ETV Bharat / city

ଟିମ କ୍ଲିନ ସିଟିର ଲକ୍ଷ୍ୟ ପୂରଣ, ୧୦୦ ଅସହାୟଙ୍କୁ ବଢ଼ାଇଛି ସହାୟତାର ହାତ - ୧୦୦ ଜଣ ଅସହାୟଙ୍କୁ ଉଦ୍ଧାର କଲା ଟିମ କ୍ଲିନ ସିଟି

ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବ୍ରହ୍ମପୁର ସହରର ଟିମ କ୍ଲିନ ସିଟିକୁ ମିଳିଲା ବଡ଼ ଉପଲବ୍ଧି । ଏହି ସ୍ବେଚ୍ଛାସେବୀ ସଂଗଠନ ମୋଟ ୧୦୦ ଜଣଙ୍କୁ ସେବା ପ୍ରଦାନ ଲକ୍ଷ୍ୟ ପୂରଣ କରିଛି । ଅଧିକ ପଢ଼ନ୍ତୁ

ଟିମ କ୍ଲିନ ସିଟିର ଲକ୍ଷ୍ୟ ପୂରଣ, ୧୦୦ ଜଣ ଅସହାୟଙ୍କୁ ବଢ଼ାଇଛି ସହାୟତାର ହାତ

author img

By

Published : Dec 27, 2021, 7:16 AM IST

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବ୍ରହ୍ମପୁର ସହରର ଟିମ କ୍ଲିନ ସିଟିକୁ ମିଳିଲା ବଡ଼ ଉପଲବ୍ଧି । ସାପ୍ତାହିକ ସେବା କାର୍ଯ୍ୟକ୍ରମରେ ଗୋଟିଏ ଦିନରେ ଟିମ୍‌ ସଦସ୍ୟଙ୍କ ଦ୍ୱାରା ୩ ଜଣ ନିରାଶ୍ରୟଙ୍କୁ ରାସ୍ତାକଡ଼ରୁ ଉଦ୍ଧାର କରି ସେବା ପ୍ରଦାନ କରାଯାଇଛି । ଏହି କ୍ରମରେ ଏହି ସ୍ବେଚ୍ଛାସେବୀ ସଂଗଠନ ମୋଟ ୧୦୦ ଜଣଙ୍କୁ ସେବା ପ୍ରଦାନ ଲକ୍ଷ୍ୟ ପୂରଣ କରିଛି । ଶନିବାର ଗୋପାଳପୁର ଛକ ନିକଟବର୍ତ୍ତୀ ଓଭର ବ୍ରିଜ ତଳେ ଜୀବନ ବିତାଉଥିବା ଜନୈକ ଅଣ ଓଡ଼ିଆ ବ୍ୟକ୍ତିଙ୍କୁ ସହାୟତାର ହାତ ବଢାଇଥିଲା ଟିମ୍‌ କ୍ଲିନ ସିଟି ।

ଟିମ କ୍ଲିନ ସିଟିର ଲକ୍ଷ୍ୟ ପୂରଣ, ୧୦୦ ଜଣ ଅସହାୟଙ୍କୁ ବଢ଼ାଇଛି ସହାୟତାର ହାତ

ସର୍ବ ପ୍ରଥମେ ଏହି ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟ ମାନେ MKCG ମେଡିକାଲ୍‌ ଗେଟ ନିକଟରୁ ବାହାରି ଗେଟ୍‌ବଜାର ଛକରୁ ପ୍ରଥମେ ଛତ୍ରପୁରର ବିଜୟ କୁମାର ପଟ୍ଟନାୟକଙ୍କୁ ଉଦ୍ଧାର କରିଥିଲା । ଋଣଗ୍ରସ୍ତ ବିଜୟଙ୍କ ଘରକୁ ବ୍ୟାଙ୍କ ପକ୍ଷରୁ ଜବତ କରାଯିବା ପରେ ସେ ଘରଛାଡ଼ି ଏଣେତେଣେ ବୁଲି ଖୋଲା ଆକାଶ ତଳେ ଜୀବନ କାଟୁଥିଲେ । ସେହିଭଳି ଦ୍ୱିତୀୟ ଵ୍ୟକ୍ତି ରହିଥିଲେ କେ. ଡିଲି ଯାହାଙ୍କୁ ଉଦ୍ଧାର କରିଥିଲା ଟିମ କ୍ଲିନ ସିଟି । ତାଙ୍କୁ ସେବା ପ୍ରଦାନ କରିବା ପରେ ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟ ନିକଟରୁ ସୁକାଦେବ ସାହୁ ଯାହାଙ୍କ ଘର ବ୍ରହ୍ମପୁର ଉପକଣ୍ଠ ଭାବିନିପୁରରେ ତାଙ୍କୁ ସେବା ଯୋଗାଇ ଦିଆଯାଇଥିଲା ।

ଉଦ୍ଧାର ତିନି ଜଣଙ୍କ ଚୁଟି ଓ ଦାଢ଼ି କାଟି ସଫାସୁତରା କରାଯିବା ପରେ ସମସ୍ତଙ୍କୁ ନୂତନ ବସ୍ତ୍ର ପରିଧାନ କରାଇ ଖାଇବାକୁ ଯୋଗାଇ ଦିଆଯାଇଥିଲା । ଟିମ ସଦସ୍ୟଙ୍କ ଠାରୁ ସହାୟତା ପାଇ ଉଦ୍ଧାର ପାଇଥିବା ବ୍ୟକ୍ତି ଖୁସି ଜାହିର କରିଛନ୍ତି ।

ସେପଟେ ଆଗକୁ ଏଭଳି କାର୍ଯ୍ୟ ଜାରି ରଖିବା ସହ ନୂତନ ବର୍ଷରେ ନୂଆ ଯୋଜନା ସହ ସମାଜରେ ସେବା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି ଟିମ କ୍ଲିନ ସିଟି । ଏହି କାର୍ଯ୍ୟକ୍ରମରେ ଟିମର ବହୁ ସଦସ୍ୟ ସକ୍ରିୟ ସାମିଲ ହୋଇଛନ୍ତି । ଏଭଳି କାର୍ଯ୍ୟରେ ନିଜକୁ ସାମିଲ କରି ଅନେକ ନିଜକୁ ଗର୍ବିତ ବୋଲି କହିଛନ୍ତି ଟିମ କ୍ଲିନ ସିଟିର ସଦସ୍ୟ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.