ବ୍ରହ୍ମପୁର: ଜନ୍ମାଷ୍ଟମୀ ଅବସରରେ ବିଶ୍ଵର ସବୁଠାରୁ ଛୋଟ କୃଷ୍ଣଙ୍କ ମୂର୍ତ୍ତି । ଏଭଳି କାରୁକାର୍ଯ୍ୟ କରିଛନ୍ତି ରେଶମ ସହର ବ୍ରହ୍ମପୁରର ଯୁବ ଶିଳ୍ପୀ । ତାଙ୍କର ଏଭଳି କଳାକୁ ସମସ୍ତେ ପ୍ରଶଂସା କରିବା ସହ ତାଙ୍କୁ ଉତ୍ସାହିତ କରିଛନ୍ତି ।
ପବିତ୍ର ଜନ୍ମାଷ୍ଟମୀ ଅବସରରେ ବିଶ୍ଵର ସବୁଠାରୁ ଛୋଟ କୃଷ୍ଣଙ୍କ ମୂର୍ତ୍ତିକୁ କାଠରେ ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁରର ଯୁବ ଶିଳ୍ପୀ ସତ୍ୟ ନାରାୟଣ ମହାରଣା । ଯାହାକି ସତ୍ୟ ପୂର୍ବରୁ କରିଥିବା ନିଜ ରେକର୍ଡକୁ ନିଜେ ଭାଙ୍ଗିଛନ୍ତି । ପୂର୍ବରୁ ସତ୍ୟ ୩.୨ ସେମିର କୃଷ୍ଣ ମୂର୍ତ୍ତି କାଠରେ ତିଆରି କରିଥିଲେ । ଯାହାକି ଏସିଆ ବୁକ୍ ଅଫ୍ ରେକର୍ଡସ୍ ଓ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ସ୍ଥାନ ପାଇଥିଲା। ବର୍ତ୍ତମାନ ଦୁଇଟି ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି ।
ଗୋଟିଏର ଉଚ୍ଚତା ୧.ସେମି ଏବଂ ଓସାର ୧.୫ସେମି ରହିଥିବାବେଳେ ଅନ୍ୟଟିର ଉଚ୍ଚତା ୨ସେମି ରହିଥିବା ବେଳେ ଓସାର ରହିଛି ୧.୪ସେମି । ଏହି ଅବସରରେ ସମସ୍ତେ ଶ୍ରୀକୃଷ୍ଣଙ୍କ ପାଖରେ ପ୍ରାର୍ଥନା କରନ୍ତୁ ଯେଭଳି ଏ ମହାମାରୀ ପୃଥିବୀ ପୃଷ୍ଠରୁ କୋରେନା ଦୂରେଇ ଯିବ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ