ହାଇଦ୍ରାବାଦ: ଆଜି (ଡିସେମ୍ବର 3) ମଧ୍ୟାହ୍ନ 12ଟାରେ ଭାରତୀୟ ବଜାରରେ ଲଞ୍ଚ ହେବ ଆଇକୁ(iQOO)ର ଦମଦାର ସ୍ମାର୍ଟଫୋନ IQOO 13 । ଚାଇନିଜ ସ୍ମାର୍ଟଫୋନ ବ୍ରାଣ୍ଡ ସ୍ପଷ୍ଟ କରିଛି ଯେ ଏହି ସ୍ମାର୍ଟଫୋନ ଇ-କମର୍ସ ପ୍ଲାଟଫର୍ମ ଆମାଜନ୍ରେ କିଣିବା ଲାଗି ଉପଲବ୍ଧ ହେବ । ଏହି ଇଣ୍ଡିଆନ ଭାରିଏଣ୍ଟ ସ୍ମାର୍ଟଫୋନରେ ସ୍ପେଶିଫିକେସନ ସମ୍ପର୍କରେ କମ୍ପାନୀ କିଛି ତଥ୍ୟ ରିଲିଜ କରିଛି । ଏଥିରେ କ୍ବାଲକମ ସ୍ନାପଡ୍ରାଗନ 8 ଏଲିଟ ଚିପସେଟ୍ ସହ ଆସୁଛି । ଚାଇନାରେ ରିଲିଜ ହୋଇଥିବା IQOO 13 ତୁଳନାରେ ଭାରତରେ ଏହି ସ୍ମାର୍ଟଫୋନ କମ ବ୍ୟାଟେରୀ ସହିତ ଆସିବ ।
Get ready for an epic experience! 🎮 @MortalxS8ul, the legendary G.O.A.T gamer is joining us for the #iQOO13 launch. Don't miss out—catch him live during the launch livestream. 🚀
— iQOO India (@IqooInd) December 3, 2024
Watch the live - https://t.co/G5Hb8zNsxa#iQOO13 #BeTheGOAT pic.twitter.com/g4ihuTW9Jn
IQOO 13: କଣ ଆଶା ରହିବ ?
ଅକ୍ଟୋବରରେ ଚୀନରେ ଏହି ସ୍ମାର୍ଟଫୋନ ଲଞ୍ଚ ହୋଇଥିଲା । ଭାରତରେ ଲଞ୍ଚ ହେବାକୁ ଥିବା ଏହି ଫୋନରେ 2K AMOLED ଡିସପ୍ଲେ ସହିତ 144Hz ରିଫ୍ରେସ ରେଟ୍ ମିଳିବ । ଗେମିଂ ପାଇଁ ଏଥିରେ କ୍ବାଲକମର ସ୍ନାପଡ୍ରାଗନ 8 ଏଲିଟ୍ ପ୍ରୋସେସର ସହ ସୁପରକମ୍ପ୍ୟୁଟିଂ ଚିପ Q2 ରହିଛି । ଏଥିରେ 2K ଗେମ୍ ସୁପର ରିଜୋଲ୍ୟୁସନ ରହିଛି ଯାହାକି ଗ୍ରାଫିକ୍ସ ଉନ୍ନତ କରିବ । ସ୍ମାର୍ଟଫୋନରେ ମିଳିବାକୁ ଥିବା ଭେପର୍ ଚାମ୍ବର କୁଲିଂ ସିଷ୍ଟମ ଫୋନକୁ ଗରମ ହେବାକୁ ଦେବନାହିଁ ।
ଫଟୋଗ୍ରାଫି ପାଇଁ ଏଥିରେ 50MP 50MP ପ୍ରାଇମେରି, 50MP ଅଲଟ୍ରାୱାଇଡ୍, 50MP 2x ଟେଲିଫଟୋ କ୍ୟାମେରା ମିଳିବ । ଭିଡିଓ କଲିଂ ଓ ସେଲଫି ପାଇଁ 32MP ଫ୍ରଣ୍ଟ-ଫେସିଂ କ୍ୟାମେରା ରହିବ । 6,000mAh ବ୍ୟାଟେରୀ ରହିବ ଯାହାକି 120W ୱେୟାର୍ଡ ଫାଷ୍ଟ ଚାର୍ଜିଂ ସପୋର୍ଟ କରିବ । ଜଳ ଓ ଧୂଳିରୁ ରକ୍ଷା ପାଇବା ପାଇଁ ଏହା IP69 ରେଟିଂ ସହିତ ଆସିଛି ।
ଏହା ବି ପଢନ୍ତୁ |
#Hyderabad is abuzz as the #iQOO13 takes center stage! The excitement is real! #Questers are putting the #iQOO13’s durability to the test with live water resistance demos. Built tough with IP68 & IP69 Dust and Water Resistance*, it's a revolution in tech that’s as tough as it… pic.twitter.com/3QiD8WQSSu
— iQOO India (@IqooInd) December 1, 2024
ଡିଜାଇନ କିପରି ରହିବ ?
iQOO 13ରେ 'ମନଷ୍ଟର ହାଲୋ' ଲାଇଟ୍ ଇଫେକ୍ଟ ରହିଛି ଯାହାକି ଫୋନର ଡିଜାଇନକୁ ହାଇଲାଇଟ୍ କରିଛି । ଏହି ଡିଜାଇନଟି କ୍ୟାମେରା ମଡ୍ୟୁଲ ଚାରିପାଖରେ ରହିବ । ମୋବାଇଲକୁ କଲ୍, ମେସେଜ ଆସିଲେ ବା ଚାର୍ଜ ସମୟରେ ଏହା ଏକ ନୋଟିଫିକେସନ ପରି କାମ କରିବ ।
କଲର ଅପସନ: ଏହି ନୂଆ ହ୍ୟାଣ୍ଡସେଟ୍ଟି ଭାରତୀୟ ବଜାରରେ 2ଟି ରଙ୍ଗରେ ଉପଲବ୍ଧ ହେବ । ସେଗୁଡ଼ିକ ହେଉଛି Nardo Grey (ଇଟାଲୀ ରେସିଂ କାର ଉପରେ ଡିଜାଇନ ଆଧାରିତ) ଓ ଅନ୍ୟଟି ହେଉଛି 'Legend Edition' ଯାହାକି BMW ମୋଟରସ୍ପୋର୍ଟର ଟ୍ରାଇ-କଲର ଷ୍ଟ୍ରାଇପ ପରି ରହିବ ।
Where power meets precision, victory is inevitable. The BMW M Hybrid V8, fueled by iQOO’s spirit of performance, dominates the track with relentless speed and excellence at the FIA World Endurance Championship race in Bahrain. Together with @BMWMotorsport, we’re redefining the… pic.twitter.com/QvH2QY0wzw
— iQOO India (@IqooInd) December 1, 2024
IQOO 13 ଇଣ୍ଡିଆନ ଭାରିଏଣ୍ଟ: ସ୍ପେଶିଫିକେସନ (Expected)
- ଡିସପ୍ଲେ: 2K AMOLED, 144Hz ରିଫ୍ରେସ ରେଟ୍, ଫ୍ଲାଟ୍ ସ୍କ୍ରିନ, LTPO
- ପ୍ରୋସେସର: କ୍ବାଲକମ୍ ସ୍ନାପଡ୍ରାଗନ 8 ଏଲିଟ୍
- ରିଅର କ୍ୟାମେରା: 50MP primary (Sony IMX921) + 50MP ଅଲଟ୍ରା-ୱାଇଡ + 50MP ଟେଲିଫଟୋ
- ଫ୍ରଣ୍ଟ କ୍ୟାମେରା: 32MP
- ବ୍ୟାଟେରୀ: 6,000mAh ବ୍ୟାଟେରୀ
- ଚାର୍ଜିଂ: 120W ୱେୟାର୍ଡ ଫାଷ୍ଟ ଚାର୍ଜିଂ ସପୋର୍ଟ
- ଅପରେଟିଂ ସିଷ୍ଟମ: Android-15 ଆଧାରିତ FunTouchOS 15
- ଅପଡେଟ: 4 ଆଣ୍ଡ୍ରଏଡ୍ ଅପଡେଟ୍, 5ବର୍ଷ ପାଇଁ ସୁରକ୍ଷା ଅପଡେଟ୍
- ପ୍ରୋଟେକ୍ସନ: IP68/IP69
- ଷ୍ଟୋରେଜ: 12GB RAM+256GB
iQOO 13: ଭାରତରେ ଦାମ କେତେ ରହିବ ?
ରିପୋର୍ଟ ଅନୁସାରେ, IQOO 13 ଏହାର ପୂର୍ବ ମଡେଲ iQOO 12 ଭଳି ସମାନ ଦାମ 49,999ଟଙ୍କା ରହିପାରେ । ଅତ୍ୟାଧୁନିକ AI ଫିଚର ଓ ଅନେକ ଉନ୍ନତମାନର ସୁବିଧା ପ୍ରଦାନ କରୁଥିବା iQOO ନିଜର ଗ୍ରାହକଙ୍କୁ ଏକ ସୁଲଭ ମୂଲ୍ୟ ପ୍ରଦାନ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛି ।