ETV Bharat / city

ବ୍ରହ୍ମପୁରରେ ସେରୋ ସର୍ଭେ ଆରମ୍ଭ, 2ଟି ୱାର୍ଡରୁ ସଂଗ୍ରହ ହେଲା ରକ୍ତ ନମୁନା

ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ସେରୋ ସର୍ଭେ ଆରମ୍ଭ ହୋଇଥିବା ବେଳେ 2ଟି ୱାର୍ଡରୁ ରକ୍ତ ନମୁନା ସଂଗ୍ରହ କରାଯାଇଛି । ଅଧିକ ପଢନ୍ତୁ...

ବ୍ରହ୍ମପୁରରେ ସେରୋ ସର୍ଭେ ଆରମ୍ଭ, 2ଟି ୱାର୍ଡରୁ ସଂଗ୍ରହ ହେଲା ରକ୍ତ ନମୁନା
ବ୍ରହ୍ମପୁରରେ ସେରୋ ସର୍ଭେ ଆରମ୍ଭ, 2ଟି ୱାର୍ଡରୁ ସଂଗ୍ରହ ହେଲା ରକ୍ତ ନମୁନା
author img

By

Published : Jun 18, 2021, 8:40 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ସେରୋ ସର୍ଭେ ଆରମ୍ଭ ହୋଇଯାଇଥିବା ବେଳେ ବ୍ରହ୍ମପୁର ସହରରେ 2ଟି ୱାର୍ଡରୁ ସେରୋ ସର୍ଭେ ପାଇଁ ରକ୍ତ ନମୁନା ସଂଗ୍ରହ କରାଯାଇଛି । ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର(RMRC) ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ପହଞ୍ଚି ବିଭିନ୍ନ ଦଳରେ ବିଭକ୍ତ ହେବା ସହିତ ଲ୍ୟାବ ଟେକ୍ନିସିଆନ ଏବଂ ସ୍ବାସ୍ଥ୍ୟ ବିଭାଗର ଅନ୍ୟ କର୍ମଚାରୀଙ୍କ ସହାୟତାରେ ଜିଲ୍ଲାରେ ଏହି ସର୍ଭେ କରାଯାଉଛି ।

ବ୍ରହ୍ମପୁରରେ ସେରୋ ସର୍ଭେ ଆରମ୍ଭ, 2ଟି ୱାର୍ଡରୁ ସଂଗ୍ରହ ହେଲା ରକ୍ତ ନମୁନା

ମୁଖ୍ୟତଃ ଶିଶୁଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରାଯାଉଥିବା ଦେଖାଯାଇଛି । କୋରୋନା ଦ୍ବିତୀୟ ଲହର ଶେଷ ଏବଂ ଆଗାମୀ ତୃତୀୟ ଲହରୀ ପୂର୍ବରୁ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଶରୀରରେ କେତେ ପରିମାଣର କୋରୋନା ବିରୁଦ୍ଧରେ ଲଢିବା ପାଇଁ ଆଣ୍ଟିବଡ଼ି ଶକ୍ତି ସୃଷ୍ଟି ହୋଇଛି ତାହାକୁ ନେଇ ଗୋଟିଏ ସ୍ଥାନରୁ ୪୦ ଜଣଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇଛି । ମୁଖ୍ୟତଃ ଶିଶୁମାନେ ତୃତୀୟ ଲହରରେ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ପ୍ରଥମ ଥର ପାଇଁ ଶିଶୁମାନଙ୍କୁ ଏଭଳି ସର୍ବେକ୍ଷଣରେ ସାମିଲ କରାଯାଇଛି ।

ବ୍ରହ୍ମପୁର ସହରର ଆଙ୍କୁଲି ଏବଂ ହରିଡାଖଣ୍ଡି RMRCର ଟିମ ପହଞ୍ଚି ୪୦ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରିଛନ୍ତି । ସହରରେ ଚତୁର୍ଥ ଥର ପାଇଁ ଏଭଳି ସେରୋ ସର୍ଭେ ହୋଇଥିବା କୁହାଯାଉଥିବା ବେଳେ ହରିଡାଖଣ୍ଡିଠାରେ ଶୁକ୍ରବାର ସେରୋ ସର୍ଭେ ହୋଇଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.