ETV Bharat / city

ଛୋଟ ଛୁଆ ବିଶାଳ ହୃଦୟ: ବାତ୍ୟା ବିପନ୍ନଙ୍କ ପାଇଁ ଲୋଡ଼ିଲେ ସହାୟତା

ବାତ୍ୟା ବିପନ୍ନଙ୍କୁ ସହାୟତା ପାଇଁ କୁନି କୁନି ଛାତ୍ରଛାତ୍ରୀଙ୍କ ନିଆରା ପ୍ରୟାସ । ସ୍କେଟିଂ କରି ଲୋକଙ୍କ ଠାରୁ ବୁଲିବୁଲି ମାଗିଲେ ସହାୟତା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : May 12, 2019, 11:39 PM IST

ବ୍ରହ୍ମପୁର: କାଳ ବାତ୍ୟା ଫନି ଗଲା ପରେ ଛାରଖାର ହୋଇଯାଇଛି ଉପକୂଳ ଓଡିଶା । ଉପକୂଳ ଓଡିଶା ପୁଣି ଥରେ ଗଢି ତୋଳିବା ପାଇଁ ଚାରିଆଡୁ ଛୁଟୁଛି ସହାୟତାର ସୁଅ । ଏପରିକି ବାତ୍ୟା ବିପନ୍ନଙ୍କୁ ସହାୟତା ପାଇଁ ନିକଟରେ ଗଜପତି ଏସପି ଥାଳ ଧରି ଅର୍ଥ ସଂଗ୍ରହ କରିଥିବା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସେହିଭଳି ବାତ୍ୟା ବିପନ୍ନଙ୍କୁ ସହାୟତା ପାଇଁ ଆଗକୁ ଆସିଛନ୍ତି ବ୍ରହ୍ମପୁରର କୁନି କୁନି ବିଦ୍ୟାର୍ଥୀ । ସ୍କେଟିଂ ମାଧ୍ୟମରେ ସହାୟତା ସଂଗ୍ରହ କରିଥିଲେ ସିଟି ରୋଲାର ସ୍କେଟିଂ ଏକାଡେମୀର କୁନି କୁନି ବିଦ୍ୟାର୍ଥୀ । ଏହି ଏକାଡେମୀ ପକ୍ଷରୁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା ।

ଛାତ୍ରଛାତ୍ରୀମାନେ ସହରର କମାପଲ୍ଲୀ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ରାସ୍ତା ମଝିରେ ଲୋକଙ୍କ ଠାରୁ ସହାୟତା ସଂଗ୍ରହ କରିଥିଲେ । ପରେ ସଂଗୃହିତ ଅର୍ଥକୁ କ୍ଷତିଗସ୍ତ ଅଞ୍ଚଳକୁ ପଠାଯିବ ବୋଲି କହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.