ETV Bharat / state

କୋଣାର୍କ ମହୋତ୍ସବ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ନୃତ୍ୟ-ସଙ୍ଗୀତରେ ଝୁମିଲେ ଦର୍ଶକ - KONARK DANCE FESTIVAL

୩୫ତମ କୋଣାର୍କ ମହୋତ୍ସବକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ଓଡ଼ିଶୀ ଏବଂ କଥକ ନୃତ୍ୟରେ ଝୁମିଲେ ଦର୍ଶକ ।

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : Dec 2, 2024, 12:38 PM IST

Konark Dance Festival Inaugurated, ନିମାପଡ଼ା : ଉଦଘାଟିତ ହୋଇଯାଇଛି 35ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ 2024 । ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଉଦଘାଟନ କରିଥିଲେ । ପ୍ରଥମ ସନ୍ଧ୍ୟାରେ ଶାସ୍ତ୍ରୀୟ, ଓଡ଼ିଶୀ ଏବଂ କଥକ ନୃତ୍ୟରେ ପୁରାଣ ଏବଂ ଶାସ୍ତ୍ରୀୟତାର ଭାବବେଗକୁ ନେଇ ଗୁଞ୍ଜରିତ ହୋଇଥିଲା ମୁକ୍ତାକାଶ ରଙ୍ଗମଞ୍ଚ ।

Konark Dance Festival Inaugurated (ETV BHARAT ODISHA)

ନୃତ୍ୟ ଓ ସଙ୍ଗୀତରେ ଝୁମିଲେ ଦର୍ଶକ:

କୋଣାର୍କ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତିରେ ମୁକ୍ତାକାଶ ରଙ୍ଗମଞ୍ଚ ଖୋଲାମଞ୍ଚରେ ଭୁବନେଶ୍ୱର ଉତ୍କଳସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁଗୁରୁ ଲିଙ୍ଗରାଜ ପ୍ରଧାନ, ଗୁରୁ ପଙ୍କଜ କୁମାର ପ୍ରଧାନ ଓ ସାଥି ନୃତ୍ୟଶିଳ୍ପୀଙ୍କ ପକ୍ଷରୁ ପ୍ରଦର୍ଶିତ ହୋଇଥିଲା ଓଡିଶୀ ନୃତ୍ୟ । ଏହା ଶଙ୍କରଚାର୍ଯ୍ୟଙ୍କ ଦ୍ଵାରା ରଚୟିତ ଶ୍ରୀଜଗନ୍ନାଥ ଅଷ୍ଟମ ସ୍ତୁତିରୁ ଆରମ୍ଭ ହୋଇଥିଲା । ଦ୍ୱିତୀୟ ଚରଣରେ ନୂଆଦିଲ୍ଲୀର ମାଲତିଶ୍ୟାମ ଓ ସାଥୀଙ୍କ ଦ୍ୱାରା କଥକ ନୃତ୍ୟ "ନର୍ତ୍ତନମଞ୍ଜରୀ" ମନଛୁଆଁ ନୃତ୍ୟ ପରିବେଷଣ କରାଯାଇଥିଲା । ଶାସ୍ତ୍ରୀୟଭିତିରେ ଛନ୍ଦ, ଲୟ, ଗତିକୁ ନେଇ ଈଶ୍ୱର ଓ ଭକ୍ତଙ୍କ ମଧ୍ୟରେ ଥିବା ଅନନ୍ତ ବନ୍ଧନକୁ ନେଇ ପ୍ରେମ, ଆତ୍ମ ସମର୍ପଣ, ଓ ଆଧ୍ୟାତ୍ମିକ ପୂର୍ଣ୍ଣତାକୁ ନେଇ ପରିବେଷଣ କରିଥିଲେ ଚମତ୍କାର ନୃତ୍ୟ । କଥକ ନୃତ୍ୟ ଶିଳ୍ପୀମାନଙ୍କ ନିଖୁଣ ନୃତ୍ୟ ପରିବେଷଣ ଉପସ୍ଥିତ ସମସ୍ତ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା ।

Konark Dance Festival Inaugurated

ଏହା ମଧ୍ୟ ପଢନ୍ତୁ-ଦୁଲୁକିବ ଅର୍କକ୍ଷେତ୍ର, କୋଣାର୍କ ମହୋତ୍ସବ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଏହା ମଧ୍ୟ ପଢନ୍ତୁ-କାଲିଠୁ ଦୁଲୁକିବ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ

ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ:

ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ପ୍ରଥମେ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଦୀପ ପ୍ରଜ୍ୱଳନ କରି ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ପର୍ଯ୍ୟଟନ ମନ୍ତ୍ରୀ ତଥା ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା । ଜଗତସିଂପୁର ସାଂସଦ ବିଭୁପ୍ରସାଦ ତରାଇ, ରାଜ୍ୟ ମୁଖ୍ୟ ଶାସନସଚିବ ମନୋଜ ଆହୁଜା, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର, ପର୍ଯ୍ୟଟନ ସଚିବ ବଲବନ୍ତ ସିଂ, ପର୍ଯ୍ୟଟନ ନିର୍ଦ୍ଦେଶକ ସମର୍ଥ ବର୍ମା, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

୫ ଦିନ ଚାଲିବ କୋଣାର୍କ ମହୋତ୍ସବ:

ଓଡିଶୀ ନୃତ୍ୟରେ ଶ୍ରୀଜଗନ୍ନାଥ ଅଷ୍ଟମ ସ୍ତୁତି ଓ ମାତୃ ଶକ୍ତି ନୃତ୍ୟରେ ଵିମୁଗ୍ଧ ହେଲେ ଦର୍ଶକ । ଡିସେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିବା ୩୫ତମ କୋଣାର୍କ ଉତ୍ସବ ୫ ଦିନ ଚାଲିବ । ନୃତ୍ୟ ଓ ସଙ୍ଗୀତ ମହୋତ୍ସବର ମଜା ଉଠାଇବେ ଦର୍ଶକ ।

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.