ ବ୍ୟବହାର କରିବା ପାଇଁ ବ୍ୟବସ୍ଥା କରାଯାଉନି।

ସହରରେ ଅଧିକ ମାତ୍ରାରେ ପରିଶ୍ରାଗାର ଆବଶ୍ୟକତା ପଡୁଥିବାରୁ ପୁଣି ୧୮ ଟି ନୂତନ ଭାବରେ ତିଆରି କରାଯିବ। ଏହାସହ କିଛି ପରିଶ୍ରାଗାରାର ମରାମତି ଓ ସହ ନିୟମିତ ଭାବରେ ସଫେଇ କରାଯିବ ବୋଲି ମହାନଗର ନିଗମ କମିଶନର କହିଛନ୍ତି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.