ETV Bharat / state

ରଙ୍ଗ ରୁଟରେ ଯାଉଥିଲା ସ୍କୁଲ ବସ୍‌, ଧକ୍କା ଦେଲା ଟ୍ରକ, ୧୦ ଛାତ୍ରଛାତ୍ରୀ ଆହତ - TRUCK HITS SCHOOL BUS

ଢେଙ୍କାନାଳରେ ସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ । ୪୦ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଯାଉଥିବା ବସକୁ ଧକ୍କା ଦେଲା ଟ୍ରକ ।

Dhenkanal School Bus Accident Students Injured
Dhenkanal School Bus Accident Students Injured (ETV Bharat Odisha)
author img

By ETV Bharat Odisha Team

Published : Dec 2, 2024, 11:27 AM IST

ଢେଙ୍କାନାଳ: ଢେଙ୍କାନାଳ କୋରିଆଁ ଛକରେ ସଡ଼କ ଦୁର୍ଘଟଣା । ଜାତୀୟ ରାଜପଥ NH -୫୫ରେ ସ୍କୁଲ ବସକୁ ଟ୍ରକ ଧକ୍କା ଦେବାରୁ ୧୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆହତମାନଙ୍କ ମଧ୍ୟରେ କେହି ଗୁରୁତର ନଥିବା ବେଳେ ସମସ୍ତେ ବାରାକ ଲାଇନ ଅଞ୍ଚଳର ବୋଲି ପ୍ରାଥମିକ ଭାବେ ଜଣାପଡ଼ିଛି । ସ୍କୁଲ ବସ୍ ରଙ୍ଗ ରୁଟରେ ଯାଉଥିବା ସୂଚନା ମିଳିଛି ।

ସ୍କୁଲ ବସ୍‌କୁ ଧକ୍କା ଦେଲା ଟ୍ରକ:

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଏକ ଘରୋଇ ହାଇସ୍କୁଲର ସ୍କୁଲ ବସ ପ୍ରାୟ ୪୦ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସଦର ଥାନା ଗେଙ୍ଗୁଟିଆ ରଣପଶି ସ୍ଥିତ ସ୍କୁଲକୁ ଯାଉଥିଲା । ଏହି ସମୟରେ ଅନୁଗୋଳ ପଟୁ ଢେଙ୍କାନାଳ ଆଡ଼କୁ ଆସୁଥିବା ଏକ ଟ୍ରକ ସ୍କୁଲ ବସକୁ ଧକ୍କା ଦେଇଥିଲା । ବସରେ ଥିବ 10 ଜଣ ଛାତ୍ରଛାତ୍ରୀ ଆହତ ହେବାରୁ ସଙ୍ଗେ ସଙ୍ଗେ ସେମାନଙ୍କୁ ଚିକିତ୍ସା ପାଇଁ ପଛରେ ଯାଉଥିବା ସ୍କୁଲର ଅନ୍ୟ ଏକ ବସରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆହତଙ୍କ ଅଭିଭାବକମାନେ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ହସ୍ପିଟାଲରେ ପହଞ୍ଚିଥିଲେ । ଚିକିତ୍ସା ପରେ ଆହତ ପିଲା ମାନଙ୍କୁ ଅଭିଭାବକ ଘରକୁ ନେଇଥିବା ସୂଚନା ମିଳିଛି ।

TRUCK HITS SCHOOL BUS (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-୨୨୦ନଂ NHରେ ‌ସିରିଜ ଦୁର୍ଘଟଣା, 4 ମୃତ

ଏହା ମଧ୍ୟ ପଢନ୍ତୁ-ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ବସ୍‌, 11 ମୃତ

TRUCK HITS SCHOOL BUS

ରଙ୍ଗ ରୁଟରେ ଯାଉଥିଲା ବସ୍‌:

ପାଗ ମେଘୁଆ ଓ କୁହୁଡି ଯୋଗୁଁ ସ୍କୁଲ ବସଟି ଧୀରେ ଧୀରେ ଯାଉଥିବାରୁ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ବସର ଡ୍ରାଇଭର କହିଛନ୍ତି । ବସ୍ ଡ୍ରାଇଭରଙ୍କ କହିବା କଥା, ସ୍କୁଲକୁ ଯିବା ପାଇଁ ଯେଉଁ ରାସ୍ତା ରହିଥିଲା ତାହା ବନ୍ଦ ଥିବାରୁ ବସଟି ରଙ୍ଗ ରୁଟରେ ଯାଉଥିଲା । ୧୦-୧୨ ଦିନ ହେଲା ଏହି ରୁଟରେ ସ୍କୁଲ ବସ୍ ନେଇ ଯାଉଥିଲେ ବୋଲି ଡ୍ରାଇଭର କହିଛନ୍ତି । ଭୁଲ୍ ରାସ୍ତାରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ଅଳ୍ପକେ ଛାତ୍ରଛାତ୍ରୀଙ୍କ ଜୀବନ ବଞ୍ଚିଯାଇଛି ସତ, କିନ୍ତୁ ଯଦି ବଡ ଦୁର୍ଘଟଣା ଘଟିଥାନ୍ତା ତେବେ ଏଥିପାଇଁ ଦାୟୀ କିଏ ରହିଥାନ୍ତା ବୋଲି ପ୍ରଶ୍ନ ଉଠିଛି । ଦୁର୍ଘଟଣା ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷ କିମ୍ବା ଛାତ୍ରଛାତ୍ରୀ କିମ୍ବା ସେମାନଙ୍କ ଅଭିଭାବକମାନଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

Dhenkanal School Bus Accident Students Injured
Dhenkanal School Bus Accident Students Injured (ETV BHARAT ODISHA)

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.