ETV Bharat / city

ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗ: ମିଥ୍ୟା କହି ଖସିଯିବାର ପ୍ରୟାସ କରୁଛନ୍ତି ରାଜ୍ୟ ସରକାର - Puri Bagla Dharamsala land sale issue

ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗ ମିଥ୍ୟା ଅଭିଯୋଗ କରି ଖସିଯିବାର ପ୍ରୟାସ କରୁଛନ୍ତି ରାଜ୍ୟ ସରକାର । ଅଭିଯୋଗ ଆଣିଛନ୍ତି ରାଷ୍ଟ୍ରୀୟ ପ୍ରବକ୍ତା ଡ.ସମ୍ବିତ୍ ପାତ୍ର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗ ମିଥ୍ୟା କହି ଖସିଯିବାର ପ୍ରୟାସ କରୁଛନ୍ତି ରାଜ୍ୟ ସରକାର

author img

By

Published : Sep 1, 2020, 8:35 PM IST

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନାରେ ଆଇଟିଡିସି ତରଫରୁ ଟେଣ୍ଡର ଆହ୍ୱାନ କରାଯାଇ ପୁରୀ ବଗଲା ଧର୍ମଶାଳା ଜମି ଉପରେ ଜଗନ୍ନାଥ ବିଶ୍ରାମସ୍ଥଳୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ନିର୍ମାଣ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଅନୁମତି ମଧ୍ୟ ପ୍ରଦାନ କରିଥିଲେ । ୫୦ କୋଟି ଟଙ୍କା ବ୍ୟୟ ଅନୁକୁଳରେ ଆରମ୍ଭ ହୋଇଥିବା ଏହି ନିର୍ମାଣ କାର୍ଯ୍ୟ ପାଇଁ ୩.୨୬ କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହୋଇସାରିଥିଲା । ମାତ୍ର ପ୍ରପର୍ଟି ଡିଲର ସାଜିଥିବା ରାଜ୍ୟ ସରକାର ହୀନ ଚକ୍ରାନ୍ତ କରି ଉକ୍ତ ଜମିକୁ ପ୍ଲଟିଂ କରି ବିକ୍ରି କରିଦେବାର ଅପପ୍ରୟାସ କରୁଛନ୍ତି ।

ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗ ମିଥ୍ୟା କହି ଖସିଯିବାର ପ୍ରୟାସ କରୁଛନ୍ତି ରାଜ୍ୟ ସରକାର

କିଛି ତୁଙ୍ଗ ନେତା ଓ ପ୍ରଶାସନିକ ଅଧିକାରୀଙ୍କୁ ଖୁସ୍ କରିବା ପାଇଁ ରାଜ୍ୟ ସରକାର ମସୁଧା କରୁଛନ୍ତି । ଏହା ଅତ୍ୟନ୍ତ ଦୁଃର୍ଭାଗ୍ୟଜନକ ବୋଲି ରାଷ୍ଟ୍ରୀୟ ପ୍ରବକ୍ତା ଡ.ସମ୍ବିତ ପାତ୍ର ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବ ଗତ ଜୁଲାଇ ୧ ତାରିଖରେ ଆଇଟିଡିସିର ମୁଖ୍ୟଙ୍କୁ ପତ୍ର ଲେଖି କହିଥିଲେ ଯେ, ଗତ ୬ ବର୍ଷ ଧରି ଟେଣ୍ଡର କାର୍ଯ୍ୟରେ ବିଳମ୍ବ ହେବା କାରଣରୁ ବଗଲା ଧର୍ମଶାଳା ଜମି ଉପରେ ନିର୍ମିତ ହେବାକୁ ଥିବା ଶ୍ରୀ ଜଗନ୍ନାଥ ବିଶ୍ରାମ ସ୍ଥଳୀ ସହ ଅନ୍ୟ ୩ଟି ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିଦିଆଗଲା । ଯାହାକି ସମ୍ପୂର୍ଣ୍ଣ ମିଥ୍ୟା ବୋଲି ମଙ୍ଗଳବାର ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଡ.ପାତ୍ର ଅଭିଯୋଗ କରି କହିଛନ୍ତି ।

ଡ.ପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ସଚିବଙ୍କ ଚିଠିର ଉତ୍ତର ଆଇଟିଡିସି ତରଫରୁ ଜୁଲାଇ ୯ ତାରିଖ ଦିନ ପତ୍ର ମାଧ୍ୟମରେ ଦିଆଯାଇଛି । ସଚିବ କରିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତିହୀନ ଓ ମିଥ୍ୟା । ଏହାର କୌଣସି ବାସ୍ତବତା ନାହିଁ । ପ୍ରସାଦ ଯୋଜନାରେ ରାଜ୍ୟ ସରକାର ପୁରୀ ଓ ଜଗନ୍ନାଥ ଧାମର ସୌନ୍ଦର୍ଯ୍ୟକରଣ ପାଇଁ ୨୬/୦୩/୨୦୧୫ ତାରିଖରେ ୫୦ କୋଟି ଟଙ୍କା ଖର୍ଚ୍ଚର ଏକ ପ୍ରସ୍ତାବ ଆଇଟିଡିସିକୁ ଦେଇଥିଲେ । ଆଇଟିଡିସି ଏହି ପ୍ରସ୍ତାବକୁ ତତ୍‌କ୍ଷଣାତ ପାରିତ କରି ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ କରିଦେଇଥିଲା । ଆଇଟିଡିସି ତରଫରୁ ପ୍ରସ୍ତୁତ ନକ୍ସାରେ ପରିବର୍ତ୍ତନ କରିବା ସହ ରାଜ୍ୟ ସରକାର ୨୭/୧୧/୨୦୧୭ ମସିହାରେ ଆଇଟିଡିସିକୁ ଏହି ପ୍ରକଳ୍ପର ଖର୍ଚ୍ଚ ରାଶି ୫୦ କୋଟିରୁ ୭୮ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଚିଠି ଲେଖିଥିଲେ ।

ଶେଷରେ ଶ୍ରୀ ଜଗନ୍ନାଥ ବିଶ୍ରାମସ୍ଥଳୀର ନିର୍ମାଣ କାର୍ଯ୍ୟ ବଗଲା ଧର୍ମଶାଳା ଜମିରେ ହେବାର ନିଷ୍ପତି ଗ୍ରହଣ କରାଯାଇ ଜମିକୁ ଆଇଟିଡିସିକୁ ହସ୍ତାନ୍ତର କରାଗଲା । ଖୋଲା ଟେଣ୍ଡର ମାଧ୍ୟମରେ ନିର୍ମାଣ କାର୍ଯ୍ୟର ଠିକା ପାଇଁ ଆହ୍ୱାନ କରାଯାଇ ୦୭/୦୫/୨୦୧୯ ରେ ବି.ସି.ଭୂୟାଁ ଠିକା ସଂସ୍ଥାକୁ ୨୦.୮୮ କୋଟି ଟଙ୍କାର ନିର୍ମାଣ କାର୍ଯ୍ୟର ଦାୟୀତ୍ୱ ଦିଆଯାଇଥିଲା । ୨୧/୦୬/୨୦୧୯ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାଖାପାଖି ୩.୨୬ କୋଟି ଟଙ୍କା ଖର୍ଚ୍ଚ ହୋଇ ପ୍ଲିଂତ୍ ଲେବଲର କାର୍ଯ୍ୟ ସମାପ୍ତ ହୋଇଥିବାବେଳେ ହଠାତ୍ ୦୧/୧୧/୨୦୧୯ ତାରିଖରେ ରାଜ୍ୟ ସରକାର ଏହି ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହଠାତ୍ ନିର୍ମାଣ କାର୍ଯ୍ୟ ବନ୍ଦ କରାଗଲେ ଖର୍ଚ୍ଚ ହୋଇଥିବା ୩.୨୬ କୋଟି ଟଙ୍କା କ୍ଷତିପୂରଣ ବାବଦରେ ଦେବାକୁ ଆଇଟିଡିସି ତରଫରୁ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଥିଲା ।

କୌଣସି ଜବାବ୍ ନଆସିବାରୁ ଗତ ୦୫/୧୧/୨୦୧୯, ୨୦/୧୧/୨୦୧୯, ୧୭/୧୨/୨୦୧୯ ଏବଂ ୦୪/୦୨/୨୦୨୦ ତାରିଖରେ ଆଇଟିଡିସି ତରଫରୁ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଆଭିମୁଖ୍ୟ ସମ୍ପର୍କରେ ପଚାରିବା ସହ ନିର୍ମାଣ କାର୍ଯ୍ୟ ପୁଣି ଆରମ୍ଭ କରିବାକୁ ଅନୁମତି ଲୋଡିଥିଲେ । ୧୩/୦୩/୨୦୨୦ ତାରିଖରେ ଓଟିଡିସି ତରଫରୁ ଲିଖିତ ଏକ ଚିଠି ଯାହାକି ଗତ ୦୨/୦୬/୨୦୨୦ ତାରିଖରେ ଆଇଟିଡିସିକୁ ହସ୍ତଗତ ହୋଇଥିଲା, ସେଥିରେ ଉଲ୍ଲେଖ ହୋଇଥିଲା ଯେ ଶ୍ରୀ ଜଗନ୍ନାଥ ବିଶ୍ରାମସ୍ଥଳୀ ପାଇଁ ପୁରୀର ଅନ୍ୟ ଏକ ସ୍ଥାନରେ ୨ ଏକର ଜମି ଯୋଗାଇ ଦିଆଯିବ । ମାତ୍ର ଏହି ଜମି ଅତ୍ୟନ୍ତ ତଳୁଆ ଅଂଚଳ ଏବଂ ଗମନାଗମନ ପାଇଁ ଅସୁବିଧା ଥିବା କାରଣରୁ ଏଥି ପାଇଁ ୨.୫ କୋଟିରୁ ୩ କୋଟି ଟଙ୍କା ଅଧିକ ଅର୍ଥ ଖର୍ଚ୍ଚ ହେବ ବୋଲି ଆଇଟିଡିସି ତରଫରୁ କୁହାଯାଇଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ଏ ସଂପର୍କରେ କୌଣସି ଉତ୍ତର ଦେଇନାହାଁନ୍ତି । ଅନ୍ୟପଟେ ମିଛ କଥା କହି ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.