ETV Bharat / city

କୋଭିଡ କଟକଣା ଦୃଷ୍ଟିରୁ କାଳୁଆ ଯାତ୍ରାରେ ୧୪୪ ଧାରା ଜାରି - ମା' କାଳୁଆ ଯାତ୍ରା

ବ୍ରହ୍ମପୁର ସହରର ଗୋଷାଣିନୂଆଗାଁ ଅଞ୍ଚଳରେ ପ୍ରସିଦ୍ଧ ମା' କାଳୁଆ ଯାତ୍ରାରେ ପ୍ରଶାସନ ପକ୍ଷରୁ ଜାରି ହୋଇଛି ଧାରା 144 । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ନିଆଯାଇଛି ଏହି ପଦକ୍ଷେପ । 45 ଦିନ ପର୍ଯ୍ୟନ୍ତ କାଳୁଅl ଯାତ୍ରା ପାଇଁ ୧୪୪ ଧାରା ବଳବତ୍ତର ରହିବ । ଅଧିକ ପଢନ୍ତୁ...

କୋଭିଡ କଟକଣା ଦୃଷ୍ଟିରୁ ମା' କାଳୁଆ ଯାତ୍ରାରେ ଲାଗିଲା ୧୪୪ ଧାରା

author img

By

Published : Sep 16, 2020, 10:57 PM IST

ବ୍ରହ୍ମପୁର: ବୁଧବାର ମଧ୍ୟରାତ୍ରରୁ ଆରମ୍ଭ ହେବାକୁ ଯାଉଥିବା ବ୍ରହ୍ମପୁର ସହରର ଗୋଷାଣିନୂଆଗାଁ ଅଞ୍ଚଳରେ ପ୍ରସିଦ୍ଧ ମା' କାଳୁଆ ଯାତ୍ରାରେ ପ୍ରଶାସନ ପକ୍ଷରୁ ଜାରି ହୋଇଛି ଧାରା 144 । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ନିଆଯାଇଛି ଏହି ପଦକ୍ଷେପ ।

କୋଭିଡ କଟକଣା ଦୃଷ୍ଟିରୁ ମା' କାଳୁଆ ଯାତ୍ରାରେ ଲାଗିଲା ୧୪୪ ଧାରା
କୋଭିଡ କଟକଣା ଦୃଷ୍ଟିରୁ ମା' କାଳୁଆ ଯାତ୍ରାରେ ଲାଗିଲା ୧୪୪ ଧାରା

ବୁଧବାର ଠାରୁ ଆସନ୍ତା 45 ଦିନ ପର୍ଯ୍ୟନ୍ତ କାଳୁଅl ଯାତ୍ରା ପାଇଁ ୧୪୪ ଧାରା ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମାରେ ସ୍ପଷ୍ଟ ହୋଇଛି । ଯାତ୍ରା ସମୟରେ ମା'ଙ୍କ ପୂଜା ପାଇଁ ପରମ୍ପରା ଅନୁଯାୟୀ ବିନା ଭକ୍ତରେ କେବଳ ପୁଜା ମଣ୍ଡପରେ ପୂଜା କରାଯିବାକୁ ଅନୁମତି ରହିଛି । ପୂଜା ମଣ୍ଡପର ଚତୁଃପାର୍ଶ୍ବକୁ ଘୋଡାଯାଇ ରଖାଯିବା ସହ କୌଣସି ଜନସାଧାରଣ ଯେପରି ଦର୍ଶନ କରିବାକୁ ଯିବା ପାଇଁ ଅନୁମତି ନମିଳିବ ଏନେଇ ବ୍ୟବସ୍ଥା ହୋଇଛି । ଏହାସହ ପୂଜା ମଣ୍ଡପରେ ଆୟୋଜକଙ୍କ ଠାରୁ ଆରମ୍ଭ କରି ପୁଜକ ଏବଂ ସହାୟକଙ୍କୁ ମିଶାଯାଇ କେବଳ ସାତ ଜଣ ରହିବାକୁ କୁହାଯାଇଛି ।

ଯେଉଁମାନେ ପୂଜା ମଣ୍ଡପରେ ରହିବେ ସେମାନେ ମାସ୍କ ପରିଧାନ କରିବା ସହିତ ସାମାଜିକ ଦୂରତ୍ବକୁ ପାଳନ କରିବାକୁ ନିର୍ଦ୍ଦେଶ ରହିଛି । ସେହିପରି କୌଣସି ମ୍ୟୁଜିକ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ନ କରିବାକୁ ବ୍ରହ୍ମପୁର ଉପଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ମା'ଙ୍କ ଯାତ୍ରାକୁ ନେଇ ସ୍ଥାନୀୟ ଜନସାଧାରଣ ପ୍ରଶାସନନ ନିକଟରେ ପରମ୍ପରା ସମ୍ପର୍କରେ ଦାବି କରି ରାସ୍ତା ଅବରୋଧ କରିବା ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଦେଖାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.