ETV Bharat / technology

ଅଟୋ ସେଲ୍‌ ନଭେମ୍ବର 2024: Marutiର ବମ୍ଫର ବିକ୍ରି; ଖସିଲା Hyundai - AUTO SALES NOVEMBER 2024

କାର ନିର୍ମାତା କମ୍ପାନୀଗୁଡ଼ିକ ନଭେମ୍ବର 2024ରେ ବିକ୍ରି ନେଇ ତଥ୍ୟ ପ୍ରକାଶ କରିଛନ୍ତି । କିଛି କମ୍ପାନୀର ବିକ୍ରି ବଢିଥିବା ବେଳେ କିଛି କମ୍ପାନୀ ତଳକୁ ଖସିଛି । ଅଧିକ ପଢନ୍ତୁ

Auto Sales November 2024
ଅଟୋ ସେଲ୍‌ ନଭେମ୍ବର 2024 (Credit- Maruti, Tata, Hyundai, MG Motor)
author img

By ETV Bharat Tech Team

Published : Dec 2, 2024, 1:15 PM IST

ହାଇଦ୍ରାବାଦ: ଭାରତୀୟ ବଜାରରେ କାର ନିର୍ମାତା କମ୍ପାନୀ ଯାନ ବିକ୍ରି ନେଇ ନଭେମ୍ବର 2024ର ତଥ୍ୟ ପ୍ରକାଶ କରିଛି । Maruti Suzuki, Tata Motors ଓ Toyota India ଭଳି କମ୍ପାନୀର ବିକ୍ରି ବୃଦ୍ଧି ପାଇଥିବା ବେଳେ Hyundai India ବିକ୍ରି ହ୍ରାସ ପାଇଛି । ସେହିପରି ମହିନ୍ଦ୍ରା, ବଜାଜ୍‌ ଅଟୋ, ଟାଟା ମୋଟର୍ସ, ଟୟୋଟା ଆଦି କମ୍ପାନୀର ସେଲ୍‌ କିପରି ହୋଇଛି ନିମ୍ନରେ ବିସ୍ତୃତ ଭାବରେ ଜାଣନ୍ତୁ ।

Maruti Suzukiର ବିକ୍ରି:-

ସ୍ବଦେଶୀ କାର ନିର୍ମାତା ମାରୁତି ସୁଜୁକି ନଭେମ୍ବର 2024ରେ 1,81,531 ୟୁନିଟ୍ ବିକ୍ରି ପଞ୍ଜିକୃତ କରିଛି ଯେଉଁଥିରେ ହାଲୁକା ବ୍ୟବସାୟିକ ଯାନ ମଧ୍ୟ ସାମିଲ । କମ୍ପାନୀର ବର୍ଷ ତୁଳନାରେ 10.39 ପ୍ରତିଶତ ଅଭିବୃଦ୍ଧି ହୋଇଛି ସତ କିନ୍ତୁ ଅକ୍ଟୋବରରେ କମ୍ପାନୀର ବିକ୍ରୟ ସଂଖ୍ୟା ତୁଳନାରେ ଏହି ସଂଖ୍ୟା ବହୁତ କମ୍ ଅଛି । ଅକ୍ଟୋବରରେ କମ୍ପାନୀ 2,06,434 ୟୁନିଟ୍ ବିକ୍ରି କରିଥିଲା ଯାହାକି ସର୍ବାଧିକ ମାସିକ ବିକ୍ରି ଥିଲା । ନଭେମ୍ବର 2024 ପାଇଁ ମାରୁତିର ଘରୋଇ ଯାତ୍ରୀବାହୀ ଯାନ ବିକ୍ରି 1,41,312 ୟୁନିଟ୍ ଥିବା ବେଳେ ନଭେମ୍ବର 2023ରେ ବିକ୍ରି ସଂଖ୍ୟା ତୁଳନାରେ 5.33 ପ୍ରତିଶତ ଅଧିକ ଅଛି ।

Hyundai Indiaର ବିକ୍ରି:-

କୋରିଆ କାର ନିର୍ମାତା କମ୍ପାନୀ ହୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡର ବିକ୍ରି ଗ୍ରାମାଞ୍ଚଳରେ ବଢିବା ସତ୍ତ୍ବେ ନଭେମ୍ବରରେ ହ୍ରାସ ପାଇଛି । କମ୍ପାନୀ ବର୍ଷ ତୁଳନାରେ ସେଲ୍‌ 6.9% ହ୍ରାସ ପାଇଛି । ନଭେମ୍ବରରେ କମ୍ପାନୀ 61,252 ୟୁନିଟ କାର ବିକ୍ରି କରିଥିବା ବେଳେ ନଭେମ୍ବର 2023ରେ ଏହି ସଂଖ୍ୟା 65,801 ଥିଲା । ଅକ୍ଟୋବର 2024ରେ ପୂଜା ବଜାରରେ କମ୍ପାନୀର ବିକ୍ରି ତୁଳନାରେ ନଭେମ୍ବର ଏହା 12.5% କମ ବିକ୍ରି ହୋଇଛି । ଅକ୍ଟୋବରରେ କମ୍ପାନୀ 70,078 ୟୁନିଟ ବିକ୍ରି କରିଥିଲା । ଘରୋଇ ବଜାରରେ ନଭେମ୍ବର 2024ରେ 48,246 ୟୁନିଟ ବିକ୍ରି (2.4% ହ୍ରାସ) ଓ ରପ୍ତାନୀ ହୋଇଛି 13,006 ୟୁନିଟ ବିକ୍ରି (20.5% ହ୍ରାସ) ସାମିଲ ।

ଏହା ବି ପଢନ୍ତୁ
  1. ଅକ୍ଟୋବରରେ ଯାନର ରେକର୍ଡ ବିକ୍ରି; ସେଲ୍‌ରେ 32% ବୃଦ୍ଧି, ମୁନାଫା ଦେଲା ଗ୍ରାମାଞ୍ଚଳ
  2. ଡିସେମ୍ବରରେ ଲଞ୍ଚ୍‌ ହେବାକୁ ଯାଉଛି ଏହି SUV କାର; ଦାମ କେତେ ଓ ଫିଚର କଣ

Tata Motorsର ବିକ୍ରି:-

ନଭେମ୍ବର 2024ରେ ଟାଟା ମୋଟର୍ସର ମୋଟ ଯାତ୍ରୀବାହୀ ଯାନ ବିକ୍ରି 47,117 ୟୁନିଟରେ ପହଞ୍ଚିଥିବା ବେଳେ ଏହା 2023ର ସମାନ ମାସରେ ବିକ୍ରି ତୁଳନାରେ ମାତ୍ର 2 ପ୍ରତିଶତ ବୃଦ୍ଧି ଘଟିଛି । ଏହି ବିକ୍ରୟ ସଂଖ୍ୟା ଅକ୍ଟୋବର 2024ରେ କମ୍ପାନୀର ବିକ୍ରୟ ତୁଳନାରେ 2.69 ପ୍ରତିଶତ କମ୍ ଅଛି । ଟାଟା ମୋଟର୍ସ ବିକ୍ରୟରେ ଗୋଟିଏ ସକାରାତ୍ମକ ହେଉଛି ଏହାର ସମସ୍ତ ଇଲେକ୍‌ଟ୍ରିକ୍‌ ଯାତ୍ରୀବାହୀ ଯାନର ବିକ୍ରି ନଭେମ୍ବରରେ 9 ପ୍ରତିଶତ ବୃଦ୍ଧି ହୋଇ 5,202 ୟୁନିଟରେ ପହଞ୍ଚିଛି । ଅକ୍ଟୋବର 2023 ମଧ୍ୟରେ 74,172 ୟୁନିଟ୍ ତୁଳନାରେ ନଭେମ୍ବର 2024ରେ କମ୍ପାନୀର ସଂଗୃହିତ ବିକ୍ରୟ (ବାଣିଜ୍ୟିକ ବ୍ୟବସାୟକୁ ଅନ୍ତର୍ଭୁକ୍ତ କରି) 74,753 ୟୁନିଟ୍ ଥିଲା ।

Mahindraର ବିକ୍ରି:-

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର SUV ସେଲ୍‌ ବିକ୍ରି ନଭେମ୍ବରରେ 16 ପ୍ରତିଶତ ବୃଦ୍ଧି ଘଟିଛି । ନଭେମ୍ବର 2024ରେ କମ୍ପାନୀ 46,222 ୟୁନିଟ୍‌ ବିକ୍ରି କରିଥିବା ବେଳେ ପୂର୍ବବର୍ଷ 2023 ନଭେମ୍ବରରେ ଏହି ସଂଖ୍ୟା 39,981 ରହିଥିଲା । ନଭେମ୍ବରରେ ଯାତ୍ରୀବାହୀ ଯାନ ସେଲ୍‌ 46,222 ୟୁନିଟ୍‌ (16% ବୃଦ୍ଧି), କମର୍ସିଆଲ ଯାନ 22,042 ୟୁନିଟ୍‌ (1% ହ୍ରାସ), ଟ୍ରାକ୍ଟର ସେଲ୍‌ 31,746 ୟୁନିଟ୍‌ (2% ବୃଦ୍ଧି) ଓ ରପ୍ତାନୀ 2776 ୟୁନିଟ୍‌ (53% ବୃଦ୍ଧି) ରହିଛି । ମୋଟ ଭାବେ କମ୍ପାନୀ ନଭେମ୍ବର 2024ରେ 79,083 ଯାନ ବିକ୍ରି କରିଛି ।

Bajaj Auto ବିକିଲା 4.2ଲକ୍ଷ ୟୁନିଟ୍‌:-

ପୁଣେର ଏହି ଅଟୋମେକର୍‌ର ସେଲ୍‌ରେ 5ପ୍ରତିଶତ ଅଭିବୃଦ୍ଧି ଘଟିଛି । କମ୍ପାନୀ ନଭେମ୍ବରରେ 4,21,640 ଲକ୍ଷ ଯାନ ବିକ୍ରି କରିଛି । ପୂର୍ବବର୍ଷ ଏହି ସଂଖ୍ୟା 4,03,003 ୟୁନିଟ୍‌ ଥିଲା । ଘରୋଇ ଦୁଇ ଚକିଆ ବିକ୍ରିରେ 7% ହ୍ରାସ ଘଟିଥିବା ବେଳେ ଏହି ସଂଖ୍ୟା 2,03,611 ରହିଛି । ଦୁଇ ଚକିଆ ଯାନ ରପ୍ତାନୀ 26% ବୃଦ୍ଧି ପାଇ ଏହି ସଂଖ୍ୟା 1,64,465 ରହିଛି । ମୋଟ ଭାବେ ନଭେମ୍ବରରେ ଦୁଇ ଚକିଆ ଯାନ ବିକ୍ରି 5% ବୃଦ୍ଧି ପାଇ ଏହି ସଂଖ୍ୟା 3,68,073 ଯୁନିଟ୍‌ ରହିଛି ।

ବଢିଲା Toyota Indiaର ବିକ୍ରି:-

ବିଶ୍ବର ଅନ୍ୟତମ ବୃହତ କାର ନିର୍ମାତା କମ୍ପାନୀ Toyota Kirloskar Motor ଇଣ୍ଡିଆର ବିକ୍ରି ନଭେମ୍ବରରେ 44% ବୃଦ୍ଧି ପାଇଛି । ନଭେମ୍ବର 2024ରେ କମ୍ପାନୀ 25,586 ୟୁନିଟ୍‌ ବିକ୍ରି ହୋଇଛି ଯାହାକି ଅକ୍ଟୋବର 2024 ତୁଳନାରେ 17 ପ୍ରତିଶତ କମ୍‌ । ନଭେମ୍ବର 2024ରେ ରପ୍ତାନୀ 1140 ୟୁନିଟ୍ ଥିଲା, ଯାହା ଅକ୍ଟୋବରରେ 2,707 ୟୁନିଟ୍ ଠାରୁ କମ୍ ଅର୍ଥାତ୍ ପ୍ରାୟ 58 ପ୍ରତିଶତ ହ୍ରାସ ଘଟିଛି । ଟୟୋଟାର ଦୁଇଟି କାର Innova Hycross ଏବଂ Urban Cruiser Hyryder ନଭେମ୍ବର 2024ରେ 1 ଲକ୍ଷ ୟୁନିଟ୍ ବିକ୍ରିର ମାଇଲଖୁଣ୍ଟ ହାସଲ କରିଛି ।

JSW MG Motor Indiaର ବିକ୍ରି:-

ନଭେମ୍ବର 2024ରେ JSW MG ମୋଟର 6019 ୟୁନିଟ୍ ବିକ୍ରି କରିଥିଲା ଯାହାକି ନଭେମ୍ବର 2023 ତୁଳନାରେ 20 ପ୍ରତିଶତ ଅଭିବୃଦ୍ଧିକୁ ଦର୍ଶାଉଛି । MG ମୋଟର କହିଛି ଯେ ନଭେମ୍ବର 2024ରେ ଇଲେକ୍‌ଟ୍ରିକ ଯାନ ବିକ୍ରି ମାସରେ ଏହାର ମୋଟ ବିକ୍ରୟ ପରିମାଣର 70 ପ୍ରତିଶତ ଥିଲା । ନଭେମ୍ବରରେ କମ୍ପାନୀ ନିଜର ଅତ୍ୟାଧୁନିକ ଇଲେକ୍‌ଟ୍ରିକ୍‌ କାର୍ MG Windsor EVର 3144 ୟୁନିଟ୍ ବିକ୍ରି କରିଛି ଯାହା ଭାରତୀୟ ବଜାରରେ ଗ୍ରାହକଙ୍କଠାରୁ ଭଲ ପ୍ରତିକ୍ରିୟା ପାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.