ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମସ୍ତ କ୍ବାରେନଣ୍ଟାଇନ୍ ସେଣ୍ଟରରେ ପ୍ରଶାସନ ପକ୍ଷରୁ ଜାରି ହୋଇଛି ୧୪୪ ଧାରା । ଜିଲ୍ଲାରେ ପ୍ରବାସୀ ଓଡିଆଙ୍କ ଫେରିବା ପରେ ଅନେକଙ୍କ ମଧ୍ୟରେ ଦେଖାଦେଇଥିଲା କୋରୋନା ପଜିଟିଭ । ସୁରଟ ଫେରନ୍ତାଙ୍କ ମଧ୍ୟରେ ଅନେକ ପଜିଟିଭ୍ ସଂଖ୍ୟା ବାହାରିଛି । ଫଳରେ ଗଞ୍ଜାମରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ଏବେ ୭୧ ସଂଖ୍ୟାକୁ ପହଞ୍ଚିଛି ।
ଆଗାମୀ ସମୟରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବା ରହିଥିବାରୁ ପ୍ରଶାସନ ପାଇଁ ଏହା ଏକ ପ୍ରକାର ଚିନ୍ତାର କାରଣ ପାଲଟିଛି । ସେପଟେ ଜିଲ୍ଲାର ସମସ୍ତ କ୍ବାରେନଣ୍ଟାଇନ୍ ସେଣ୍ଟରରେ ୧୪୪ ଧାରା ଜାରି ହୋଇଥିବା ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ବ୍ରହ୍ମପରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ